November 7, 2026

ଜିଲ୍ଳା ଟେକ୍ସି ଚାଲକ ସଂଘ ଓ ନିଷ୍ଠା ପରିବାର ର ରକ୍ତ ଦାନ ଶିବିର ୪୩ୟୁନିଟ ରକ୍ତ ସଂଗୃହୀତ…..

IMG-20261105-WA0050
Share

 

 

ବରଗଡ,ତା-୦୫-୧୧-୨୦୨୬ରିଖ (ସୁରେନ୍ଦ୍ର କଠାର )

ବରଗଡ଼ ସ୍ଥିତ ପୂରୁଣା ପ୍ରାଇଭେଟ ବସ ଷ୍ଟାଣ୍ଡ ପରିସର ରେ ଜିଲ୍ଳା ଟେକ୍ସି ଚାଳକ ସଂଘ, ବରଗଡ଼ ର ନୂତନ କାର୍ଯ୍ୟାଳୟ ର ଶୁଭ ଉଦ୍ଘାଟନ ମହାସମାରୋହ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଜିଲ୍ଳା ଟେକ୍ସି ଚାଲକ ସଂଘ ଓ ନିଷ୍ଠା ପରିବାର ର ମିଳିତ ଆନୁକୁଲ୍ୟରେ ଏକ ସ୍ବେଚ୍ଛାକୃତ ରକ୍ତ ଦାନ ଶିବିର ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ମୂଖ୍ୟ ଅତିଥି ଭାବରେ ବରଗଡ ବିଧାୟକ ଶ୍ରୀ ଅଶ୍ୱିନୀ ଷଡ଼ଙ୍ଗୀ ଯୋଗ ଦେଇ ନୂତନ କାର୍ଯ୍ୟାଳୟ ଓ ରକ୍ତ ଦାନ ଶିବିର ର ଫିତା କାଟି ଆନୁଷ୍ଠାନିକ ଭାବରେ ଶୁଭ ଉଦ୍ଘାଟନ କରିଥିଲେ।ବରେଣ୍ୟ ଅତିଥି ଭାବରେ ବରଗଡ ଉପ ଜିଲ୍ଲାପାଳ ଶ୍ରୀ ପ୍ରସନ୍ନ କୁମାର ପାଣ୍ଡେ , ଓ.ଏମ.ସି.ଏସ ର ଜିଲ୍ଲା ସଭାପତି ଶ୍ରୀ ଜିତେନ୍ଦ୍ର ମହାପାତ୍ର ,ସାଧାରଣ ସମ୍ପାଦକ ଶ୍ରୀ ପ୍ରଭାକର ମଲ୍ଲିକ ଯୋଗ ଦେଇଥିବା ବେଳେ ରକ୍ତ ଦାତା ମାନଙ୍କୁ ଉତ୍ସାହିତ କରିଥିଲେ। ସଂଘ ର ସମସ୍ତେ ଉତ୍ସାହ ର ସହିତ ରକ୍ତ ଦାନ କରିଥିଲେ। ଏହି ଶିବିର ରେ ବରଗଡ଼ ରକ୍ତ ଭଣ୍ଡାର ଦ୍ଵାରା ସର୍ବମୋଟ ୪୩ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା। ପରିସେଶ ରେ ରକ୍ତ ଦାନ ଶିବିର ଆୟୋଜନ ପାଇଁ ଜିଲ୍ଳା ଟେକ୍ସି ଚାଲକ ସଂଘ କୁ ନିଷ୍ଠା ପରିବାର ତରଫ ରୁ ଏକ ସ୍ମୃତି ଫଳକ ଦେଈ ସମ୍ବର୍ଦ୍ଧିତ କରାଯାଇଥିଲା। ଉପରୋକ୍ତ କାର୍ଯ୍ୟକ୍ରମ କୁ ଜିଲ୍ଳା ଟେକ୍ସି ଚାଲକ ସଂଘ ର ସଭାପତି ଶ୍ରୀ କୁନୁ ସିଂ, ଉପ ସଭାପତି ଶ୍ରୀ କରନ ସାହୁ,ସମ୍ପାଦକ ଶ୍ରୀ ମନୋଜ ଦାଶ, ସହ ସମ୍ପାଦକ ଆଲୋକ କୁମାର ସ୍ୱାଇଁ ଙ୍କ ସହ ସମସ୍ତ ସଦସ୍ୟ ଓ ନିଷ୍ଠା ପରିବାର ର ସମସ୍ତ ସଦସ୍ୟ ସଦସ୍ୟା ମାନେ ସୁପରିଚାଳନା କରିଥିଲେ। ସମସ୍ତ ରକ୍ତ ଦାତା ସହଯୋଗୀ, ଆୟୋଜକ,ଶୁଭେଚ୍ଛୁ ସମସ୍ତ ଙ୍କୁ ନିଷ୍ଠା ପରିବାର ତରଫ ରୁ ବହୁତ ବହୁତ ଧନ୍ୟବାଦ ଓ କୃତଜ୍ଞତା।