July 2, 2026

କେନ୍ଦ୍ରାପଡ଼ା ର ଝିଅ ସହିତ ସାରଳାପୀଠର ପୁଅ ନିର୍ବନ୍ଧରେ, ନାଚିଲେ ନିମନ୍ତ୍ରିତ ଅତିଥି ..

IMG-20260702-WA0001
Share

ତିର୍ତ୍ତୋଲ ତା 1/7/2026 ମହାରାଷ୍ଟ୍ର ମୁମ୍ବାଇ ଇଣ୍ଡିଆନ ଏୟାରପୋର୍ଟ ରେ କାର୍ଯ୍ୟରତ, କେନ୍ଦ୍ରାପଡ଼ା ନିବାସୀ ମଳୟ କୁମାର ଜେନା ଙ୍କ ଝିଅ ସୁଶ୍ରୀ ଇତିସ୍ମିତା ଜେନା ଙ୍କ ସହିତ, ଝଙ୍କଡ଼ ସାରଳାପୀଠ ଭଟଗାଁ ର ସମାଜସେଵୀ ସୁଧାକର ବରାଳ ଙ୍କ ପୁଅ ବିଶ୍ୱାସ ବରାଳ ଙ୍କର ବିବାହପୂର୍ବରୁ ନିର୍ବନ୍ଧ ବନ୍ଧନ ରେ ଛନ୍ଦି ହୋଇଯାଇଛନ୍ତି ନବଦମ୍ପତି l ଜଇପୁର ଛକସ୍ଥିତ ଆରୀୟାନ ଭିଜନ ରେ ଆୟୋଜିତ ଏହି ଉପଲକ୍ଷେ ରିଙ୍ଗ ସେଲିବ୍ରେସନ ରେ ବହୁ ବିଶିଷ୍ଟ ମାନ୍ୟଗଣ୍ୟ ବ୍ୟକ୍ତି ନିମନ୍ତ୍ରିତ ଅତିଥି ଭାବେ ଯୋଗଦେଇ, ସଙ୍ଗୀତର ସୁରଝଙ୍କାର ର ତାଳେତାଳେ ନାଚିନାଚି ଏହି ସେଲିବ୍ରେସନ ରେ ନିମଜ୍ଜିତ ହୋଇଯାଇଥିଲେ l ଏଥିରେ ବିଶିଷ୍ଟ ସମାଜସେବୀ ଯୁଧିଷ୍ଠିର ସେଠୀ, ଟ୍ରେଡ଼ୟୁନିୟନ ନେତା ରଞ୍ଜନ ଖୁଣ୍ଟିଆ, ଗଗନ ଖଣ୍ଡୁଆଳ, ପ୍ରଦୀପ୍ତ ରାଉତ, ଦିଲ୍ଲୀପ ରାଉତ,ଅଜୟ କୁମାର ସାହୁ, ଦମୟନ୍ତୀ ସାହୁ, ଶାନ୍ତନୁ ସ୍ୱାଇଁ, ସାବିତ୍ରୀ ସ୍ୱାଇଁ ରିତାରାଣୀ ନାୟକ, ବଟକୃଷ୍ଣ ବରାଳ, ପ୍ରଦୀପ୍ତ କୁମାର ସ୍ୱାଇଁ, ବଟକୃଷ୍ଣ ଜେନା, ବସନ୍ତ କୁମାର ଜେନା, ହେମନ୍ତ କୁମାର ଜେନା ଓ ରମାକାନ୍ତ ରାଉଳ ପ୍ରମ୍ମୁଖ ଏହି ମାଙ୍ଗଳିକ କାର୍ଯ୍ୟକ୍ରମ ରେ ସକ୍ରିୟ ଅଂଶଗ୍ରହଣ କରିଥିଲେ l ତେବେ ଏହି ସମସ୍ତ କାର୍ଯ୍ୟକ୍ରମ କୁ ଅରୁଣା ବରାଳ, ସଂଗ୍ରାମ ବରାଳ ଓ ସ୍ମୃତିରେଖା ବରାଳ ପ୍ରମୁଖ ପରିଚାଳନା କରିଥିଲେ l ବିବାହବନ୍ଧନରେ ଆବଦ୍ଧ ହେବାକୁ ଏହି ନବଦମ୍ପତି ଓଡିଶାର ମୂଳ ଅଧିବାସୀ ହୋଇଥିଲେ ମଧ୍ୟ ଉଭୟଙ୍କର କର୍ମଭୂମି ମୁମ୍ବାଇ ମହାନଗରୀରେ ହୋଇଥିବାରୁ ଏହି ରିଙ୍ଗସେଲିବ୍ରେସନ ରେ ମୁମ୍ବାଇର ବହୁ ବିଶିଷ୍ଟ ମାନ୍ୟଗଣ୍ୟ ବ୍ୟକ୍ତି ମଧ୍ୟ ସ୍ୱତନ୍ତ୍ର ନିମନ୍ତ୍ରିତ ଅଥିତି ଭାବେ ଅଂଶଗ୍ରହଣ କରିଥିବାର ଦେଖିବାକୁ ମିଳିଥିଲା lଜଗତ୍ସିଂହପୁର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ୍ ନ୍ୟୁଜ ଉପାନ୍ତ ଖବର