କିଙ୍ଗ ପବ୍ଲିକ ଇଂଲିଶ ମିଡିୟମ ସ୍କୁଲ ରେ ୮୦ତମ ସ୍ଵଧାନତା ଦିବସ ପାଳିତ
ପଡିଆ, ତା, ୧୫/୦୮: ମାଲକାନଗିରି ଜିଲ୍ଲା ପଡିଆ ବ୍ଳକ ପଡିଆ ସଦର ମହକୁମା ସ୍ଥିତ କିଙ୍ଗ ପବ୍ଲିକ ଇଂଲିଶ ମିଡିୟମ ସ୍କୁଲ କାର୍ଯ୍ୟାଳୟ ପରିସରରେ ୮୦ ତମ ସ୍ୱାଧୀନତା ଦିବସ ବେଶ ଉତ୍ସାହ ଓ ଦେଶ ଭକ୍ତିର ସହ ଅନୁଷ୍ଠିତ ହୋଇଛି l ଏଥିରେ ମୁଖ୍ୟ ଅତିଥି ଭାବେ ପଡ଼ିଆ ସରପଞ୍ଚ ଗଙ୍ଗା କରାମ୍ ‘ବନ୍ଦେ ମାତରମ୍ ‘ ଗାନ ପରେ ପତାକା ଉତ୍ତୋଳନ ପୂର୍ବକ ଜାତୀୟ ସଂଗୀତ ଗାନ କରିବା ପରେ ଉପସ୍ଥିତ ସମସ୍ତ ଛାତ୍ର ଛାତ୍ରୀ ମାନଙ୍କୁ ୮୦ ତମ ସ୍ଵଧାନତା ଦିବସର ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇ ତାଙ୍କ ଅଭିଭାଷଣ ରେ ସ୍ୱାଧୀନତା ସଂଗ୍ରାମୀ ମାନଙ୍କର ତ୍ୟାଗ, ବଳିଦାନ ଓ ଅବଦାନ କୁ ସ୍ମରଣ କରିଥିଲେ l ଦେଶର ଏକତା, ଅଖଣ୍ଡତା, ଭାଇଚାରା ଓ ସାମାଜିକ ସମନ୍ୱୟ ବଜାୟ ରଖିବା ସହିତ ବରିଷ୍ଠ ନାଗରିକ ମାନେ ସମାଜର ଉନ୍ନତିରେ ନିଜର ଅଭିଜ୍ଞତା କୁ ଦେଶର ଉନ୍ନତି ରେ ବ୍ୟବହାର କରିବା ପାଇଁ ଆହ୍ୱାନ କରିଥିଲେ l ବିଦ୍ୟାଳୟ ର ଶିକ୍ଷକ ଜି.ସଜାନ୍ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ କାର୍ଯ୍ୟକ୍ରମ ଟି ସୂଚାରୁରୂପେ ପରିଚାଳିତ ହୋଇଥିଲା । ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ଜାତୀୟ ସଙ୍ଗୀତ ଗାନ ସହ ଦେଶାତ୍ମବୋଧକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ସଫଳ କରିବାରେ ବିଦ୍ୟାଳୟ ର ସହକାରୀ ଶିକ୍ଷୟିତ୍ରୀ ଜି. ମେରୀ ନାଇଟିଙ୍ଗଲେ, ସୁଶିଲା ଓ ସରସ୍ଵତୀ ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା ।
