November 5, 2026

ବ୍ଲକସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଆୟୋଜିତ

IMG-20261105-WA0053
Share

କୋଟପାଡ଼:::::ଜମାଲ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ବ୍ଳକସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଥିବା ଖବର ହସ୍ତଗତ ହୋଇଛି। ଉଦଘାଟନ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଅତିରିକ୍ତ ତହସିଲଦାର କୋଟପାଡ଼ ଶ୍ରୀ ପର୍ଶୁ ଭତରା, ମୁଖ୍ୟବକ୍ତାଭାବେ ସାଂସଦ ପ୍ରତିନିଧି ଶ୍ରୀ ଚନ୍ଦ୍ରଶେଖର ଦାସ, ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀମତି ସବିତାରାଣୀ ଷଡ଼ଙ୍ଗୀ, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ପଦ୍ମନ ରନ୍ଧାରୀ ମଞ୍ଚାସୀନ ଥିଲେ।ଏହି ଅବସରରେ ପ୍ରଥମେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରତିମାରେ ପ୍ରଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମକୁ ଆନୁଷ୍ଠାନିକଭାବେ ଶୁଭାରମ୍ଭ କରାଯାଇଥିବା।ଏହାପରେ ବିଭିନ୍ନ କ୍ଳଷ୍ଟରସ୍ତରୀୟ ସୁରଭି କାର୍ଯ୍ୟକ୍ରମରେ ବିଜୟୀ ହୋଇଥିବା ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ବିଭିନ୍ନ ପ୍ରତିଯୋଗିତାରେ ଶ୍ରେଷ୍ଠ ବିବେଚିତ ପ୍ରତିଯୋଗୀ ଜିଲ୍ଲାସ୍ତରୀୟ ସୁରଭି କାର୍ଯ୍ୟକ୍ରମରେ ଯୋଗଦାନ କରିବେ ବୋଲି ଖବର ହସ୍ତଗତ ହୋଇଛି।ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ ବକୃତା,ପ୍ରବନ୍ଧ, ଚିତ୍ର, ସଙ୍ଗୀତ, କୁଇଜ୍,ସୃଜନାତ୍ମକ ଲିଖନୀ, ହସ୍ତାକ୍ଷର, ନୃତ୍ୟ ଏବଂ ପିଏମ ପୋଷଣ ‌ହସ୍ତକଳା ଏବଂ ଏଲୋକସନ ପାଇଁ ବିଜୟୀ ହୋଇଥିବା କୃତି ପ୍ରତିଯୋଗୀଙ୍କୁ ମାନପତ୍ର ଓ ପୁରସ୍କାର ପ୍ରଦାନ କରାଯାଇ ଉଦଯାପନ ଉତ୍ସବରେ ସମ୍ବର୍ଦ୍ଧିତ କରାଯାଇଥିଲା। ଉଦଯାପନ ଉତ୍ସବରେ ମୁଖ୍ୟ ଅତିଥିଭାବେ ବିଧାୟକ ପ୍ରତିନିଧି ବିନାୟକ ଆଚାର୍ଯ୍ୟ, ମୁଖ୍ୟବକ୍ତା ଭାବେ ଏନ୍ଏସି ଅଧ୍ୟକ୍ଷ ଏମ୍.ଶଙ୍କର ରାଓ, ସମ୍ମାନନୀୟ ଅତିଥିଭାବେ ବ୍ଳକ ଉପାଧ୍ୟକ୍ଷ ତପନ କୁମାର ପାଣିଗ୍ରାହୀ ଯୋଗଦାନ କରିଥିଲେ। କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ପୁଷ୍ପଲତା ମୁଦୁଲି ପ୍ରତ୍ୟକ୍ଷ ସହଯୋଗ କରିଥିବାବେଳେ ଶିକ୍ଷକ ପଙ୍କଜ ମହାନ୍ତି ମଞ୍ଚ ପରିଚାଳନା କରିଥିଲେ। ଶିକ୍ଷକ ସନ୍ତୋଷ କୁମାର ଦୁର୍ବେ, ପ୍ରଦୀପ ନାୟକ, ପ୍ରଦୀପ ପ୍ରଧାନ,ମହୋନ ନାୟକ, ଜୟଦେବ ଭଣ୍ଡାରୀ, ସୋମନାଥ ଅମନାତ୍ୟ,ଦୁର୍ଗା ନାୟକ, ବୈଦ୍ୟନାଥ ଗଣ୍ଡା, ଦେବାଶିଷ ମାର୍ଥା,ଦେବୀ ପ୍ରସାଦ ଦାଶ, ପ୍ରହଲ୍ଲାଦ ନାୟକ, ତ୍ରିଲୋଚନ ଦାସ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।କୋରାପୁଟ ଜ଼ିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକଙ୍କ ରିପୋର୍ଟ ନିୟୁସ ଉପାନ୍ତ ଖବର l