August 20, 2026

ଗଙ୍ଗା ଦେବୀ ମନ୍ଦିର ପାର୍ଶ୍ଵ ଋଷିକୁଲ୍ୟା ନଦୀରୁ ଯୁବକ ଓ ଯୁବତୀ ଙ୍କ ମୃତ୍ୟ ଦେହ ଉଦ୍ଧାର….

IMG-20260819-WA0064
Share

 

 

ଗଞ୍ଜାମ ଥାନା ଅଧିନସ୍ତ ପାଳିବନ୍ଧ ପଞ୍ଚାୟତ ପୁରୁଣା ବନ୍ଧ ଗ୍ରାମ ଗଙ୍ଗା ଦେବୀ ମନ୍ଦିର ନିକଟସ୍ଥ ଋଷିକୁଲ୍ୟା ନଦୀରୁ ବୁଧବାର ଦୁଇଟି ମୃତଦେହ ଉଦ୍ଧାର କରାଯାଇଥିବା ଜଣାପଡିଛି l ନଦୀ ଜଳରେ ସକାଳେ ଜଣେ ଯୁବତୀ ଙ୍କ ମୃତ ଦେହ ଓ ଅପରାହ୍ନରେ ଜୈନେକ ଯୁବକ ଙ୍କ ମୃତ ଦେହ ଭାସୁଥିବା ଦେଖି ସ୍ଥାନୀୟ ମତ୍ସ୍ୟଜୀବୀ ଗଞ୍ଜାମ ଥାନାକୁ ଖବର ଦେଇଥିଲେ l ଖବର ପାଇ ଗଞ୍ଜାମ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅଗ୍ନିଶମ ବିଭାଗ କର୍ମଚାରୀଙ୍କ ଦ୍ୱାରା ନଦୀରୁ ଯୁବତୀ ଓ ଯୁବକ ଙ୍କ ମୃତ ଦେହ ଉଦ୍ଧାର କରାଯାଇଥିଲା l ଯୁବତୀ ଓ ଯୁବକ ଦୁଇ ଜଣକଙ୍କ ପରିଚୟ ମିଳି ପାରିନଥିବା ବେଳେ ଆନୁମାନିକ ବୟସ 18 ଓ 20 ହେବ ଅନୁମାନ କରାଯାଉଛି l ମୃତ ଦେହ ଉଦ୍ଧାର କରି ଗଞ୍ଜମ ଥାନା ପୋଲିସ ବ୍ୟବଛେଦ ନିମନ୍ତେ ମେଡିକାଲ ପଠାଇଛି l

ସେହିପରି ଅପରାହ୍ନ ସମୟରେ ଗଞ୍ଜାମ ଥାନା ପୁଲିସ ଜେଟି ଘର ନିକଟସ୍ଥ ନଦୀ ଜଳରୁ ଜୈନେକ ବ୍ୟକ୍ତିଙ୍କର ମୃତଦେହ ଉଦ୍ଧାର କରି ତଦନ୍ତ କରୁଥିବା ଜଣାପଡିଛି l ଗୋଟିଏ ଦିନରେ ଦୁଇ ଦୁଇଟି ଶବ ଉଦ୍ଧାରକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି l(ପ୍ରଦୀପ କୁମାର ପଣ୍ଡା )