October 2, 2026

ବ୍ରାହ୍ମଣ ସମାଜ ବୁର୍ଲା ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ 

IMG-20260816-WA0048
Share

 

 

ସମ୍ବଲପୁର, ୧୬. ୦୮():ଆଜି ଦିନ ୧୦ ଘଣ୍ଟା ସମୟରେ ଜ୍ୟୋତି ବିହାର ବିଶ୍ବବିଦ୍ୟାଳୟ ର ସୁଇଟ୍ ପରିସରରେ ବ୍ରାହ୍ମଣ ସମାଜ ବୁର୍ଲା ତରଫରୁ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଅନୁଷ୍ଠାନର ନିଷ୍ପତ୍ତି କ୍ରମେ ବଉଳ ଗଛ ଲଗାଯାଇ ତାର ସୁରକ୍ଷା ପାଇଁ ମଧ୍ୟ ସୁବନ୍ଦୋବସ୍ତ କରାଯାଇଅଛି।

କାର୍ଯ୍ୟକ୍ରମ ରେ ଅନୁଷ୍ଠାନ ର ଉପ ସଭାପତି ଇଂ ଦିନଦୟାଲ ଶର୍ମା, ସଂପାଦକ ସୁନିଲ୍ କୁମାର ଆଚାର୍ଯ୍ୟ, କୋଷାଧ୍ୟକ୍ଷ ହରିଶଙ୍କର ପଣ୍ଡା ସମେତ ସଦସ୍ୟ ଅଶ୍ବିନୀ କୁମାର ଆଚାର୍ଯ୍ୟ,ଇଂ ପାଣ୍ଡବ ପାତ୍ର, ପ୍ରମୋଦ କୁମାର ଦାଶ, ଅନିଲ୍ ଦେବତା, ରଶ୍ମି ରଞ୍ଜନ ଶତପଥୀ,ବିଭୁଦତ୍ତ ମିଶ୍ର, ସରୋଜ କୁମାର ଦାଶ୍, ସୁଧିର କୁମାର ମିଶ୍ର, ସୁରେଶ୍ କୁମାର ମହାପାତ୍ର, ବିଜୟ କୁମାର ପଣ୍ଡା, ସତ୍ୟବ୍ରତ ନାୟକ ପ୍ରମୁଖ ସକ୍ରିୟ ଯୋଗଦାନ କରିଥିଲେ।

ବୃକ୍ଷ ହିଁ ମାନବର ସର୍ବାଧିକ ମିତ୍ର,ପରମ ବନ୍ଧୁ, ଜନ ଜୀବନର ଉପାସ୍ୟ ଦେବତା। ବୃକ୍ଷ ର ଅଭାବରେ ପ୍ରକୃତି ଦୁଷିତ ଓ ଅସୁସ୍ଥ ହୋଇଯାଇଥାଏ। ଜୈବ ବିବିଧତା ନଷ୍ଟ ହୋଇ ପଡିଥାଏ। ଏଣୁ ବିଶ୍ବ ବାତାୟନର ସନ୍ତୁଳନତା ରକ୍ଷା ପାଇଁ ଆଜି ବୃକ୍ଷ ରୋପଣର ସର୍ବାଧିକ ଆବଶ୍ୟକତା ରହିଛି।ଅନୁଷ୍ଠାନର ବାର୍ଷିକ କାର୍ଯ୍ୟକ୍ରମ ର ଧାରାରେ ପର୍ଯ୍ୟାବରଣ ର ସୁରକ୍ଷା କ୍ରମରେ ବ୍ରାହ୍ମଣ ସମାଜ ବୁର୍ଲା,ବୃକ୍ଷ ରୋପଣ କାର୍ଯ୍ୟକ୍ରମକୁ ସର୍ବାଧିକ ଗୁରୁତ୍ବ ଦେଇ ଆସୁଛି।ଆଗାମୀ ବର୍ଷ ମାନଙ୍କରେ ମଧ୍ୟ ସମାଜ ତାର ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଜାରି ରଖିବାକୁ ସାମୁହିକ ନିଷ୍ପତ୍ତି ନିଆଯାଇଥିଲା।

You may have missed