ବାଲିପଦରରେ ପଞ୍ଚୁଦଣ୍ଡ ମହାମିଳନ
ବୁଗୁଡା: ତା ୦୫/୦୪/୨୬ : ବୁଗୁଡ଼ା ବ୍ଳକ୍ ଅନ୍ତର୍ଗତ ବାଲିପଦର ଗ୍ରାମରେ ତ୍ରିନାଥ ସାସମଲଙ୍କ ମାନସିକ ପଞ୍ଚୁଦଣ୍ଡ ମହାମିଳନ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଗହଙ୍ଗୁ ,ଏ.କରଡାବାଡି,ସୁନାକେରା,ବଣପଲ୍ଲୀ,
ପଙ୍କଳବଡିର ମା ଦଣ୍ଡକାଳୀ କର୍ତ୍ତାଙ୍କ ବାସଭବନଠାରେ ଧୂଳିଦଣ୍ଡ ସମାପନ ପରେ ସାମନ୍ତରା ବନ୍ଧରେ ପାଣିଦଣ୍ଡ ଭାଙ୍ଗି କର୍ତ୍ତାଙ୍କ ବାସଭବନ ସମ୍ମୁଖରେ ମହାମିଳନ ପୂର୍ବକ ବାଲିପଦର ଜଙ୍କସନ୍ ଓ ମକରପଡିଆଠାରେ ପଞ୍ଚଦଣ୍ଡଙ୍କ ମହାମିଳନ ଅନୁଷ୍ଠିତ ହୋଇଥିଲା। ଏ ସମସ୍ତ ଦଣ୍ଡଦଳ କୁୁମୁଟିସାହି, ଚଷାସାହି, ମହାରଣାସାହି, କାର୍ଯ୍ୟିସାହି, ମେଡିକାଲସାହି ଆଦି ପରିକ୍ରମା କରି ସ୍ବ ସ୍ବ ଆସ୍ଥାନରେ ପହଞ୍ଚି ଦଣ୍ଡ ସମାପନ କରିଥିଲେ। ଏହି ସମସ୍ତ ସାହିର କର୍ମକର୍ତ୍ତାମାନଙ୍କୁ ନେଇ ଗଠିତ ପଞ୍ଚଦଣ୍ଡ କମିଟି ଦଣ୍ଡ ପରିଚାଳନା କରିଥିଲେ। ଅଞ୍ଚଳର ହଜାର ହଜାର ଶ୍ରଦ୍ଧାଳୁ ଏହି ପାବନ ଉତ୍ସବରେ ଯୋଗଦେଇ ମା’କାଳୀଙ୍କ ଦର୍ଶନ ଲାଭ ସହ କୃପା ଭିକ୍ଷା କରିଥିଲେ।
