October 26, 2026

ମାଁ ବୁଢିମାଙ୍କର ସ୍ୱମନ୍ଦିର ପ୍ରବେଶ

4347032a-0088-4af3-8f33-8aa97ab79c96
Share


ସୁବର୍ଣ୍ଣପୁର -ଆଜି ଜ୍ୟେଷ୍ଠ ଶୁକ୍ଲ ଷଷ୍ଠୀ ଲଗ୍ନେ ସୋନପୁର ଢେରାପଡା ସ୍ଥିତ ମାଁ ବୁଢିମା ନୂତନ ମନ୍ଦିର କୁ ବିଜେକରିଛନ୍ତି। ଗତ ୨୧ତାରିଖ ଠାରୁ ବିଭିନ୍ନ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ରେ ଆରମ୍ଭ ହୋଇଥିବା ଏହି ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବ ସହ ଆଜି ବୁଢିମାଙ୍କର ମନ୍ଦିର ବିଜେ ହୋଇଛି। ଆଜି ସକାଳେ ଯଜ୍ଞ ମଣ୍ଡପ ରେ ଶାନ୍ତି ପାଠ , ମଙ୍ଗଳାଷ୍ଟକ,ସୂର୍ଯ୍ୟ ପୂଜା, ଆବାହିତ ସର୍ବ ଦେବାଦେବୀ ପୂଜା , ମହାସ୍ନାନ, ଛାୟାସ୍ନାନ ସହ ଷୋଡ଼ଶ ଉପଚାର ପୂଜା, ହବନ ,ପୂର୍ଣ୍ଣ।ହୂତି, ଆରତୀ ପୁଷ୍ପାଞ୍ଜଳି, ଯୂପପୋତନ,ବଳିଦାନ ପରେ ଘଣ୍ଟ ଘଣ୍ଟା ହୁଳହୁଳି ଓ ହରିବୋଲର ତାଳେ ତାଳେ ମାଁ ବୁଢିମା ସ୍ୱ ମନ୍ଦିର କୁ ବିଜେକରିଛନ୍ତି। ସୂଚନାଯୋଗ୍ୟ ଯେ ସଂପୂର୍ଣ୍ଣ ଦକ୍ଷିଣ ଭାରତୀୟ ଶୈଳୀରେ ନିର୍ମିତ ଏହି ଭବ୍ୟ ମନ୍ଦିର ନିର୍ମାଣ ରେ ପ୍ରାୟ ଷାଠିଏ ଲକ୍ଷଟଙ୍କା ବ୍ୟୟହୋଇଥିବା ବେଳେ ମନ୍ଦିର ମାଳିନୀ ସୁବର୍ଣ୍ଣପୁର କୁ ଆସୁଥିବା ପର୍ଯ୍ୟଟକମାନଙ୍କ ପାଇଁ ଏହା ବହୁପରିମାଣରେ ଆକୃଷ୍ଟ କରିବବୋଲି ଅନୁମାନ କରାଯାଇଛି।

You may have missed