July 31, 2026

ହୀରାକୁଦରେ ଜଳସ୍ତର ବଢ଼ୁଛି, ଖୋଲିବ ୨୨ ଗେଟ୍ ୧୪ ଗେଟ୍ ଖୋଲା ପରେ ପୁଣି ୮ ଗେଟ୍ ଖୋଲିବାକୁ ନିର୍ଦ୍ଦେଶ ଜଳଭଣ୍ଡାରକୁ ୪.୪୨ ଲକ୍ଷ କ୍ୟୁସେକ୍ ପ୍ରବେଶ, ୨.୪୯ ଲକ୍ଷ କ୍ୟୁସେକ୍ ନିଷ୍କାସନ

IMG-20260731-WA0043
Share

ସମ୍ବଲପୁର, ୩୧/୭: ମହାନଦୀ ଉପରମୁଣ୍ଡରେ ଜାରି ରହିଥିବା ଜଳପ୍ରବାହର ପ୍ରଭାବ ହୀରାକୁଦ ଜଳଭଣ୍ଡାର ଉପରେ ପଡ଼ିଛି। ଜଳଭଣ୍ଡାରର ଜଳସ୍ତର ଲଗାତାର ବଢ଼ୁଥିବାରୁ ହୀରାକୁଦ କର୍ତ୍ତୃପକ୍ଷ ପୁଣି ୮ଟି ସ୍ଲୁଇସ୍ ଗେଟ୍ ଖୋଲିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ଫଳରେ ହୀରାକୁଦରେ ମୋଟ ୨୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେବ।

 

ଶୁକ୍ରବାର ଅପରାହ୍ନ ୩ଟାର ତଥ୍ୟ ଅନୁସାରେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୨୪.୯୫ ଫୁଟ୍ରେ ପହଞ୍ଚିଛି ଏବଂ ଜଳସ୍ତର ବୃଦ୍ଧିଶୀଳ ରହିଛି। ସେତେବେଳେ ୧୪ଟି ସ୍ଲୁଇସ୍ ଗେଟ୍ ଖୋଲା ରହିଥିଲା—ବାମ ପାର୍ଶ୍ୱର ୯ଟି ଓ ଡାହାଣ ପାର୍ଶ୍ୱର ୫ଟି।

 

୪.୪୨ ଲକ୍ଷ କ୍ୟୁସେକ୍ ଜଳ ପ୍ରବେଶ

 

ହୀରାକୁଦ ଜଳଭଣ୍ଡାରକୁ ହାରାହାରି ୪,୪୨,୬୨୧ କ୍ୟୁସେକ୍ ଜଳ ପ୍ରବେଶ କରୁଥିବା ବେଳେ ୨,୪୯,୩୦୭ କ୍ୟୁସେକ୍ ଜଳ ନିଷ୍କାସିତ ହେଉଥିଲା। ଏଥିରୁ ସ୍ପିଲୱେ ଦେଇ ୨,୨୦,୪୬୮ କ୍ୟୁସେକ୍ ଜଳ ଛଡ଼ାଯାଉଥିଲା।

 

ପାୱାରଚ୍ୟାନେଲ ଦେଇ ୨୫,୦୧୪ କ୍ୟୁସେକ୍, ଶିଳ୍ପ ବ୍ୟବହାର ପାଇଁ ୨୪୭ କ୍ୟୁସେକ୍ ଏବଂ ବିଭିନ୍ନ କେନାଲ ମାଧ୍ୟମରେ ୩,୫୭୮ କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି।

 

୨୨ ଗେଟ୍‌ରେ ଜଳ ନିଷ୍କାସନ

 

ନୂଆ ୮ଟି ଗେଟ୍ ଖୋଲାଯିବା ପରେ ମୋଟ ୨୨ଟି ସ୍ଲୁଇସ୍ ଗେଟ୍ ଖୋଲା ରହିବ। ଏଥିରେ ବାମ ପାର୍ଶ୍ୱର ୧୫ଟି ଓ ଡାହାଣ ପାର୍ଶ୍ୱର ୭ଟି ଗେଟ୍ ସାମିଲ ହେବ।

 

ଜଳଭଣ୍ଡାରକୁ ଜଳ ପ୍ରବେଶ ପରିମାଣ ବଢ଼ୁଥିବା ପରିପ୍ରେକ୍ଷୀରେ ଗେଟ୍ ସଂଖ୍ୟା ବଢ଼ାଯିବାକୁ ନେଇ ତଳମୁଣ୍ଡରେ ମଧ୍ୟ ଜଳପ୍ରବାହ ବୃଦ୍ଧିର ଆଶଙ୍କା ରହିଛି। ହୀରାକୁଦର ଜଳସ୍ତର, ଇନ୍‌ଫ୍ଲୋ ଓ ଆଉଟ୍‌ଫ୍ଲୋ ଉପରେ କର୍ତ୍ତୃପକ୍ଷ ନିରନ୍ତର ନଜର ରଖିଛନ୍ତି।

 

You may have missed