November 5, 2026

ଗଜପତି:- କୋଟିଆ ପଞ୍ଚାୟତରେ ଆନ୍ଧ୍ର ସରକାରଙ୍କ ଅନୁପ୍ରବେଶ ଓ ବେଆଇନ ଭାବେ ଜୋର୍ ଜବର୍ ନିର୍ବାଚନ କରିବା ପ୍ରଚେଷ୍ଠା କୁ ବିଜେପି ରାଜ୍ୟ ଉପସଭାପତିଙ୍କ ଦୃଢ଼ ନିନ୍ଦା ..

IMG-20261105-WA0047
Share

 

ଓଡ଼ିଶା-ଆନ୍ଧ୍ର ସୀମାନ୍ତରେ ଥିବା ଓଡ଼ିଶାର କୋରାପୁଟ ଜିଲ୍ଲାର କୋଟିଆ ପଞ୍ଚାୟତରେ ଆନ୍ଧ୍ର ପ୍ରଦେଶ ସରକାରଙ୍କ ଅନୁପ୍ରବେଶ ଏବଂ ବେଆଇନ ଭାବେ ଜୋର୍ ଜବରଦସ୍ତ ସେଠାରେ ନିର୍ବାଚନ କରିବା ପ୍ରଚେଷ୍ଠା କୁ ଆଜି ରାଜ୍ୟ ବିଜେପି ଉପସଭାପତି ତଥା ପାରଳା ର ପୂର୍ବତନ ବିଧାୟକ ଶ୍ରୀ କେ: ନାରାୟଣ ରାଓ ଦୃଢ଼ ନିନ୍ଦା କରିବା ସହ ସେହିଭଳି ସୀମାନ୍ତରେ ଥିବା ଗଜପତି ଜିଲ୍ଲା ରାୟଗଡ ବ୍ଲକ ଅନ୍ତର୍ଗତ ଗଙ୍ଗାବାଡ ପଞ୍ଚାୟତର କିଛି ଗ୍ରାମରେ ଆନ୍ଧ୍ର ନିର୍ବାଚନରେ ଭାଗ ନେବାପାଇଁ ଲୋକଙ୍କୁ ଆକୃଷ୍ଟ କରିବା ମଧ୍ୟ ଅତ୍ୟନ୍ତ ନିନ୍ଦନୀୟ ବୋଲି କହିଛନ୍ତି ଶ୍ରୀ ରାଓ । ବିଗତ ଦିନରେ ଶ୍ରୀ ନିଜେ ସମ୍ପୃକ୍ତ ସେହି ବିବାଦୀୟ ଅଞ୍ଚଳ ଗୁଡିକୁ ଅନେକ ବାର ଗ୍ରସ୍ତ କରି ନିଜେ ଓଡ଼ିଶା ମାଟିର ସୁରକ୍ଷା ପାଇଁ ଲଢ଼େଇ କରିଥିଲେ । ଏମିତିକି, ବିଗତ ଦିନରେ ଗଙ୍ଗାବାଡ ଠାରେ ଆନ୍ଧ୍ର ପ୍ରଦେଶର ଅଧିକାରୀ ମାନଙ୍କ ସହ ଯୁକ୍ତି ମଧ୍ୟ ବାଢ଼ିଥିଲେ । ମାଟିର ସୁରକ୍ଷା ପାଇଁ ଭାରତୀୟ ଜନତା ପାର୍ଟି ସବୁବେଳେ ପ୍ରଚେଷ୍ଟା କରୁଥିଲା ଏବଂ ଆଗାମୀ ଦିନରେ ମଧ୍ୟ ଏଥିପ୍ରତି ପ୍ରତିଶ୍ରୁତିବଦ୍ଧ ବୋଲି ପ୍ରେସ ବିବୃତ୍ତିରେ ଜଣାଇଛନ୍ତି ।

ବିଜେପି ରାଜ୍ୟ ଉପସଭାପତି ତଥା ପାରଳା ର ପୂର୍ବତନ ବିଧାୟକ ଶ୍ରୀ କେ: ନାରାୟଣ ରାଓ , ପ୍ରେସ ଭିଡିଓ ବିବୃତ୍ତିରେ କହିଛନ୍ତି ଯେ , କୋଟିଆ ପ୍ରସଙ୍ଗ ହେଉଛି ବହୁତ୍ ପୁରୁଣା ଇସ୍ୟୁ । ଏଇଟା କିଛି ନୂଆ ଇସ୍ୟୁ ନୁହେଁ । କୋଟିଆ ସହ ଆମର ଗଜପତି ଜିଲ୍ଲାର ଗଙ୍ଗାବାଡ ବିଷୟ ଏସବୁ ଅଞ୍ଚଳକୁ ମୁଁ ଯାଇଛି ଏବଂ ସବୁ ଜାଣିଛି । କାହିଁକି ନା, ଓଡ଼ିଶା ବିଧାନସଭାରେ ଗୋଟିଏ ସୀମା ବିବାଦୀୟ କମିଟି (ବୋର୍ଡର ଡିସପୁଟ କମିଟି) ଯେଉଁ ରହିଛି, ସେହି କମିଟିରେ ମୁଁ ୧୦ ବର୍ଷ ଧରି ସଭ୍ୟ ଥିଲି । ଏଥିପାଇଁ ଆନ୍ଧ୍ର, ପଶ୍ଚିମବଙ୍ଗ, ଓ ଝାଡ଼ଖଣ୍ଡ ରାଜ୍ୟ ଅଞ୍ଚଳରେ, ଓଡ଼ିଶାର ଗ୍ରାମ ମାନଙ୍କୁ ସେମାନେ ଆମର ବୋଲି ମାଡ଼ି ବସିଥିବା ନେଇ ଯେଉଁ ସୀମା ବିବାଦ ଲାଗି ରହିଥିଲା, ସେହି ସମୟ ଠାରୁ ଆମେ ବିଧାନସଭା ଅଧିବେଶନ ସମୟରେ ପ୍ରେୟାର ତଥା ଦାବି ଓ ଗୁରୁତର ଆଲୋଚନା କରିଥିଲୁ ।

