July 15, 2026

ରଥଯାତ୍ରାରେ ସେବା ନିମନ୍ତେ ଗଞ୍ଜାମରୁ ପୁରୀ ଅଭିମୁଖେ ବାହାରିଲେ ଶତାଧିକ ସ୍ବେଚ୍ଛାସେବୀ

IMG-20260714-WA0096
Share

 

 

ଛତ୍ରପୁର ତା ୧୪/୭/୨୬(ଅରୁଣ କୁମାର ପଣ୍ଡା )ବିଗତ ବର୍ଷମାନଙ୍କରେ ବିଶ୍ବପ୍ରସିଦ୍ଧ ପୁରୀ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା ସମୟରେ କିମ୍ବା ଶ୍ରୀ ଲିଙ୍ଗରାଜ ମନ୍ଦିରରେ ମହାଶିବରାତ୍ରିରେ ତଥା ତାରାତାରିଣୀଙ୍କର ଚଇତି ଯାତ୍ରା ସମୟରେ ଉଲ୍ଲେଖନୀୟ ସେବା କାର୍ଯ୍ୟକରି ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିଥିବା ଅଗ୍ରଣୀ ସ୍ବେଚ୍ଛାସେବୀ ସଙ୍ଗଠନ ସେବା ପ୍ରତିନିଧିର ସଦସ୍ୟମାନେ ଏ ବର୍ଷ ପୁଣି ରଥଯାତ୍ରା ସମୟରେ ଗଜପତି ଜିଲ୍ଲା ନ୍ୟାୟାଳୟ ରେ ପଦସ୍ଥ ଭାରପ୍ରାପ୍ତ କ୍ୟାଡ଼ର ପବ୍ଲିକ ପ୍ରସିକ୍ୟୁଟର ରାଜେଶ କୁମାର ମିଶ୍ରଙ୍କ ନେତୃତ୍ୱରେ ସେବାକାର୍ଯ୍ୟ କରିବା ପାଇଁ ପୋଲିସ କମିଶନର, ଭୁବନେଶ୍ୱରଙ୍କର ଅନୁମତି ପ୍ରାପ୍ତ କରିବା ପରେ ଶ୍ରୀ କ୍ଷେତ୍ର ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି।

 

ସୂଚନାଯୋଗ୍ୟ, ପୂର୍ବବର୍ଷ ଭଳି ଏଥର ମଧ୍ୟ ପୁରୀ ଲୋକନାଥ ରୋଡ଼ରେ ଅବସ୍ଥିତ ନିଗମାନନ୍ଦ ଆଶ୍ରମର ମିଳିତ ସହଯୋଗରେ ଏହି ସଦସ୍ୟମାନେ ରଥଯାତ୍ରାରେ ଶୃଙ୍ଖଳିତ ଭାବେ ବିଭିନ୍ନ ସେବା କାର୍ଯ୍ୟ ଯଥା ରଥଯାତ୍ରା ଶେଷ ହେବା ପରେ ବଡ଼ଦାଣ୍ଡ ଓଳାଇବା, ଖାଦ୍ୟ ଓ ପାନୀୟ ଜଳ ବାଣ୍ଟିବା, ଷ୍ଟ୍ରେଚରରେ ଗୁରୁତର ଆହତ ବ୍ୟକ୍ତିଙ୍କୁ ହସ୍ପିଟାଲ ପହଞ୍ଚାଇବା, ପୋଲିସ, ପ୍ରଶାସନକୁ ଯଥା ସମ୍ଭବ ସାହାଯ୍ୟ କରିବା ପାଇଁ ସ୍ଥିର କରାଯାଇଛି। ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟରତ ୩୦୦ରୁ ଉର୍ଦ୍ଧ୍ବ ସଦସ୍ୟ ଏଥର ରଥଯାତ୍ରାରେ ଯଥା ସମ୍ଭବ ସେବା ଯୋଗାଇବେ ବୋଲି ଶ୍ରୀ ମିଶ୍ର ସୂଚନା ଦେଇଛନ୍ତି। ଏ ନେଇ ପୂର୍ବରୁ ଗଞ୍ଜାମ ଆରକ୍ଷୀ ଅଧିକ୍ଷକଙ୍କ ଦୃଷ୍ଟି ଆକର୍ଷଣ ପୂର୍ବକ ଓକିଲ ବି. ଧର୍ମା ରେଡ୍ଡୀ ତଥା ଆଇ.ଆର.ଇରେ କାର୍ଯ୍ୟରତ ମନୋରଞ୍ଜନ ବେହେରା ତଥା ସମାଜସେବୀ ମନୋଜ ମିଶ୍ରଙ୍କ ନେତୃତ୍ୱରେ ଏକ ଦଳ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ପ୍ରଶାନ୍ତ କୁମାର ଦାସଙ୍କୁ ଭେଟି ଲିଖିତ ଭାବେ ଅବଗତ କରାଇବା ସହ ଶ୍ରୀ ଦାସ ସମସ୍ତଙ୍କୁ ଭଲ କାମ କରିବାକୁ ପରାମର୍ଶ ଦେଇଥିଲେ।

 

ସୂଚନାଯୋଗ୍ୟ, ପାରଳାଖେମୁଣ୍ଡିରେ ପଦସ୍ଥ ଭାରପ୍ରାପ୍ତ କ୍ୟାଡ଼ର ପବ୍ଲିକ ପ୍ରସିକ୍ୟୁଟର ରାଜେଶ କୁମାର ମିଶ୍ର ପୂର୍ବ ବର୍ଷ ଭଳି ଏହି ସ୍ବେଚ୍ଛାସେବୀ ଦଳର ନେତୃତ୍ୱ ନେବେ ତଥା ଓଲିଉଡ କଳାକାର ବିକାଶ ମହାରଣା, ହାଇକୋର୍ଟ ଓକିଲ ବିଜୟ ଜେନା, ଛତ୍ରପୁର ଆଇ.ଆର.ଇରେ କାର୍ଯ୍ୟରତ ଟୁଟୁ ନାୟକ, ସମାଜସେବୀ ରିଙ୍କୁ ସାହୁ, ସୁଶାନ୍ତ ଗୌଡ଼, ମାଧବ ସାସମଲ,

ସ୍ପର୍ଶ ହସ୍ପିଟାଲରେ କାର୍ଯ୍ୟରତ ଡ଼ଃ ପ୍ରିୟବ୍ରତ ଶତପଥୀ ତଥା ଅଖିଳ ଭାରତୀୟ ଯୁବଜନ ସେବା ସମିତିର ମୁଖ୍ୟ କୁମାର ରେଡ୍ଡୀ ପ୍ରମୁଖ ଶ୍ରୀ ମିଶ୍ରଙ୍କୁ ଏଥିରେ ସହଯୋଗ କରିବେ ବୋଲି ସୂଚନା ମିଳିଛି।

You may have missed