September 21, 2024

ଦାରିଙ୍ଗବାଡ଼ି ଶିଳ୍ପ ତାଲିମ ଅନୁଷ୍ଠାନର ବାର୍ଷିକ ଉତ୍ସବ ପାଳନ 

Share

 

 

 

ବ୍ରାହ୍ମଣୀଗାଁ ,୧୩/୬ : ଦାରିଙ୍ଗବାଡ଼ି ଶିଳ୍ପ ତାଲିମ ଅନୁଷ୍ଠାନର ପ୍ରଥମ ବାର୍ଷିକ ଉତ୍ସବ ପାଳନ ହୋଇଯାଇଛି । ଅନୁଷ୍ଠାନର ଅଧ୍ୟକ୍ଷ ଇ.ପ୍ରଦୀପ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ଘୁ. ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ, ମୁଖ୍ୟ ବକ୍ତା ଭାବେ ବିଡିଓ ଗଦାଧର ପାତ୍ର, ସମ୍ମାନୀତ ଅତିଥି ଭାବେ ଡା. ଅଶୋକ କୁମାର ଦାସ, ଜାଗୃତି ସଂପାଦକ କୈଳାଶ ଚନ୍ଦ୍ର ଦଣ୍ଡପାଟ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଶିଳ୍ପ ତାଲିମର ଭବିଷ୍ୟତ ଓ ରୋଜଗାର ସମ୍ପର୍କରେ ଆଲୋଚନା କରି ଉତ୍ସାହିତ କରିଥିଲେ। ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାରେ ଭଲ ପ୍ରଦର୍ଶନ କରିଥିବା ଛାତ୍ରଛାତ୍ରୀଙ୍କୁ ଅତିଥିମାନେ ପ୍ରମାଣ ପତ୍ର ସହିତ ଟ୍ରଫି ଦେଇ ଆମ୍ମାନୀତ କରିଥିଲେ । କନ୍ଧମାଳ ଜିଲ୍ଲା କୋଟଗଡ଼ ଶିଳ୍ପ ତାଲିମ ଅନୁଷ୍ଠାନର ଜଣେ ଛାତ୍ରୀ ଶରଣ ନାୟକ ସିଙ୍ଗାପୁର ଯାଇ ତାଲିମ ନେଇ ଆସିଥିବା ଛାତ୍ରୀଙ୍କୁ ଅତିଥି ମାନେ ସାଲ ପ୍ରଦାନ କରି ସମ୍ମାନିତ କରିଥିଲେ । ପ୍ରଥମେ ଅନୁଷ୍ଠାନର ଅଧ୍ୟକ୍ଷ ଅନୁଷ୍ଠାନ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଏହାପରେ ଛାତ୍ରଛାତ୍ରୀ ମାନଙ୍କ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ କରି ଦର୍ଶକଙ୍କୁ ମାନମୋହିଥିଲେ । କାର୍ଯ୍ୟକ୍ରମର ସଂଯୋଜନା ଅନୁଷ୍ଠାନର ଚେଞ୍ଜ ଲିଡର ସରୋଜିନି ଦାସ କରିଥିଲେ । ଅନୁଷ୍ଠାନର ସମସ୍ତ କର୍ମଚାରୀ ପରିଚାଳନାରେ ସହଯୋଗ କରିଥିଲେ ।(କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ରୁ ମନୋରଞ୍ଜନ ରଣା ଙ୍କ ରିପୋର୍ଟ)