November 22, 2024

ପୁଣି ଲୋକଙ୍କୁ ସାମାଜିକ ବାସନ୍ଦ ଥାନରେ ଅଭିଯୋଗ

Share

ପୁଣି ଲୋକଙ୍କୁ ସାମାଜିକ ବାସନ୍ଦ
ଥାନରେ ଅଭିଯୋଗ
—————————————-

ଗଞ୍ଜାମ : ପ୍ରଦୀପ କୁମାର ପଣ୍ଡା

ଗଞ୍ଜାମ ବ୍ଲକ ରେ ଏବେବି କାଙ୍ଗାରୁ କୋର୍ଟ କରାଯାଇ ସାଧାରଣ ଲୋକଙ୍କୁ ସାମାଜିକ ବାସନ୍ଦ କରାଯାଇ ମାନସିକ ଯନ୍ତ୍ରଣା ଦିଆଯାଉଥିବା ଅଭିଯୋଗ ହୋଇ ଆସୁଛି l କିଛି ଦିନ ତଳେ ସନ୍ତୋଷ ପୁର ଗ୍ରାମରେ ନିଜ ବଂଶ ର ଏକ ଦଶା କାର୍ଯ୍ୟରେ ଜୈନେକ ମହିଳା ଯୋଗଦେବାକୁ ଯାଇଥିବା ବେଳେ ଗ୍ରାମ୍ୟ ଭଦ୍ରବ୍ୟକ୍ତି ଙ୍କ କଟୁ ସମାଲୋଚନା ସହ ଗ୍ରାମକୁ ଆସିବାକୁ ବାରଣ କରାଯିବା ପରେ ଆତ୍ମହତ୍ୟା ଉଦ୍ୟମ କରିଥିବା ବେଳେ ପୁଣି ଏପରି ଏକ ଘୃଣ୍ୟ ପ୍ରଥାକୁ କୁ ନେଇ ରମ୍ଭା ଥାନାରେ ଅଭିଯୋଗ ହୋଇଛି l
ଗଞ୍ଜାମ ବ୍ଲକ ଅନ୍ତର୍ଗତ ପୋଇରାଶି ପଞ୍ଚାୟତ ରେ ରାଜନୈତିକ ଉଧେଶ୍ୟ ନେଇ ଲୋକ ଙ୍କୁ ସାମାଜିକ ବାସନ୍ଦ ନେଇ ରମ୍ଭା ଥାନାରେ ସ୍ଥାନୀୟ ରେଡି କୂଳର ବିଭିନ୍ନ ପଦାଧିକାରୀ ଙ୍କ ବିରୁଦ୍ଧରେ ଅଭିଯୋଗ ହୋଇଛି l ଉକ୍ତ ବାସନ୍ଦ ଘଟଣା କୁ ନେଇ ସ୍ଥାନୀୟ ଅଞ୍ଚଳରେ ଲୋକଙ୍କ ମଧ୍ୟରେ ଘୋର ଅସନ୍ତୋଷ ଦେଖିବାକୁ ମିଳିଛି l ନୁଆଁପଲ୍ଲୀ ଗ୍ରାମର ଡ଼ି. ଇରେୟା ପ୍ରଧାନ,ଡ଼ି. ଇନ୍ଦ୍ରମଣି ପ୍ରଧାନ,ଡ଼ି. ବନମାଳି ପ୍ରଧାନ,ପି. ଜଗନ୍ନାଥ ପ୍ରଧାନ ଙ୍କୁ ସାମାଜିକ ବାସନ୍ଦ କରାଯାଇଥିବା ନେଇ ଲିଖିତ ଅଭିଯୋଗ ହୋଇଛି l ସ୍ଥାନୀୟ ଅଞ୍ଚଳରେ ଭୋଜିଭାତ,ଦୋକାନ ବଜାର ଓ ବିଭିନ୍ନ ସାଂସୃତିକ କାର୍ଯ୍ୟକ୍ରମ ମାନଙ୍କୁ ବାରଣ କରାଯାଉଥିବା ଅଭିଯୋଗ ହୋଇଛି l ସେହିପରି ପୋଇରାଶୀ ଗ୍ରାମର ଡ଼ି. କୃଷ୍ଣ ରେଡି,କେ. ଭାସ୍କର ରେଡି, ଏସ. ଋଷିଆ ରେଡି,ଡ଼ି. ନରସିଂହ ରେଡି ପ୍ରମୁଖ ଗ୍ରାମବାସୀ ସେମାନଙ୍କୁ କୌଣସି କାରଣ ନଥାଇ ରାଜନୈତିକ ଉଧେଶ୍ୟ ରଖି ସାମାଜିକ ବାସନ୍ଦ କରାଯାଇଥିବା ନେଇ ଅଭିଯୋଗ ହୋଇଛି l
ଏନେଇ ରମ୍ଭା ଥାନା ଅଧିକାରୀ ପି. ସ୍ୱରୂପ କିଷନଙ୍କୁ ଯୋଗାଯୋଗ କରିବାରେ ଅଭିଯୋଗ ହୋଇଛି ତୁରନ୍ତ ଏହାର ସମାଧାନ କରାଯିବ ବୋଲି ସେ ଗଣ ମାଧ୍ୟମ କୁ କହିଥିଲେ l