November 7, 2026

ଋଷୁଡ଼ା ଧନୁଯାତ୍ରା ପାଇଁ କଂସ କଳାକାର ବରଣ

IMG-20261105-WA0049
Share

 

ବରଗଡ,ତା ୫/୧୧ (ସୁରେନ୍ଦ୍ର କଠାର )

ବରଗଡ ଜିଲା: ଭେଡ଼େନ ବ୍ଲକ୍ ଋଷୁଡ଼ା

ଗ୍ରାମରେ ଆସନ୍ତା ଜାନୁଆରି ୨୪ ତାରିଖରୁ ୩୦ ତାରିଖ

ପର୍ଯ୍ୟନ୍ତ ହେବାକୁ ଥିବା ୧୧ତମ ବିଶ୍ୱଶାନ୍ତି ମହାଯଜ୍ଞ ଓ

ଗଙ୍ଗା ଜଳଶାୟୀ ଅନୁଷ୍ଠିତ ହେବ। ଏହି ଅବସରରେ

ପ୍ରଥମଥର ପାଇଁ ଧନୁଯାତ୍ରା ମହୋତ୍ସବ ଆୟୋଜନ ନେଇ

ସର୍ବସମ୍ମତିକ୍ରମେ ନିଷ୍ପତ୍ତି ହୋଇଛି। ବୁଧବାର ଧନୁଯାତ୍ରା

ମହୋତ୍ସବ ପାଇଁ କଳାକାର ବରଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ହୋଇଯାଇଛି । ମହାରାଜ କଂସ ଭୂମିକାରେ ଅଭିନୟ କରିବା

ପାଇଁ ବରିଷ୍ଠ ମଞ୍ଚ କଳାକାର ଗୋପାଳ ଚନ୍ଦ୍ର ପଣ୍ଡାଙ୍କୁ ବରଣ

କରାଯାଇଛି । ଯାତ୍ରା କମିଟି ସଦସ୍ୟ ଓ ଗ୍ରାମବାସୀ ସୁବର୍ଣ୍ଣପୁର

ଜିଲ୍ଲା ଅନ୍ତରଡ଼ା ଗାଁକୁ ଯାଇ ବରିଷ୍ଠ କଳାକାର ଶ୍ରୀ ପଣ୍ଡାଙ୍କୁ

ପୁଷ୍ପମାଲ୍ୟ, ଉପଢୌକନ ଓ ନାରିକେଳ ଦେଇ ବରଣ

କରିଥିଲେ । ଏହି ଅବସରରେ ପଣ୍ଡିତ ଚିତ୍ତରଞ୍ଜନ ମହାପାତ୍ର,

ଗୌରାଙ୍ଗ ପ୍ରଧାନ, ବଳରାମ ବଘାର, ରାମଚନ୍ଦ୍ର ମେହେର,

ରାଜୀବ ଦାଶ, କାହ୍ନୁଚରଣ ଦାଶ, ଟିକେଶ୍ଵର ରଥ, ଦେବେନ୍ଦ୍ର

ରଥ, ରମେଶ ପଣ୍ଡା, ବାହାଦୁର ସାହୁ, ଅନ୍ତର୍ଯ୍ୟାମୀ ନାଏକଙ୍କ

ସମେତ ଜାମଟିକିରା ହନୁମାନ ମନ୍ଦିର କମିଟି ଓ ଋଷୁଡ଼ା

ଗ୍ରାମବାସୀ ଉପସ୍ଥିତ ଥିଲେ।