September 11, 2026

ଧରାପଡିଲା ଥାରଗାଡି ଲେଡିସ ହେଲେ ଗିରଫ,ଭଟଲିରେ ବେଆଇନ କଫସିରପ

IMG-20260910-WA0031
Share

 

ବରଗଡ(ସୁରେନ୍ଦ୍ର କଠାର)

ବରଗଡ଼ ଜିଲ୍ଲାରେ ବେଆଇନ କଫ୍ ସିରପ୍ କାରବାର ଉପରେ ପୋଲିସର ବଡ଼ କାର୍ଯ୍ୟାନୁଷ୍ଠାନ। ଭଟଲି ଥାନା ଅଞ୍ଚଳର ବଡମାଲ ଗାଁରେ ଚଢ଼ାଉ କରି ୮୧୩ ବୋତଲ କଫ୍ ସିରପ୍ ଜବତ କରିଛି ପୋଲିସ। ଏହି କଫ୍ ସିରପ୍‌ରେ କୋଡିନ୍ ଫସଫେଟ୍ ଥିବା ପୋଲିସ କହିଛି। ସୂଚନା ଆଧାରରେ ସୂର୍ଯ୍ୟକାନ୍ତ ସାହୁଙ୍କ ଘରେ ଚଢ଼ାଉ ବେଳେ ଘର ପଛପଟେ ଥିବା ଏକ ଗୁପ୍ତ ଭୂତଳ କୋଠରୀରୁ ଏହି କଫ୍ ସିରପ୍ ମିଳିଥିଲା। ଚଢ଼ାଉ ସମୟରେ ସୂର୍ଯ୍ୟକାନ୍ତ ଘରେ ନଥିବା ବେଳେ ତାଙ୍କ ପତ୍ନୀ ପାର୍ବତୀ ସାହୁଙ୍କୁ ପୋଲିସ ଗିରଫ କରିଛି।

ତାଙ୍କ ନିକଟରୁ ୩ ଲକ୍ଷ ୩୩ ହଜାର ୬ ଶହ ଟଙ୍କା ନଗଦ, ଦୁଇଟି ଦାମୀ ଗାଡ଼ି ଏବଂ ଏକାଧିକ ମୋବାଇଲ୍ ଫୋନ୍ ସମେତ ବିଭିନ୍ନ ସାମଗ୍ରୀ ଜବତ ହୋଇଛି।ଏନେଇ ଭଟଲି ଥାନାରେ NDPS ଆକ୍ଟରେ ମାମଲା ରୁଜୁ ହୋଇଥିବା ବେଳେ, ଗିରଫ ଅଭିଯୁକ୍ତାଙ୍କୁ କୋର୍ଟ ଚାଲାଣ କରାଯାଇଛି।