November 16, 2024

ପ୍ରେସ ବିଜ୍ଞପ୍ତି*   *କୁଷ୍ଠମୁକ୍ତ ଅନ୍ତେବାସୀଙ୍କ ପାଇଁ ତ୍ରିଦିବସୀୟ ଯୋଗ ଶିବିର ଅନୁଷ୍ଠିତ* 

Share

*ପ୍ରେସ ବିଜ୍ଞପ୍ତି*

*କୁଷ୍ଠମୁକ୍ତ ଅନ୍ତେବାସୀଙ୍କ ପାଇଁ ତ୍ରିଦିବସୀୟ ଯୋଗ ଶିବିର ଅନୁଷ୍ଠିତ*

ମନ ମାଧ୍ୟମରେ ମଣିଷ ସ୍ବର୍ଗରେ ନର୍କ ଏବଂ ନର୍କରେ ସ୍ବର୍ଗ ସୃଷ୍ଟି କରିପାରେ । ସନ୍ତୋଷ, ଶାନ୍ତି ଓ ସୁଖ ହେଉଛି ଜୀବନରୂପୀ ସରଳ ରେଖାର ତିନୋଟି ବିନ୍ଦୁ । ସନ୍ତୋଷ ନ ହେଲେ ଶାନ୍ତି ନାହିଁ ଏବଂ ଶାନ୍ତି ନ ହେଲେ ସୁଖ ନାହିଁ । ମଣିଷ ନିଜ ମନକୁ ସଂଯତ କରି ଅତ୍ୟନ୍ତ ବିପରୀତ ପରିସ୍ଥିତିରେ ମଧ୍ୟ ସୁଖ ଅନୁଭବ କରିପାରେ । କୁଷ୍ଠମୁକ୍ତ ଅନ୍ତେବାସୀମାନଙ୍କ ପାଇଁ ଏହା ଥିଲା ଆଧ୍ୟାତ୍ମିକ ଅନୁଚିନ୍ତା । ଗତ 18 ତାରିଖରୁ 20 ତାରିଖ ପର୍ଯ୍ୟନ୍ତ ତ୍ରିଦିବସୀୟ ଯୋଗ ଶିବିର ଅନୁଷ୍ଠିତ ହୋଇଥିଲା ସୁବର୍ଣ୍ଣପୁର ଲେପ୍ରା ସୋସାଇଟି ଅନ୍ତରୀଣ ଓ୍ବାର୍ଡରେ । ଏହି ଶିବିରରେ ମାର୍ଗ ଦର୍ଶନ କରିଥିଲେ ଯୋଗବିଦ୍ ତଥା ହରିଦ୍ବାର ପତଂଜଳି ଯୋଗ ପୀଠର ଆଜୀବନ ସଭ୍ୟ ଗୋରେଖନାଥ ସାହୁ । ଏହି ଶିବରରେ ଅଠର ଜଣ ଶିବିରାର୍ଥୀମାନଙ୍କୁ ଶ୍ରୀ ସାହୁ ଉଚ୍ଚାରଣ, ଯୋଗ ବ୍ୟାୟାମ, ଯୋଗାସନ ତଥା ପ୍ରାମାୟାମ ସଂପର୍କରେ ପ୍ରଶିକ୍ଷଣ ଦେଇଥିଲେ । ଏଥିରେ ଲେପ୍ରା ସୋସାଇଟିର ମୁଖ୍ୟାଳୟ ହାଇଦ୍ରାବାଦର ସର୍ବୋଚ୍ଚ ଅଧିକାରୀ ନୃସିଂହ ଚରଣ ମିଶ୍ର , ବର୍ଷାରାଣୀ ସାହୁ , କାହ୍ନୁ ଚରଣ ଡାକୁଆ , ଗୋବିନ୍ଦ ଦୀପଙ୍କ ସହ କବି କଲତା , ହେମନ୍ତ ଦଣ୍ଡସେନା , ଅମରୀଶ ଭୁଏ , କେଶବ ପୁଟେଲ , ରୁଷି ବାଗ, ହରିହର ସେଠୀ , ନନ୍ଦ ସାହୁ , ନିରଂଜନ ପଧାନ , ରାସେଶ୍ବରୀ ଦିସରି , ମଙ୍ଗଲୁ ସେଠୀ, ବୁନ୍ଦ୍ରି ବଢେଇ , ଜର୍ମନୀ ବରିହା ପ୍ରମୁଖ ଯୋଗ ଦେଇଥିଲେ । କେଉଁ ରୋଗ ପାଇଁ କେଉଁ ଯୋଗ କରିବାକୁ ପଡିବ ତାହା ସେମାନଙ୍କୁ ବିଶଦ ଭାବେ ବତାଇ ଦିଆଯାଇଥିଲା । ଶିବିର ଶେଷରେ ଶିକ୍ଷାର୍ଥୀମାନେ ସେମାନଙ୍କ ସୁଖଦ ଅନୁଭୂତି କଥା ବର୍ଣ୍ଣନା କରିଥିଲେ ।

ରିପୋର୍ଟ – ସୁବର୍ଣ୍ଣପୁର ରୁ ସୁଶାନ୍ତ ସାହୁ