August 20, 2026

ଉପଖଣ୍ଡ ସ୍ତରୀୟ ସ୍ବାଧୀନତା ଦିବସରେ ଶ୍ରେଷ୍ଠ ଶିକ୍ଷୟତ୍ରୀ ଭାବେ ସଚିତା ମହାନ୍ତ ସମ୍ବନ୍ଧିତ

IMG-20260818-WA0053
Share

 

 

ହାଟଡିହି ତା ୧୭/୮(ମନମୋହନ ନାୟକ) : କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକର ସରକାରୀ ପ୍ରାଥମିକ ବିଦ୍ୟାଳୟ ଗେଡମାର ଶିକ୍ଷୟତ୍ରୀ ସବିତା ମହାନ୍ତି ଉପଖଣ୍ଡ ସ୍ତରୀୟ ସ୍ଵାଧୀନତା ଦିବସରେ ଶ୍ରେଷ୍ଠ ଶିକ୍ଷୟତ୍ରୀ ଭାବେ ସମ୍ବନ୍ଧିତ ହୋଇଛନ୍ତି । ଏହି ୮୦ ତମ ସ୍ବାଧୀନତା ଦିବସରେ ମୁଖ୍ୟ ଅତିଥି ଭାବେ ଉପଜିଲ୍ଲାପାଳ ନୀଳମାଧବ ସୁନା, ଏସଡିପିଓ କମଳ କୁମାର ପଣ୍ଡା, ବିଡିଓ ମନୋଜ ମହାନ୍ତ, ତହସିଲଦାର ପଲ୍ଲବୀ ପ୍ରିୟଦର୍ଣ୍ଣିନୀ, ଘଷିପୁରା ତହସିଲଦାର ଅଭୟ କୁମାର ସ୍ବାଇଁ, ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧୁକାରୀ ଦିପାଳୀ ପ୍ରିୟଦର୍ଶିନୀଙ୍କ ଉପସ୍ଥିତିରେ ଶିକ୍ଷୟତ୍ରୀ ସବିତା ମହାରିଙ୍କୁ ଉତରୀୟ ଓ ମାନପ‌ତ୍ର ଦେଇ ସମ୍ବନ୍ଧିତ କରିଥିଲେ । ଶ୍ରୀମତୀ ମହାରି ଗେଡମା ପ୍ରାଥମିକ ବିଦ୍ୟାଳୟରେ ୩୭ ବର୍ଷ ଧରି ଚାକିରୀ କରିଥିବାବେଳେ ତାଙ୍କ ଘର ଶଙ୍ଖଳା ଗ୍ରାମରେ ହୋଇଥିବାବେଳେ ତାଙ୍କ ପିତାଙ୍କ ନାମ କରୁଣାକର ମହାନ୍ତି ଏବଂ ପ୍ରମୀଙ୍କ ନାମ ଅବସରପ୍ରାପ୍ତ ଶିକ୍ଷକ ଜଗନ୍ନାଥ ନାୟକ । ସେ ଏହି ବ୍ଲକର ଶ୍ରେଷ୍ଠ ଶିକ୍ଷୟତ୍ରୀ ଭାବେ ପୁରଷ୍କୃତ ହୋଇଥିବାରୁ ତାଙ୍କୁ ବିଭିନ୍ନ ଅନୁଷ୍ଠାନ ଓ ଶୀକ୍ଷକ ଶିକ୍ଷୟତ୍ରୀମାନେ ଶୁଭେଚ୍ଛା ଜଣାଇଛନ୍ତି।