ବରପାଲି ରେ ବଡ଼ ସଡ଼କ ଦୁର୍ଘଟଣା, ଅଟୋକୁ ଧକ୍କା ଦେଲା ବସ୍; ୭ ଜଣ ଗୁରୁତର
ବରପାଲି – ୫/୧୧(ସୁଦାମ ଦୀପ ) ବରଗଡ- ବରପାଲି ଜାତୀୟ ରାଜପଥର କୁଶନପୁରୀ ଛକ ନିକଟରେ ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଛି। ଏକ ଅଟୋକୁ ବସ୍ ଧକ୍କା ଦେବାରୁ ଅଟୋଟି ରାସ୍ତାରେ ଓଲଟି ପଡ଼ିଥିଲା। ଏଥିରେ ଅଟୋ ଚାଳକଙ୍କ ସମେତ ୭ ଜଣ ଗୁରୁତର ଆହତ ହୋଇଛନ୍ତି। ଦୁର୍ଘଟଣା ପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତମାନଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ବରପାଲି ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ସେମାନଙ୍କ ଅବସ୍ଥା ଗୁରୁତର ଥିବାରୁ ପରେ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ରେଫର୍ କରାଯାଇଛି।
ଆହତମାନେ ରେମତା ଗ୍ରାମର ସରୋଜ ବାଗ, ସୁଶୀଳା ଭୋଇ, ଗରିବ ଭୋଇ, ପଦ୍ମା ଭୋଇ, ଶିଶୁ ରାଖି ଭୋଇ, ନିରୁପମା ଭୋଇ ଓ ହେମ ଭୋଇ ବୋଲି ଜଣାପଡ଼ିଛି। ଖବର ପାଇ ବରପାଲି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାର କାରଣ ସମ୍ପର୍କରେ ତଦନ୍ତ ଆରମ୍ଭ କରିଛି l
