August 17, 2026

ଜନତା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ୮୦ତମ ସ୍ୱାଧୀନତା ଦିବସ ପାଳିତ

IMG-20260815-WA0077
Share

 

 

 

 

ଖୋର୍ଦ୍ଧା:(ପ୍ରିୟଙ୍କା ମହାପାତ୍ର) ଜନତା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, କୁହୁଡି କ୍ୟାମ୍ପସ ପରିସରରେ ପବିତ୍ର ୮୦ତମ ସ୍ୱାଧୀନତା ଦିବସ ଉତ୍ସାହ ଓ ଦେଶାତ୍ମବୋଧର ସହିତ ପାଳିତ ହୋଇଯାଇଛି। ଏହି ଅବସରରେ +୨ କଲେଜର ଅଧ୍ୟକ୍ଷା ବନଶ୍ରୀ ରାଉତରାୟ ପତାକା ଉତ୍ତୋଳନ କରିଥିଲେ।

ଯୁବ ରେଡକ୍ରସର କାଉନସେଲର ଜିତେନ୍ଦ୍ର କୁମାର ବସ୍ତିଙ୍କ ନେତୃତ୍ୱରେ ସ୍ୱେଚ୍ଛାସେବୀମାନେ ‘ବନ୍ଦେ ମାତରମ୍’ ଗାନ କରିବା ସହ ବିଭିନ୍ନ ଦେଶାତ୍ମବୋଧକ ସ୍ଲୋଗାନ ଦେଇ ଉପସ୍ଥିତ ସମସ୍ତଙ୍କ ମନରେ ଜାତୀୟ ଭାବନା ଜାଗ୍ରତ କରିଥିଲେ।

ଏହି କାର୍ଯ୍ୟକ୍ରମରେ କଲେଜର ଜାତୀୟ ସେବା ଯୋଜନା (ଏନ୍‌ଏସ୍‌ଏସ୍‌) କାର୍ଯ୍ୟକ୍ରମ ଅଧିକାରୀ ମନୋଜ କୁମାର ସାମନ୍ତରାୟ, ଅଧ୍ୟାପକ ବସନ୍ତ କୁମାର ସାହୁ, କ୍ରୀଡ଼ା ଶିକ୍ଷକ ଜୟକୃଷ୍ଣ ଶ୍ରୀଚନ୍ଦନ, ଶିକ୍ଷକ ପ୍ରଶାନ୍ତ କୁମାର ଦାସଙ୍କ ସମେତ ସମସ୍ତ ଅଧ୍ୟାପକ, ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀ ଉପସ୍ଥିତ ଥିଲେ।

ଯୁବ ରେଡକ୍ରସ ଓ ଏନ୍‌ଏସ୍‌ଏସ୍‌ର ସ୍ୱେଚ୍ଛାସେବୀ, ଛାତ୍ରଛାତ୍ରୀମାନେ ମଧ୍ୟ ଉତ୍ସାହର ସହ ଯୋଗଦେଇ ପବିତ୍ର ଦିବସକୁ ଗୌରବମଣ୍ଡିତ କରିଥିଲେ। ସମସ୍ତ କାର୍ଯ୍ୟକ୍ରମକୁ କ୍ରୀଡ଼ା ଶିକ୍ଷକ ଜୟକୃଷ୍ଣ ଶ୍ରୀଚନ୍ଦନ ସୁଚାରୁ ଭାବେ ପରିଚାଳନା କରିଥିଲେ।