August 23, 2026

କୋରାପୁଟ ପାଇନ୍ ଜଙ୍ଗଲରେ ଗଣଦୁଷ୍କର୍ମ ମାମଲା: ୩ ଅଭିଯୁକ୍ତ ଗିରଫ

IMG-20260823-WA0004
Share

 

ପ୍ରଥମ ଅଭିଯୁକ୍ତଙ୍କ ପରେ ଅନ୍ୟ ଦୁଇଜଣଙ୍କୁ ମଧ୍ୟ କୋର୍ଟ ଚାଲାଣ କୋରାପୁଟ: କୋରାପୁଟ ସଦର ଥାନା ଅନ୍ତର୍ଗତ ପାଇନ୍ ଜଙ୍ଗଲରେ ଘଟିଥିବା ଗଣଦୁଷ୍କର୍ମ ଅଭିଯୋଗ ମାମଲାରେ ପୁଲିସକୁ ବଡ଼ ସଫଳତା ମିଳିଛି। ମାମଲାରେ ସମ୍ପୃକ୍ତ ଥିବା ଅଭିଯୋଗରେ ପୁଲିସ ମୋଟ ୩ ଜଣଙ୍କୁ ଗିରଫ କରିଛି। ଏନେଇ କୋରାପୁଟ ସଦର ଥାନାରେ କେସ୍ ନଂ-୧୫୭/୨୦୨୬ ରୁଜୁ ହୋଇଥିବା ଜଣାପଡ଼ିଛି।

ପୁଲିସ ସୂଚନା ଅନୁଯାୟୀ, ମାମଲାର ମୁଖ୍ୟ ଅଭିଯୁକ୍ତ ଜୟପୁର ସଦର ଅଞ୍ଚଳର ୨୬ ବର୍ଷୀୟ ବରୁଣ ହିଆଲଙ୍କୁ ଗତ ୧୦ ଅଗଷ୍ଟରେ ଗିରଫ କରାଯାଇଥିଲା। ଗିରଫ ପରେ ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା। ତଦନ୍ତ ଜାରି ରଖି ମାମଲାରେ ସମ୍ପୃକ୍ତ ଥିବା ଅଭିଯୋଗରେ ଆଉ ଦୁଇଜଣଙ୍କୁ ପୁଲିସ ଗିରଫ କରିଛି। ନବରଙ୍ଗପୁର ଅଞ୍ଚଳର ୨୭ ବର୍ଷୀୟ ସୁରେନ୍ଦ୍ର ହରିଜନ ଏବଂ ଜୟପୁର ସଦର ଅଞ୍ଚଳର ସନ୍ୟାସୀ ସାଗର ଓରଫ ସନ୍ୟାସୀ ଗମାଙ୍ଗୋଙ୍କୁ ଗତ ୨୦ ଅଗଷ୍ଟରେ ପୁଲିସ ଗିରଫ କରିଛି। ଉଭୟ ଅଭିଯୁକ୍ତଙ୍କୁ ମଧ୍ୟ କୋର୍ଟରେ ହାଜର କରାଯାଇଛି। ଏହି ଘଟଣାରେ ଆଉ କେହି ସମ୍ପୃକ୍ତ ଅଛନ୍ତି କି ନାହିଁ, ଘଟଣାର ସମ୍ପୂର୍ଣ୍ଣ ପୃଷ୍ଠଭୂମି କ’ଣ ଏବଂ ଅନ୍ୟ କୌଣସି ଦିଗ ରହିଛି କି ନାହିଁ, ସେନେଇ ପୁଲିସ ତଦନ୍ତ ଜାରି ରଖିଛି। ମାମଲାର ତଦନ୍ତ ଆଗକୁ ବଢ଼ିବା ସହ ଘଟଣା ସମ୍ପର୍କିତ ଅଧିକ ତଥ୍ୟ ସାମ୍ନାକୁ ଆସିବ ବୋଲି ଜଣାପଡ଼ିଛି।(ଗୁପ୍ତେଶ୍ୱର ରଥ କୋରାପୁଟ)