August 18, 2026

ରାଧାକାନ୍ତ ସରକାରୀ ଉଚ୍ଚବିଦ୍ୟାଳୟ ରେ, ସୃଜନୀ ପ୍ରତିଭାସମ୍ମାନ ଉତ୍ସବ ..

IMG-20260817-WA0112
Share

ତିର୍ତ୍ତୋଲ ତା 17/8/2026,ତିର୍ତ୍ତୋଲ ବ୍ଲକ, କଟରା ପଞ୍ଚାୟତ ର ରାଧାକାନ୍ତ ସରକାରୀ ଉଚ୍ଚବିଦ୍ୟାଳୟ ପରିସରରେ 1981 ବ୍ୟାଚ ବିଦ୍ୟାର୍ଥୀ ମାନଙ୍କ ଆନୁକୂଲ୍ୟରେ, ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ସୃଜନୀ ପ୍ରତିଭା ସମ୍ମାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଭାରତୀ ୟୁପି ସ୍କୁଲ ର ପ୍ରାକ୍ତନ ପ୍ରଧାନଶିକ୍ଷକ ବିଜୟ କୁମାର ସ୍ୱାଇଁ ଙ୍କ ପ୍ରତକ୍ଷ୍ୟତତ୍ତ୍ୱାବଧାନ ରେ ଓ ରାଧାକାନ୍ତ ହାଇସ୍କୁଲ ର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ପୁଲିନ କୁମାର ପରିଜା ଙ୍କ ସଭାପତିତ୍ବ ରେ ଆୟୋଜିତ ଏହି ସମ୍ବର୍ଦ୍ଧନାଉତ୍ସବ ରେ, ଶ୍ରେଷ୍ଠକୃତି ଛାତ୍ରୀ ଅସ୍ମିତା ସାହୁ ଓ ପ୍ରିୟଦର୍ଶିନୀ ଚଇନି ଙ୍କୁ ଯୁଗ୍ମବିଜେତା ଭାବେ, ସୃଜନୀପ୍ରତିଭା ସମ୍ମାନ 2026 ପ୍ରଦାନ କରାଯାଇଥିଲା l ମଞ୍ଚାସିନ ଅତିଥିମାନେ ଉଭୟଙ୍କୁ ମାନପତ୍ର, ଉତ୍ତରୀୟ, ପୁଷ୍ପଗୁଚ୍ଛ ଓ ଅର୍ଥରାଶି ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ l ଏଥିରେ ଆଦର୍ଶଶିକ୍ଷକ ଧୀରେନ୍ଦ୍ରନାଥ ବିଶ୍ୱାଳ, ଦୁର୍ଗାପ୍ରସାଦ ସେଠୀ, ଅଞ୍ଜନାରାଣୀ ଦାସ, ପ୍ରକାଶ ଚନ୍ଦ୍ର ରାଉତ, ବିଜୟଲଷ୍ମୀ ଜେନା, ସୁମିତ୍ରା ବେହେରା, ପ୍ରିୟଙ୍କା ବେହେରା,ସୁବ୍ରତ କୁମାର ମହାନ୍ତି, ଗୁରୁଦତ୍ତ ବଳ, ଦିଲ୍ଲୀପ ସାହାଣୀ, ଓ ଶରତ ଚନ୍ଦ୍ର ସ୍ୱାଇଁ ସମେତ 1981 ବ୍ୟାଚର ବିଦ୍ୟାର୍ଥୀ ମାନେ ସକ୍ରିୟ ଅଂଶଗ୍ରହଣ କରିଥିଲେ l ବରିଷ୍ଠଶିକ୍ଷକ ଶିବପ୍ରସାଦ ତ୍ରିପାଠୀ ପରିଚୟ ପ୍ରଦାନ କରିଥିଲେ l ପରିଚାଳନା କମିଟି ର ଜଗନ୍ନାଥ ଆଚାର୍ଯ୍ୟ ଓ ସଭ୍ୟସଭ୍ୟା ମାନେ ମଧ୍ୟ କାର୍ଯ୍ୟକ୍ରମ ରେ ଯୋଗଦେଇଥିବା ବେଳେ ଶିକ୍ଷକ ରାକେଶ କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ l ଜଗତ୍ସିଂହପୁର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ୍ ନ୍ୟୁଜ ଉପାନ୍ତ ଖବର

You may have missed