ସ୍ୱାଧୀନତା ଦିବସ ଅବସରରେ ମହାପୁରୁଷଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ

ତା୧୫/୦୮ ଆଜି ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ( ଉପାନ୍ତ ଖବର ମାନସ ରଞ୍ଜନ କର)ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଖଲିକୋଟ ପରିସରରେ ତିନି ମହାପୁରୁଷ ( ଉତ୍କଳଗୌରବ ମଧୁସୂଦନ, ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାଶ ଓ ନେତାଜୀ ସୁବାଷ ଚନ୍ଦ୍ର ବୋଷ )ଙ୍କ ପ୍ରତିମୂର୍ତ୍ତି ମୁଖ୍ୟ ଅତିଥି ତଥା ବୋଲଗଡ଼ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ପ୍ରମୋଦ କୁମାର ସ୍ୱାଇଁଙ୍କ ଦ୍ଵାରା ଉନ୍ମୋଚିତ ହୋଇ ଯାଇଛି। ଉତ୍କଳ ସ୍ୱାଭିମାନ ମଞ୍ଚ ସହଯୋଗରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ସମବେତ ଜନତାଙ୍କୁ ସମ୍ବୋଧନ ପୂର୍ବକ ଶ୍ରୀ ସ୍ୱାଇଁ ଉତ୍କଳ ସ୍ୱାଭିମାନ ମଞ୍ଚର ଏହି ଅନନ୍ୟ ପ୍ରଚେଷ୍ଠା ପାଇଁ ଭୂୟସୀ ପ୍ରଂଶସା କରି ଆଗାମୀ ଦିନରେ ବୋଲଗଡ ମଣ୍ଡଳରେ ବହୁ ଶିକ୍ଷାନୁଷ୍ଠାନରେ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ପ୍ରତିଶ୍ରୁତି ପ୍ରଦାନ କରିଥିଲେ।ସ୍କୁଲର ପ୍ରଧାନ ଶିକ୍ଷକ ଶ୍ରୀ ଅନୱାର ହୋସେନଙ୍କ ପୌରହିତରେ ଓ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଶ୍ରୀ ସୁରେଶ କୁମାର ବେହେରାଙ୍କ ସଭାପତିତ୍ବରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ପ୍ରଥମେ ଅତିଥିମାନଙ୍କୁ ଫୁଲତୋଡ଼ା ଓ ଉତ୍ତରୀୟ ପ୍ରଦାନ କରାଯାଇଥିଲା ତତ ପରେ ବରିଷ୍ଠ ଶିକ୍ଷକ ଶ୍ରୀ ସୁକାନ୍ତ କୁମାର ଜେନା ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ l ସ୍ଥାନୀୟ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ ତ୍ରୈଲୋକ୍ୟ ପାଣିଗ୍ରାହୀ ମୁଖ୍ୟ ବକ୍ତା ଓ ସମ୍ମାନିତ ଅତିଥି ଭାବେ ଯୋଗଦାନ କରିଥିଲେ ତତସହିତ ସ୍ଥାନୀୟ ସାଧନ କେନ୍ଦ୍ର ସଂଯୋଜକ ଶିକ୍ଷକ ଶ୍ରୀ ପ୍ରକାଶ ଚନ୍ଦ୍ର ସାହୁ ଯୋଗ ଦେଇଥିଲେ।ଶେଷରେ ସମବେତ ଜନତା ଓ ସ୍କୁଲର ପିଲାମାନଙ୍କୁ ଉତ୍କଳ ସ୍ୱାଭିମାନ ମଞ୍ଚ ଦ୍ୱାରା ପୁରୀରୁ ପଠା ଯାଇଥିବା ମିଷ୍ଟାନ୍ନ(ଖଜା) ବଣ୍ଟନ କରା ଯାଇଥିଲା l ବିଦ୍ୟାଳୟ, ଖଲିକୋଟ ପରିସରରେ ତିନି ମହାପୁରୁଷ ( ଉତ୍କଳଗୌରବ ମଧୁସୂଦନ, ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାଶ ଓ ନେତାଜୀ ସୁବାଷ ଚନ୍ଦ୍ର ବୋଷ )ଙ୍କ ପ୍ରତିମୂର୍ତ୍ତି ମୁଖ୍ୟ ଅତିଥି ତଥା ବୋଲଗଡ଼ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ପ୍ରମୋଦ କୁମାର ସ୍ୱାଇଁଙ୍କ ଦ୍ଵାରା ଉନ୍ମୋଚିତ ହୋଇ ଯାଇଛି। ଉତ୍କଳ ସ୍ୱାଭିମାନ ମଞ୍ଚ ସହଯୋଗରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ସମବେତ ଜନତାଙ୍କୁ ସମ୍ବୋଧନ ପୂର୍ବକ ଶ୍ରୀ ସ୍ୱାଇଁ ଉତ୍କଳ ସ୍ୱାଭିମାନ ମଞ୍ଚର ଏହି ଅନନ୍ୟ ପ୍ରଚେଷ୍ଠା ପାଇଁ ଭୂୟସୀ ପ୍ରଂଶସା କରି ଆଗାମୀ ଦିନରେ ବୋଲଗଡ ମଣ୍ଡଳରେ ବହୁ ଶିକ୍ଷାନୁଷ୍ଠାନରେ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ପ୍ରତିଶ୍ରୁତି ପ୍ରଦାନ କରିଥିଲେ।ସ୍କୁଲର ପ୍ରଧାନ ଶିକ୍ଷକ ଶ୍ରୀ ଅନୱାର ହୋସେନଙ୍କ ପୌରହିତରେ ଓ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଶ୍ରୀ ସୁରେଶ କୁମାର ବେହେରାଙ୍କ ସଭାପତିତ୍ବରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ପ୍ରଥମେ ଅତିଥିମାନଙ୍କୁ ଫୁଲତୋଡ଼ା ଓ ଉତ୍ତରୀୟ ପ୍ରଦାନ କରାଯାଇଥିଲା, ତତପରେ ବରିଷ୍ଠ ଶିକ୍ଷକ ଶ୍ରୀ ସୁକାନ୍ତ କୁମାର ଜେନା ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ l ସ୍ଥାନୀୟ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ ତ୍ରୈଲୋକ୍ୟ ପାଣିଗ୍ରାହୀ ମୁଖ୍ୟ ବକ୍ତା ଓ ସମ୍ମାନିତ ଅତିଥି ଭାବେ ଯୋଗଦାନ କରିଥିଲେ, ତତସହିତ ସ୍ଥାନୀୟ ସାଧନ କେନ୍ଦ୍ର ସଂଯୋଜକ ଶିକ୍ଷକ ଶ୍ରୀ ପ୍ରକାଶ ଚନ୍ଦ୍ର ସାହୁ, ବିଦ୍ୟାଳୟ ପରିଚାଳନା କମିଟିର ସଭ୍ୟ / ସଭ୍ୟା ଏବଂ ଶିକ୍ଷକ / ଶିକ୍ଷୟିତ୍ରୀମାନେ ସହଯୋଗ କରିଥିଲେ ।ଶେଷରେ ସମବେତ ଜନତା ଓ ସ୍କୁଲର ପିଲାମାନଙ୍କୁ ଉତ୍କଳ ସ୍ୱାଭିମାନ ମଞ୍ଚ ଦ୍ୱାରା ପୁରୀରୁ ପଠା ଯାଇଥିବା ମିଷ୍ଟାନ୍ନ(ଖଜା) ବଣ୍ଟନ କରା ଯାଇଥିଲା l
