ଜୟପୁର ଜୈନ ଭଵନ ଠାରେ ମାନବ ସେବା କେନ୍ଦ୍ର ପକ୍ଷରୁ ସମାଜ କଲ୍ୟାଣ କାର୍ଯ୍ୟ କ୍ରମ ର ଶୁଭାରମ୍ଭ.

ଆଜି ଜୟପୁର ସ୍ଥିତ ଜୟନ୍ ଭବନ ଠାରେ ମାନବ ସେବା କେନ୍ଦ୍ର ଦ୍ଵାରା ସମାଜ କଲ୍ୟାଣ ପାଇଁ ଏକ ଛୋଟ ପ୍ରୟାସ ର ଶୁଭାରମ୍ଭ ହୋଇଛି l ଏହି ଅବସରରେ ଜୟପୁର ଏସଡିପିଓ ସୁଶ୍ରୀ ଅର୍ଚ୍ଚିତା ମିତ୍ତଲ ଙ୍କ ଦ୍ଵାରା ଉଦଘାଟିତ ହୋଇଯାଇଛି, ତହସିଲଦାର ସବ୍ୟସାଚୀ ଜେନା , ବିଡିଓ ଶକ୍ତି ମହାପାତ୍ର କାର୍ଯ୍ୟକ୍ରମ ରେ ଯୋଗଦାନ କରିଥିଲେ l
ଏହି କାର୍ଯ୍ୟକ୍ରମରେ ସଭାପତି ଓ ସଂପାଦକ ଙ୍କ ସହିତ ଅନୁଷ୍ଠାନର ସମସ୍ତ ସଦସ୍ୟ ଙ୍କ ଆନ୍ତରିକ ସହଯୋଗ ଦ୍ଵାରା ଏହା ସଫଳ ହୋଇ ପାରିଛି ଯାହାଦ୍ୱାରା ୪୦୭୩୦/- ଟଙ୍କା ର ବିକ୍ରି ହୋଇଛି l ଏହି ଅର୍ଥ କୁ ରେଡକ୍ରସ କୁ ପ୍ରଦାନ କରାଯିବ l
କାର୍ଯ୍ୟକ୍ରମ କୁ ସାଫଲ୍ଯ ମଣ୍ଡିତ କରିବା ରେ ସହରବାସୀଙ୍କ ସହଯୋଗ ଏବଂ ପ୍ରଚାର ପ୍ରସାର କରିବା କ୍ଷେତ୍ରରେ ସହଯୋଗ କରିଥିବା ସମସ୍ତ ମିଡିଆ ବନ୍ଧୁ ଙ୍କ ପଦକ୍ଷେପ ଅତ୍ୟନ୍ତ ସ୍ଵାଗତଯୋଗ୍ୟ ତେଣୁ ମାନବ ସେବା କେନ୍ଦ୍ର ର ସମସ୍ତ ସଦସ୍ୟ ଜୟପୁର ବାସୀଙ୍କ ସହିତ ସମସ୍ତ ମିଡିଆ ବନ୍ଧୁଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଜଣାଉଛି.ମାନବ ସେବା କେନ୍ଦ୍ର ସଭାପତି ଶ୍ରୀ ସଞ୍ଜୟ ଜୈନ. ସମ୍ପାଦକ ସୂର୍ଯ୍ୟ ପଟ୍ଟନାୟକ. ମମତା ଜୈନ. ମଧୁସ୍ମିତା ମିଶ୍ର. ଦିଲୀପ ରେଡି. ଗୌରୀ ପଟ୍ଟନାୟକ. ମନୋଜ ସାହା. ପ୍ରତିଭା ପାତ୍ର. ଅବନି ଜୈନ. ସନ୍ଦୀପ ଏବଂ ଚନ୍ଦ୍ରା ଙ୍କ ସମେତ ସମସ୍ତ କର୍ମ କର୍ତ୍ତା ବୃନ୍ଦ ଉପସ୍ଥିତ ଥିଲେ. କୋରାପୁଟ ଜ଼ିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଉପାନ୍ତ ଖବର.
