June 23, 2026

ପୁରୁଣା ବୋରିଗୁମ୍ମାରେ ପାଣି ପାଇଁ ସନ୍ଧ୍ୟା ସମୟରେ ରାସ୍ତା ରୋକୋ

IMG-20230520-WA0002
Share

ପୁରୁଣା ବୋରିଗୁମ୍ମାରେ ପାଣି ପାଇଁ ସନ୍ଧ୍ୟା ସମୟରେ ରାସ୍ତା ରୋକୋ

 

କୋରାପୁଟ,୨୦/୬

 

କୋରାପୁଟ ଜିଲ୍ଲା ବୋରିଗୁମ୍ମା ଠାରୁ ମାତ୍ର ୧ କିଲୋମିଟର ଦୂରରେ ଅବସ୍ଥିତ ପୁରୁଣା ବୋରିଗୁମ୍ମା ଗ୍ରାମରେ ଆଜି ସନ୍ଧ୍ୟା ସମୟରେ ଶତାଧିକ ମହିଳା ଓ ଗ୍ରାମବାସୀ ଗ୍ରାମର ଜଳ ସମସ୍ୟାକୁ ନେଇ ରାସ୍ତା ଅବରୋଧ କରିଥିବା ଦେଖା ଯାଇଛି।ଏଥି ପୂର୍ବରୁ ମଧ୍ଯ ରାସ୍ତାରୋକ କରିଥିଲେ, କିନ୍ତୁ ପ୍ରଶାସନଠାରୁ ଚାରି ଦିନ ମଧ୍ୟରେ ଜଳ ସମସ୍ୟାକୁ ଦୂର କରିବା ପାଇଁ ପ୍ରତିଶ୍ରୁତି ପାଇବା ପରେ ଆନ୍ଦୋ ଳନକାରୀମାନେ ରାସ୍ତା ଅବରୋଧ ସ୍ଥଗିତ ରଖିଥିଲେ।କିନ୍ତୁ ପ୍ରତିଶ୍ରୁତିର ଦୀର୍ଘଦିନ ବିତି ଯାଇଥିଲେ ସୁଦ୍ଧା ଅଦ୍ୟାବଧି ଜଳ ଉତ୍ସ ଗୁଡ଼ିକ ମରାମତି କରିବାରେ ପ୍ରଶାସନର ବିଫଳତା କାରଣରୁ ସାଧାରଣ ଜନତା ରାଜରାସ୍ତାକୁ ଓହ୍ଲାଇବା ଦେଖା ଦେଇଛି।ପଞ୍ଚାୟତ ସମିତିର ବିଭିନ୍ନ ଦୂରବର୍ତ୍ତୀ ଗ୍ରାମ ମାନଙ୍କରୁ ଆସିଥିବା ଲୋକେ ନିଜ ନିଜ ଗ୍ରାମକୁ ଫେରି ପାରି ନ ଥିବା ବେଳେ ଆନ୍ଦୋଳନ ପ୍ରତ୍ୟାହାର ସମୟକୁ ଅପେକ୍ଷା କରିଥିବା ଦେଖା ଦେଇଛି।ଖବର ଲେଖା ହେବା ସମୟ ସୁଦ୍ଧା ପ୍ରଶାସନ ଆନ୍ଦୋଳନକାରୀଙ୍କ ନିକଟରେ ପହଂଚି ନ ଥିବା ଜଣା ପଡ଼ିଛି । ଗ୍ରାମରେ ଥିବା ସୀମିତ ସଂଖ୍ୟକ ନଳ କୁପ ମଧ୍ୟରୁ କିଛି ଅଚଳ ହୋଇ ପଡିଥିବା ବେଳେ ଯେଉଁ ନଳ କୂପ ଗୁଡିକରୁ ପାଣି ବାହାରୁଛି,ତାହା ବହୁତ କମ୍ ବାହାରୁଛି ଓ ଖୁବ୍ ବିଳମ୍ବରେ ବାହାରୁଥିବା ବିଷୟ ଆନ୍ଦୋଳନରତ ମହିଳା ମାନେ ଅଭିଯୋଗ କରିଛନ୍ତି ।ମୁରାନ ନଦୀ ରୁ ଜଳ ଯୋଗାଣ ପାଇଁ ଟେଣ୍ଡର କରାଯାଇ ଘରୋଇ କମ୍ପାନୀ ଦ୍ଵାରା ପାଇପ ବିଛା ଯଇଥିବା ବେଳେ ଏ ଯାଏଁ ଜଳ ଯୋଗାଣ ଆରମ୍ଭ ହୋଇ ନାହିଁ।ପାଇପ ମାଧ୍ୟମରେ ଜଳ ଯୋଗାଣର ବନ୍ଦୋବସ୍ତ ଚାଲିଥିବାରୁ ସମ୍ଭବତଃ ପ୍ରଶାସନ ନଳ କୂପ ଗୁଡ଼ିକୁ ମରାମତି କରୁ ନ ଥିବା ଅନୁମାନ କରାଯାଉଛି।ତେବେ ଜଳ ସମସ୍ୟାର ସାମନା କରିବା ପାଇଁ ପଞ୍ଚାୟତକୁ ଆସୁଥିବା ଟଙ୍କା କୁଆଡେ ଯାଉଛି ବୋଲି ଆନ୍ଦୋଳନକାରୀ ମାନେ ପ୍ରଶ୍ନ କରିଛନ୍ତି ।

ଜିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକଙ୍କ ରିପୋର୍ଟ, ଉପାନ୍ତ ଓଡ଼ିଶା ।

You may have missed