August 16, 2026

ଓଡ଼ିଶାକୁ ଦେଶର ୧ ନମ୍ବର ରାଜ୍ୟ ଭାବେ ଗଢ଼ି ତୋଳିବାକୁ କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଭାବେ କାର୍ଯ୍ୟ କରୁଛନ୍ତି : ମନମୋହନ ସାମଲ..

IMG-20260815-WA0097
Share

 

 

ମହାପୁରଷମାନଙ୍କ ଆତ୍ମବିଶ୍ୱାସ, ପ୍ରେରଣା, ସଂଗ୍ରାମ, ତ୍ୟାଗ ଓ ତପସ୍ୟା ଆମ ସମସ୍ତଙ୍କୁ ଶତ ସିଂହର ଶକ୍ତି ଦେଇଛି

 

ଭୁବନେଶ୍ୱର ( ଦେବାଶିଷ ଦାଶ )

 

 

ଓଡ଼ିଶାକୁ ଦେଶର ୧ ନମ୍ବର ରାଜ୍ୟଭାବେ ଗଢ଼ିବାକୁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ

 

ଯଶସ୍ୱୀ ପ୍ରଧାନମନ୍ତ୍ରୀ ମୋଦିଜୀ କେନ୍ଦ୍ର ସରକାରରେ ଲମ୍ବା ସମୟ ଧରି କାର୍ଯ୍ୟ କରି ଲୋକଙ୍କ ମଧ୍ୟରେ ଆତ୍ମବିଶ୍ୱାସ ଭରିଛନ୍ତି

 

ଓଡିଶାବାସୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଲେ ରାଜ୍ୟ ସଭାପତି

 

ସମଗ୍ର ଦେଶ ଆଜି ଆନନ୍ଦ ଉଲ୍ଲାସର ସହ ସ୍ୱାଧୀନତାର ୮୦ତମ ଦିବସ ପାଳନ କରୁଛି । ଏହି ମହୋତ୍ସବ ଆମ ସମସ୍ତଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ । ଅନେକ ମହାପୁରୁଷଙ୍କ ତ୍ୟାଗ, ତପସ୍ୟା ଓ ବଳିଦାନ ବଳରେ ଆମକୁ ଏହି ସ୍ୱାଧୀନତା ମିଳିପାରିଛି ।ଏହି ସ୍ୱାଧୀନତାସଂଗ୍ରାମୀମାନେ ହେଲେ ଆମ ସମସ୍ତଙ୍କ ପ୍ରେରଣାର ଉତ୍ସ । ସେମାନଙ୍କ ଆତ୍ମବିଶ୍ୱାସ, ପ୍ରେରଣା, ସଂଗ୍ରାମ, ତ୍ୟାଗ ଓ ତପସ୍ୟା ଆମକୁ ଶତ ସିଂହର ଶକ୍ତି ଦେଇଛି । ଦେଶକୁ ବିଶ୍ୱଗୁରୁ ଭାବେ ଗଢ଼ି ତୋଳିବା ସହ ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନ କରିବାକୁ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀ ଯେଉଁ ଲକ୍ଷ୍ୟ ରଖିଛନ୍ତି, ସେଥିରେ ଓଡ଼ିଶାର ସର୍ବାଧିକ ଯୋଗଦାନ ରହିବ । ଓଡ଼ିଶାକୁ ଦେଶର ୧ ନମ୍ବର ରାଜ୍ୟଭାବେ ଗଢ଼ିବାକୁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ । ଏନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଭାବେ କାର୍ଯ୍ୟ କରୁଛନ୍ତି ବୋଲି ରାଜ୍ୟ କାର୍ଯ୍ୟାଳୟରେ ସ୍ୱାଧୀନତା ଦିବସରେ ଜାତୀୟ ପତାକା ଉତୋଳନ କରିବା ଅବସରରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି ।

