୩ ବର୍ଷ ପରେ ବଡ଼ ନିଷ୍ପତ୍ତି! ଶାବର ଶ୍ରୀ କ୍ଷେତ୍ର ମନ୍ଦିରର ସଭାପତି ହେଲେ ତାରାପ୍ରସାଦ ବାହିନୀପତି…
୩୧/୦୭/୨୦୨୬ କୋରାପୁଟରୁ ଆସିଛି ଏକ ବଡ଼ ଖବର। ଦୀର୍ଘ ତିନି ବର୍ଷ ପରେ ଶାବର ଶ୍ରୀ କ୍ଷେତ୍ର ମନ୍ଦିର ପରିଚାଳନା କମିଟିକୁ ମିଳିଛି ନୂଆ ନେତୃତ୍ୱ।
ଜୟପୁର ବିଧାୟକ ତାରାପ୍ରସାଦ ବାହିନିପତିଙ୍କୁ ମନ୍ଦିର ପରିଚାଳନା କମିଟିର ସଭାପତି ଭାବେ ଚୟନ କରାଯାଇଛି। ସଭାପତି ପଦ ଦୀର୍ଘ ତିନି ବର୍ଷ ଧରି ଖାଲି ପଡ଼ିଥିଲା। ଏହି ସମୟ ମଧ୍ୟରେ ମନ୍ଦିରର ଦୈନନ୍ଦିନ ପରିଚାଳନା କାର୍ଯ୍ୟ ଅସ୍ଥାୟୀ ସମ୍ପାଦକଙ୍କ ତତ୍ତ୍ୱାବଧାନରେ ଚାଲିଆସୁଥିଲା।
ନୂଆ କମିଟିରେ ଅଜିତ କୁମାର ପାତ୍ରଙ୍କୁ ଉପସଭାପତି ଏବଂ ଅଯୋଧ୍ୟା ସାମଲଙ୍କୁ ସମ୍ପାଦକ ଭାବେ ଚୟନ କରାଯାଇଛି।
ନୂତନ କମିଟି ଗଠନ ପରେ ମନ୍ଦିରର ପରିଚାଳନା, ଉନ୍ନୟନ କାର୍ଯ୍ୟ, ଭକ୍ତମାନଙ୍କ ସୁବିଧା ଏବଂ ଧାର୍ମିକ କାର୍ଯ୍ୟକ୍ରମ ଅଧିକ ସୁଚାରୁ ଭାବେ ପରିଚାଳିତ ହେବ ବୋଲି ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆଶା ପ୍ରକାଶ ପାଇଛି। (ଗୁପ୍ତେଶ୍ୱର ରଥ କୋରାପୁଟ)
