July 1, 2026

ଗଜପତି:- ଓମସା” ଡାକ୍ତର ମାନଙ୍କ ଧର୍ମଘଟ ଯୋଗୁଁ ରୋଗୀ ସ୍ୱାସ୍ଥ୍ୟ ଚିକିତ୍ସା ସେବା ସମ୍ପୂର୍ଣ୍ଣ ଭାବେ ବିପର୍ଯ୍ୟସ୍ତ

IMG-20260701-WA0039
Share

 

ଓଡ଼ିଶା ମେଡିକାଲ ସର୍ଭିସେସ ଏସୋସିଏସନ (ଓମସା) ନିର୍ଦ୍ଦେଶ କ୍ରମେ ଗଜପତି ଜିଲ୍ଲା ଶାଖା ଡାକ୍ତର ମାନେ ବିଭିନ୍ନ ନ୍ୟାଯ୍ୟ ଦାବୀ ଗୁଡିକ ପୂରଣ ନେଇ ଆଜିଠାରୁ ଧର୍ମଘଟ ଚଲାଇ ଥିବା ଯୋଗୁ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମେତ ଜିଲ୍ଲାର ବିଭିନ୍ନ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକରେ ରୋଗୀ ସ୍ୱାସ୍ଥ୍ୟ ଚିକିତ୍ସା ସେବା ସମ୍ପୂର୍ଣ୍ଣ ଭାବେ ବିପର୍ଯ୍ୟସ୍ତ ହୋଇ ପଡ଼ିଥିବା ଦେଖାଯାଇଛି । ଏମିତି କି ଜରୁରୀକାଳୀନ ଚିକିତ୍ସା ସେବା ସମେତ ସମସ୍ତ ଚିକିତ୍ସା ସେବା ଠପ୍ ହୋଇଯାଇଛି । ସମସ୍ତ ସରକାରୀ ଚିକିତ୍ସା କେନ୍ଦ୍ର ଗୁଡିକରେ କୌଣସି ସେବା ଉପଲବ୍ଧ ହେବ ନାହିଁ ।

କାର୍ଯ୍ୟରତ ଡାକ୍ତର ମାନଙ୍କ ନ୍ୟାୟସଙ୍ଗତ ଓ ବୈଧ ଦାବି ଗୁଡ଼ିକ ପ୍ରତି ପୁରଣ କରିବା ଦିଗରେ ସରକାର ଲଗାତାର ଭାବେ ବୈମାତୃକ ଓ ଉଦାସୀନତା ମନୋଭାବ ପୋଷଣ କରି ଆସୁଥିବା ଯୋଗୁଁ ଓମସା ପକ୍ଷରୁ ଏଭଳି ପଦକ୍ଷେପ ନିଆଯିବା ସହ ଏହି ସିଦ୍ଧାନ୍ତ ଗ୍ରହଣ କରାଯାଇଛି । ଏଭଳି ହୋଇଥିବା ପ୍ରତି ଓମସା ମଧ୍ୟ ସମ୍ପୂର୍ଣ୍ଣ ଭାବେ ଦୁଖିତଃ। ଓଡ଼ିଶା ବାସୀଙ୍କ ପାଇଁ ଓମସା’ର ଆହ୍ବାନ ରହିଛି ଯେ , ଉତ୍ତମ କାର୍ଯ୍ୟ ପରିବେଶ , କର୍ମଚାରୀଙ୍କ ସମ୍ମାନ ଏବଂ ଉନ୍ନତ ସ୍ୱାସ୍ଥ୍ୟ ସେବା ପାଇଁ ଚାଲିଥିବା ଆମର ନ୍ୟାୟ ସଙ୍ଗତ ଆନ୍ଦୋଳନକୁ ପୂର୍ଣ୍ଣ ମାତ୍ରାରେ ସମର୍ଥନ କରନ୍ତୁ ।

ଓମସା’ର ସଂଗ୍ରାମ ନ୍ୟାୟ ପାଇଁ ତେଣୁ ଆମର ଅଧିକାର ଉତ୍ତମ ସ୍ୱାସ୍ଥ୍ୟ ସେବା ଓ ଓ ସମ୍ମାନ ପାଇଁ ଆମେ ଆଜି ଏକତ୍ରିତ ହୋଇଛୁ ।

ଆମର ଦୀର୍ଘ ଦିନର ନ୍ୟାଯ୍ୟ ଦାବୀ ଗୁଡିକ ହେଲା:- କେନ୍ଦ୍ରୀୟ ଡିଏସିପି , କେବିକେ ପ୍ରସ୍ତାବ ନୀତି , ନିୟମିତ ଡିପିସି , ବିଶେଷଜ୍ଞ ପ୍ରୋତ୍ସାହନ ବୃଦ୍ଧି , ସ୍ୱଚ୍ଛ ସ୍ଥାନାନ୍ତର ନୀତି , କାର୍ଯ୍ୟ ସ୍ଥଳରେ ଡାକ୍ତର ମାନଙ୍କ ସୁରକ୍ଷା , କ୍ୟାଡ଼ର ପୁନର୍ଗଠନ , ନୂତନ ଡାକ୍ତର ନିଯୁକ୍ତି , ଡେଣ୍ଟାଲ କ୍ୟାଡ଼ର ପୁନର୍ଗଠନ ଏବଂ ଚୁକ୍ତି ଭିତ୍ତିକ ଡାକ୍ତର ମାନଙ୍କ ଦରମା ବୃଦ୍ଧି। । ।

ତେଣୁ କରି ଆମେ ସମସ୍ତେ ଓମସା ଡାକ୍ତର ମାନେ ଓଡ଼ିଶା ସରକାରଙ୍କୁ ବିନମୀ ସହକାରେ ଅନୁରୋଧ କରୁଛୁ ଯେ , ଆମର ରହିଥିବା ଦୀର୍ଘ ଦିନ ଧରି ପୂରଣ ହୋଇ ନ ଥିବା ନ୍ୟାୟସଙ୍ଗତ ଓ ବୈଧ ତଥା ନ୍ୟାଯ୍ୟ ଦାବୀ ଗୁଡିକ ପ୍ରାଥମିକତା ଭିତ୍ତିରେ ବିଚାର କରି ଆମକୁ ଯଥୋଚିତ ନ୍ୟାୟ ପ୍ରଦାନ କରିବାରେ ସହାୟକ ହୁଅନ୍ତୁ ।

ଏହି ଦାବୀ ଗୁଡ଼ିକୁ ନେଇ ଓମସା ଗଜପତି ଜିଲ୍ଲା ଶାଖା ଡାକ୍ତର ମାନଙ୍କ ପକ୍ଷରୁ ଏଡିଏମଓ ଡ଼ାଃ ମଞ୍ଜୁରାଣୀ ଜେନା ଏବଂ ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲ’ଙ୍କୁ ସରକାରଙ୍କ ଉଦ୍ଦେଶ୍ୟରେ ଏକ ଭିନ୍ନ ଭିନ୍ନ ଭାବେ ଏକ ସ୍ମାରକପତ୍ର ମିଳିତ ଭାବେ ପ୍ରଦାନ କରିଛନ୍ତି ।

 

ଗଣେଶ କୁମାର ରାଜୁ

ପାରଳାଖେମୁଣ୍ଡି (ଗଜପତି)

 

You may have missed