July 31, 2026

ସମାଜସେବୀ ଡାକ୍ତର ମନୋରଞ୍ଜନ ମେହେର ଙ୍କ ଦ୍ଵାରା କୁରୁଆଁ ମାହେଶ୍ୱରୀ ପୁଷ୍କରିଣୀ ର ପୁନଃରୁଦ୍ଧାର କାର୍ଯ୍ୟ ସମ୍ପୂର୍ଣ୍ଣ

IMG-20260731-WA0056
Share

         ସମାଜସେବୀ ଡାକ୍ତର ମନୋରଞ୍ଜନ ମେହେର ଙ୍କ ଦ୍ଵାରା କୁରୁଆଁ ମାହେଶ୍ୱରୀ ପୁଷ୍କରିଣୀ ର ପୁନଃରୁଦ୍ଧାର କାର୍ଯ୍ୟ ସମ୍ପୂର୍ଣ୍ଣ, ୧୮୭୫ ମସିହାରେ ସ୍ୱର୍ଗତ ଦାମୁରୀ ମେହେରଙ୍କ ଦ୍ୱାରା ଖନନ କରାଯାଇଥିବା ସେବେଲର ଭୁଲିଆ ବନ୍ଧ କୁରୁଆଁ ଗ୍ରାମ ପାଇଁ ଏକ ଅମୃତକୁମ୍ଭ ସଦୃଶ ଥିଲା ।ଏହା ସ୍ନାନ ତଥା ପାନୀୟ ଜଳ ର ଉତ୍ସ ଥିଲା । ୧୯୯୦ ପରେ ଏହା ଅବହେଳିତ ହୋଇ ଏକ ପରିତ୍ୟକ୍ତ ଗାଡ଼ିଆରେ ପରିଣତ ହୋଇଥିଲା । ଯଦ୍ୱାରା ଗ୍ରାମବାସୀ ଘୋର ଅସୁବିଧାର ସମ୍ମୁଖୀନ ହେଉଥିଲେ । ସରକାରୀ ଯୋଜନାରୁ ମଧ୍ୟ ଉପେକ୍ଷିତ ହୋଇ ସାରିଥିଲା । ଏହାକୁ ହୃଦୟଙ୍ଗମ କରି ରେମଣ୍ଡା ନିବାସୀ ଡାକ୍ତର ମନୋରଞ୍ଜନ ମେହେର ଓ ତାଙ୍କ ଧର୍ମପତ୍ନୀ ଶ୍ରୀମତୀ ବାସନ୍ତୀ ମେହେର ପୁଷ୍କରିଣୀ ର ପୁନଃରୁଦ୍ଧାର ପାଇଁ ସ୍ଵତଃସେବା ମନୋବୃତ୍ତି ନେଇ ଆଗେଇ ଆସିଥିଲେ । ମଇ ୧୯ ରୁ ଜୁଲାଇ ୧୦ ପର୍ଯ୍ୟନ୍ତ ଦୀର୍ଘ ୫୦ ଦିନର ପୁନଃରୁଦ୍ଧାର କାର୍ଯ୍ୟ କରିବା ପରେ ଆଜି ଏକ ସ୍ୱଚ୍ଛ ପୁଷ୍କରିଣୀ ରୂପେ ପ୍ରତୀୟମାନ ହୋଇଛି । ଏହି କାର୍ଯ୍ୟ ପାଇଁ ଗ୍ରାମବାସୀ ତଥା ଅଞ୍ଚଳବାସୀ ଡାକ୍ତର ମନୋରଞ୍ଜନ ମେହେର ଓ ତାଙ୍କ ଧର୍ମପତ୍ନୀ ବାସନ୍ତୀ ମେହେର ଙ୍କୁ ହୃଦୟରୁ ପ୍ରଶଂସା କରୁଛନ୍ତି ।

You may have missed