ଏହି ଅବସରରେ ରାଜ୍ୟ ସଭାପତି ଶ୍ରୀ ସାମଲ ଓଡ଼ିଶାବାସୀଙ୍କୁ ସ୍ୱାଧୀନତା ଦିବସର ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହ କହିଛନ୍ତି ଯେ, ଯଶସ୍ୱୀ ପ୍ରଧାନମନ୍ତ୍ରୀ ମୋଦିଜୀ କେନ୍ଦ୍ର ସରକାରରେ ଲମ୍ବା ସମୟ ଧରି କାର୍ଯ୍ୟ କରି ଲୋକଙ୍କ ମଧ୍ୟରେ ଆତ୍ମବିଶ୍ୱାସ ଭରିଛନ୍ତି । ଭିତିଭୂମିଠାରୁ ଆରମ୍ଭ କରି ପ୍ରତିରକ୍ଷା ବିଭାଗ ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ଭାରତ ଆଜି ଶକ୍ତିଶାଳୀ ହୋଇଛି । ସେହିପରି ଓଡ଼ିଶାରେ ଡବଲଇଞ୍ଜିନ ସରକାର ଚାଷୀଙ୍କ ଆୟ ଦ୍ୱିଗୁଣିତ କରିବା, ବେକାରୀ ସମସ୍ୟା ଦୂର କରିବା, ମହିଳା ସୁରକ୍ଷା ସହ ଶିକ୍ଷା, ସ୍ୱାସ୍ଥ୍ୟ ବିକାଶ, ଗମନାଗମନ ଓ ଅନ୍ୟାନ୍ୟ କ୍ଷେତ୍ରରେ ଉନ୍ନତି ପାଇଁ ଦିନରାତି ପରିଶ୍ରମ କରୁଛି । ଆଜି ଲକ୍ଷପତି ଦିଦି ଯୋଜନାରେ ଓଡ଼ିଶା ଦେଶରେ ୧ ନମ୍ବର ହୋଇଥିବା ବେଳେ, ୨ ବର୍ଷ ମଧ୍ୟରେ ସୁଭଦ୍ରା ଯୋଜନାରେ ଅନେକ ମହିଳା ସଶକ୍ତ ହୋଇଛନ୍ତି । କୁଇଂଟାଲ ପିଛା ଧାନ ସହାୟକ ମୂଲ୍ୟ ୩୧୦୦ ଟଙ୍କା ହେବା ଯୋଗୁ ଚାଷୀଙ୍କ ଆର୍ଥିକ ସ୍ଥିତି ସୁଦୃଢ଼ ହୋଇଛି । ସେମାନଙ୍କ ମଧ୍ୟରେ ଆତ୍ମବିଶ୍ୱାସ ବଢ଼ିଛି । ୨ ବର୍ଷ ମଧ୍ୟରେ ଓଡ଼ିଶାକୁ ପ୍ରାୟ ୨୦ ଲକ୍ଷ କୋଟି ଟଙ୍କାର ପୁଞ୍ଜି ନିବେଶ ଆସିଥିବାବେଳେ ସେଥିରୁ ୫ ଲକ୍ଷ କୋଟି ଟଙ୍କା କାର୍ଯ୍ୟକାରୀ ହୋଇଛି । ଏଥିଯୋଗୁ ରାଜ୍ୟରେ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବା ସହ ଲୋକଙ୍କ ମଧ୍ୟରେ ଆତ୍ମବିଶ୍ୱାସ ବଢ଼ିଛି । ଭବିଷ୍ୟତର ଓଡ଼ିଶା ଗଢ଼ିବାରେ ଯୁବସମାଜର ପ୍ରମୁଖ ଭୂମିକା ରହିବ । ଏଥିପାଇଁ ସେମାନଙ୍କୁ କଠିନ ପରିଶ୍ରମ କରିବାକୁ ପଡ଼ିବ । ସମୃଦ୍ଧ ଓଡ଼ିଶା ଗଢ଼ିବା ପାଇଁ ସମସ୍ତେ ମିଳିମିଶି କାର୍ଯ୍ୟ କରିବାକୁ ସଂକଳ୍ପ ନେବାକୁ ଶ୍ରୀ ସାମଲ ଆହ୍ୱାନ ଦେଇଛନ୍ତି ।

ଏହି ଅବସରରେ ବିଧାୟକ ଶ୍ରୀ ବାବୁ ସିଂ, ରାଜ୍ୟ ସାଧାରଣ ସମ୍ପାଦକ (ସଂଗଠନ) ଶ୍ରୀ ମାନସ କୁମାର ମହାନ୍ତି, ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ବିରଂଚି ନାରାୟଣ ତ୍ରିପାଠୀ, ଶ୍ରୀ ଶାରଦା ପ୍ରସାଦ ଶତପଥୀ, ରାଜ୍ୟ ସମ୍ପାଦିକା ଡ. ପ୍ରୀତି ପ୍ରତିଭା ଭୋଳ, ଶ୍ରୀମତି ସ୍ମିତା ପ୍ରଧାନ, ଶ୍ରୀମତି ପିଙ୍କି ପ୍ରଧାନ, କାର୍ଯ୍ୟାଳୟ ସମ୍ପାଦକ ଶ୍ରୀ ଦେବେନ୍ଦ୍ର କୁମାର ନନ୍ଦ, ପୂର୍ବତନ ମନ୍ତ୍ରୀ ଶ୍ରୀ ଅରବିନ୍ଦ ଢାଲି, ବରିଷ୍ଠ ନେତା ଶ୍ରୀ ସୁରଥ ବିଶ୍ୱାଳ, ଶ୍ରୀ ମହେଶ ମହାନ୍ତି, ରାଜ୍ୟ ଗଣମାଧ୍ୟମ ସଂଯୋଜକ ଶ୍ରୀ ସୁଜିତ କୁମାର ଦାସ, ରାଜ୍ୟ ମୁଖପାତ୍ର ଶ୍ରୀ ଦିଲୀପ ମଲ୍ଲିକ, ଶ୍ରୀ ତପନ କୁମାର ଚାନ୍ଦ, ରାଜ୍ୟ ପ୍ରବକ୍ତା ଶ୍ରୀ ହିତେଶ ମହାପାତ୍ର, ଶ୍ରୀ ପତଞ୍ଜଳି କରଶର୍ମା, ଶ୍ରୀ ବ୍ରଜକିଶୋର ମିଶ୍ର, ଶ୍ରୀମତି ଶତରୂପା ମିଶ୍ର, ଭୁବନେଶ୍ୱର ଜିଲ୍ଲା ସଭାପତି ଶ୍ରୀ ନିରଞ୍ଜନ ମିଶ୍ରଙ୍କ ସମେତ ଦଳର ଅନେକ ନେତୃବୃନ୍ଦ ଓ କାର୍ଯ୍ୟକର୍ତା ପ୍ରମୁଖ ଉପସ୍ଥିତ ଥିଲେ ।