August 18, 2026

ନୀଳକଣ୍ଠସରକାରୀ ଉଚ୍ଚ ବିଦ୍ୟାଳୟ,କଣ୍ଟାବାଡ ଖେଳପଡିଆରେ ଯାତ୍ରା ପାର୍ଟି ପକାଇବା ନିମନ୍ତେ ଅନୁମତି ପ୍ରଦାନ ନ କରିବା ସମ୍ପର୍କରେ

IMG-20260817-WA0097
Share

 

 

ବେଗୁନିଆ ବ୍କକ (ଉପାନ୍ତ ଖବର ମାନସ ରଞ୍ଜନ କର) ନୀଳକଣ୍ଠ ସରକାରୀ ଉଚ୍ଚବିଦ୍ୟାଳୟ କଣ୍ଠାବାଡ ବିଦ୍ୟାଳୟର ପରିଚାଳନା କମିଟିର ସଦସ୍ଯ ବୃନ୍ଦ, ଅଭିଭାବକ, ଛାତ୍ରଛାତ୍ରୀ ଏବଂ ପୂର୍ବତନ ଛାତ୍ରଛାତ୍ରୀ ବୄନ୍ଦ ଖୋରଧା ଜିଲ୍ଲାପାଳଙ୍କୁ ଲିଖିତ ଭାବରେ ଜଣାଇଛନ୍ତି ଆମ୍ଭ ବିଦ୍ୟାଳୟର ଖେଳ ପଡିଆରେ ଗତବର୍ଷ କିଛି ବ୍ୟକ୍ତି ଯାତ୍ରା ପାର୍ଟି ପକାଇଥିଲେ ଯାହାଫଳରେ କି ବିଦ୍ୟାଳୟର ଖେଳ ପଡିଆଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଥିଇଲା ସେମାନେ ବିଦ୍ୟାଳୟର ପ୍ରାଚେର ଭାଙ୍ଗିଯାତ୍ରା ପାର୍ଟିର ଟ୍ରକ ଖେଳ ପଡିଆ ମଧ୍ୟ କୁ ନେବା ଫଳରେ ପଡ଼ିଆରେ ବଡବଡ ଗର୍ତ ସୃଷ୍ଟି ହୋଇଥିଲା ଫଳରେ ଛାତ୍ରଛାତ୍ରୀ ମାନଙ୍କର କ୍ରୀଡା ପାଇଁ ଅନୁପୋଯୁକ୍ତ ହୋଇପଡିଥିଲା କେବଳ ସେତିକି ନୁହେଁ ବିଦ୍ୟାଳୟ ପଡ଼ିଆରେ ଯାତ୍ରା ପାର୍ଟି ଆୟୋଜନ କରିବା ଫଳରେଏଠାକାର ପରିବେଶ ମଧ୍ୟ ଦୂଷିତ ହୋଇଥିଲା ଯାତ୍ରା ଦେଖିବାକୁ ଆସିଥିବା ଲୋକମାନେ ବ୍ୟବହାର କରୁଥିବା ପାଣି ପାଉଚ,ପାଣି ବୋତଳ, ଗୁଟଖା ପଲିଥିନି ଆଦି ପଡ଼ିଆ ମଧ୍ୟରେ ପଡି ଆରେ ବହୁ ଅଲିଆ ଆବର୍ଜନା ଜମି ଜାଇଥିଲା ଯାହା ଦୀର୍ଘଦିନ ପର୍ଯନ୍ତ ପଡିରହି ପରିବେଶକୁ ଅସୁନ୍ଦର କରିଥିଲାଏହାକୁ ସଫା କରିବାକୁ ବିଦ୍ଯାଳୟ କର୍ତ୍ତୁପକ୍ଷ ଙ୍କୁ ଅସୁବିଧାର ସମ୍ମୁଖିନ ହେବାକୁ ପଡ଼ିଥିଲା ଖେଳ ପଡିଆରେ ଗାତ ସୃଷ୍ଟି ହେବା ଫଳରେ ବିଦ୍ୟାଳୟର ବର୍ଷିକ କ୍ରିଡା ପ୍ରତିଯୋଗିତା ଆୟୋଜନ କରିବା ସମୟରେ ନାନା ଅସୁବିଧା ସୃଷ୍ଟି ହୋଇଥିଲା. ପିଲାମାନେ ଠିକ ଦ୍ଭାବେ ଦୌଡ଼କୁଦ ପ୍ରତିଯୋଗିତାରେ ଅଂଶଗ୍ରହଣ କରିପାରିନଥିଲେ ସେହିଭଳି ଦୈନିକ କ୍ରୀଡା ପିରିୟଡରେ ଛାତ୍ରଛାତ୍ରୀ ଖେଳିବା ମଧ୍ଯ ସମ୍ଭବ ହୋଇ ପାରିନଥିଲା ଗତବର୍ଷ ଯାତ୍ରା ପାର୍ଟି ପକାଇବା ସମୟରେ ଅଭିଭାବକଙ୍କ ମହଳରେ ତିର୍ବ ଅସନ୍ତୋସ ପ୍ରକାଶ ପାଇଥିଲା ଫଳରେ ବିବାଦିୟ ପରିସ୍ଥିତି ମଧ୍ୟ ସୃଷ୍ଟି ହୋଇଥିଲା ତାହା ସ୍ଥାନୀୟ ବୁଦ୍ଧିଜୀବିମାନେଏହିଘଣାକୁ ସମାଧାନ କରିଥିଲେ ଚଳିତ ବର୍ଷ ପୁଣି ବିଦ୍ୟାଳୟ ପଡିଆ ରେ ଯାତ୍ରା ପାର୍ଟି ପଡିବ ବୋଲି ଅଭିବାବକ, କମିଟି ମେମ୍ବର ଜାଣିବାକୁ ପାଇଛନ୍ତି ଏହା ଦ୍ଵାରା ବିଦ୍ୟାଳୟର ଶୈକ୍ଷିକ କାର୍ଯ୍ୟ ବାଧାପ୍ରାପ୍ତ ହେବା ଦ୍ଵାରା ଖେଳ ପଡିଆଟି ନଷ୍ଟ ହୋଇଯିବ ଆଗକୁ ବିଦ୍ୟାଳୟର ବାର୍ଷିକ କ୍ରୀଡା ପ୍ରତିଯୋଗିତା ଏଠାରେ ଆୟୋଜନ କରିବାକୁ ଥିବାରୁ ଏଠାରେ ଯାତ୍ରା ପାର୍ଟି ପକାଇବା ନିମନ୍ତେ ଅନୁମତି ପ୍ରଦାନ କରାଗଲେ ପୁର୍ନବାର ଖେଳ ପଡ଼ିଆ ଟିକ୍ରିଡା ପ୍ରତିଯୋଗିତା ଆୟୋଜନ ନିମନ୍ତେ ଅସୁରିକ୍ଷିତ ହୋଇପଡିବ କୋମଳମତି ଛାତ୍ରଛାତ୍ରୀମାନେ ଦୌଡକୁଦ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାରୁ ବଞ୍ଚିତ ହେବେ ସେହିଭଳି ବିଦ୍ୟାଳୟର ଶୈକ୍ଷିକ କାର୍ଯରେ ବାଧା ସୃଷ୍ଟି ହେବ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ବିଦ୍ଯା ଧର ମହାରଣା, ଉପ ସଭାପତି ରାଜଶ୍ରୀ ପଣ୍ଡା, SMCସେମ୍ବର କାଙ୍ଗଳି ବେହେରା, ଇତିଶ୍ରୀ ବେହେରା, ମନୋଜ ମହାପାତ୍ର, ସିବପ୍ରସାଦ ପଣ୍ଡା, ଶାନ୍ତିଲତା ସାହୁ, ବସନ୍ତ ସେଠୀଓ ଅଭିଭାବକମାନେ ଅନୁରୋଧ କରୁଛନ୍ତିକି ବିଦ୍ଯାଳୟ ର ଅଧ୍ୟୟନରତ ଛାତ୍ରଛାତ୍ରୀମାନଙ୍କବୃହତ୍ତର ସ୍ଵାର୍ଥକୁ ଦୃଷ୍ଟିରେ ରଖି ବିଦ୍ଯାଳୟ ପଡିଆଉ ଯାତ୍ରା ପାର୍ଟି ଆୟୋଜଣ ନକରିବା ପାଇଁ ଅନୁରୋଧ କରିଛନ୍ତି

You may have missed