କିନ୍ତୁ ସେତେବେଳର ନବୀନ ସରକାର ଏଥିପ୍ରତି କୌଣସି ପ୍ରକାର’ର ଗୁରୁତ ଦେଇ ନ ଥିଲେ , ଯାହାକି, ଓଡ଼ିଶା ପ୍ରତି ତାଙ୍କର କୌଣସି ଆନ୍ତରିକତା କି ଚିନ୍ତା ନ ଥିଲା।

ବର୍ତ୍ତମାନ୍ କୋଟିଆ’କୁ ନେଇ ଆମର ସମସ୍ତ ଦଳ ଏକାଠି ହୋଇ ତାହା ନ, ଛାଡିବା ପାଇଁ ଲାଗିଛନ୍ତି , କୋଟିଆ ହେଉଛି ଆମର, ସେହିଭଳି ଗଙ୍ଗାବାଡ ମଧ୍ୟ ଆମର ଏବଂ ପଶ୍ଚିମବଙ୍ଗ ସୀମାନ୍ତରେ ଆମ ବାଲେଶ୍ୱର ଜିଲ୍ଲାର ଯେଉଁ ସୀମା ବିବାଦ ଲାଗିରହିଛି, ତାହା ମଧ୍ୟ ଆମ ଓଡ଼ିଶାର । ଏ ସବୁ ପାଇଁ ବିଜେପି ସରକାର ସମ୍ପୂର୍ଣ୍ଣ ତତ୍ପର ଅଛି ଆମର ହକ୍ ପାଇଁ । ଆମର ଗାଁ , ଜାଗା ଓ ଆମର ଜମି ଛାଡ଼ିବାର ପ୍ରଶ୍ନ ଉଠୁନାହିଁ। ଏଥିପାଇଁ ଆବଶ୍ୟକ ସ୍ଥଳେ ଆମକୁ ଯେଉଁଠିକି ଯିବାକୁ ହେଲେ ମଧ୍ୟ ଆମେ ଯିବୁ କାହିଁକି ନା ଆମର ଡବଲ ଇଞ୍ଜିନ ସରକାର ଅଛି । ଆନ୍ଧ୍ର ସରକାର’ଙ୍କ ଏଭଳି କାରନାମା ପ୍ରତି ଆମେ ଘୋର ନିନ୍ଦା କରୁଛୁ , ଗତ ଦିନରେ ଏ ସବୁକୁ ନେଇ ଦେଖା ଦେଇଥିବା ବିବାଦୀୟ ପରିସ୍ଥିତି ବେଳେ ଆମେ ଘଟଣା ସ୍ଥଳରେ ଆନ୍ଧ୍ର ଅଧକାରୀ ମାନଙ୍କ ସମ୍ପୃକ୍ତ ମାନଚିତ୍ର ସ୍ଥିତି ମଧ୍ୟ ଦେଖାଇଲୁ ଯେ, ଆମର ଜାଗା କେତେ ପର୍ଯ୍ୟନ୍ତ ଅଛି ଏବଂ ସେମାନଙ୍କ ଜାଗା କେତେ ପର୍ଯ୍ୟନ୍ତ ରହିଛି , ଏଥି ସହିତ ସେମାନଙ୍କ ଅଫିସିଆଲ୍ ଅଧିକାରୀ ମାନଙ୍କ ସହିତ ବିସ୍ତୃତ ଆଲୋଚନା ମଧ୍ୟ କରି ତାଙ୍କୁ ସତ୍ୟ ଜଣାଇଲୁ । ହେଲେ ମଧ୍ୟ ଏହାକୁ ନେଇ ସେତେବେଳେ ବିଜେଡି ସମୟରେ ନବୀନ ସରକାରଙ୍କ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇ ନଥିଲା । ନିଶ୍ଚିତ ଭାବେ ଆମ ବିଜେପି ସରକାର ଏ ଦିଗରେ ଦୃଢ଼ ପଦକ୍ଷେପ ନେବ , କୋଟିଆ ଛାଡ଼ିବାର ପ୍ରଶ୍ନ ଉଠୁନି , ଆମେ ଆନ୍ଧ୍ର ସରକାରର ଏଭଳି କାର୍ଯ୍ୟ ପାଇଁ ଦୃଢ଼ ନିନ୍ଦା କରୁଛୁ ବୋଲି କହିଛନ୍ତି ଶ୍ରୀ ନାରାୟଣ ରାଓ ।

————————————–

ଗଣେଶ କୁମାର ରାଜୁ

ପାରଳାଖେମୁଣ୍ଡି(ଗଜପତି)

——————————————