କାଶୀପୁରରେ ସଡ଼କ ଓ ସାଇବର ସୁରକ୍ଷା ସଚେତନତା
ରାୟଗଡା ଜିଲ୍ଲା କାଶୀପୁର ଠାରେ ଏକ ସଡ଼କ ଓ ସାଇବର ସୁରକ୍ଷା ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି ଉକ୍ତ କାର୍ଯ୍ୟକ୍ରମ ରେ କାଶୀପୁର ବ୍ଲକ ର 4ଟି ଥାନା ର ଭାରପ୍ରାପ୍ତ ଅଧିକାରୀ ମାନେ ଯଥା iic କାଶୀପୁର iic ଦୋରାଗୁଡା iic ଟିକିରି iic ଅଣ୍ଡରାକଞ୍ଚ ଜିଲ୍ଲା ସାଇବର iic ଅବିନାଶ ରେଡି କାଶୀପୁର ଥାନାର s i ପଟେଲ ବାବୁ asi ପାତ୍ରବାବୁ s i ସାନ୍ଧ୍ୟରାଣୀ ଙ୍କ ସମେତ ପ୍ରାୟ କୋଡିଏ ଜଣ କର୍ମଚାରୀ ଓ ସ୍କୁଲ ର ୧୦୦ଜଣ ପିଲାଙ୍କୁ ନେଇ ଏକ ଶୋଭାଯାତ୍ରା ରେ ବାହାରି ରାସ୍ତାରେ ଯେଉଁମାନେ ହେଲିମେଟ ନ ପିନ୍ଧି ଗାଡିଚଳାଉଛନ୍ତି ସେମାନଂକୁ ହେଲିମେଟ ପ୍ରଦାନ କରିବା ସହ ମଦ ନ ପି ଗାଡି ଚଳେଇବାକୁ ଗାଡି ଚଳାଇବା ସମୟରେ ମୋବାଇଲ ବ୍ୟବହାର ନ କରିବାକୁ ସ୍ପିଡ଼ରେ ଗାଡି ନ ଚଲାଈ ଟ୍ରାଫିକ ନିୟମ ମାନି ଅନ୍ୟର ଜୀବନକୁ ମଧ୍ୟ୍ୟ ବଞ୍ଚାଇବା ବୋଲି ପିଲାମାନେ ସ୍ଲୋଗାନ ଦେବାସହ ଯେଉଁମାନେ ନିୟମ ମାନି ଗାଡି ଚଳାଉଛନ୍ତି ସେମାନଙ୍କୁ ଗୋଲାପ ଫୁଲ ଦେଇ ଅନ୍ୟ ମାନଙ୍କୁ ମଧ୍ୟ୍ୟ ସଚେତନ କରିବାପାଇଁ ଅନୁରୋଧ କରିଥିଲେ ସହର ପରିକ୍ରମା କରିବା ପରେ ସହର ର ପ୍ରାୟ କୋଡିଏ ଜଣ ବରିଷ୍ଠ ନାଗରିକଙ୍କୁ ନେଇ ଏକ ସାଇବର ସଚେତନତା କରାଯାଇଥିଲା ଓ ଆଜିକାଲି କିପରି ବରିଷ୍ଟ ନାଗରିକ ମାନେ ଡେଜିଟାଲ ଠୋକେଇ ର ଶିକାର ନ ହେବେ ତା ଉପରେ ସାଇବର iic ଅବିନାଶ ରେଡି ବରିଷ୍ଠ ମାନଂକୁ ବୁଝାଇ ଥିଲେ ଓ କାଶୀପୁର ବ୍ଲକର ବିଭିନ୍ନ ଥାନରୁ ଚୋରି ହୋଇଥିବା କି ହୋଜି ଯାଇ ଥିବା ୧୪ଟି ମୋବାଇଲ କୁ ମୋବାଇଲ ମାଲିକଙ୍କୁ ହସ୍ତାନ୍ତର କରିଥିଲେ
ରାୟଗଡା ରୁ ରବି ରାଜ ବୈଦ୍ୟଙ୍କ ରିପୋର୍ଟ
