March 12, 2026

କୃଷ୍ଣାନନ୍ଦପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ବାର୍ଷିକ ଉତ୍ସବ ପାଳନ ..

IMG-20260129-WA0009
Share

 

ତିର୍ତ୍ତୋଲ ରୁ ରଞ୍ଜନ କୁମାର ମଲ୍ଲିକ ଙ୍କ ରିପୋର୍ଟ ।

 

ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବ୍ଲକ ଅଧିନସ୍ତ କୃଷ୍ଣାନନ୍ଦପୁର ପଞ୍ଚାୟତ ର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନଶିକ୍ଷକ ଅମନ ୱାଲ୍ଲା ଙ୍କ ତତ୍ୱାବଧାନ ରେ ଅନୁଷ୍ଠିତ ହୋଇ ଯାଇଛି ବିଦ୍ୟାଳୟ ର ବାର୍ଷିକ ଉତ୍ସବ l ଏହି ଉତ୍ସବରେ ମୁଖ୍ୟ ବକ୍ତା ଭାବେ ଡଃ.ମହମ୍ମଦ ଓସାମା ଯୋଗ ଦେଇଥିବା ବେଳେ, ସଭାପତିତ୍ୱ କରିଥିଲେ ପ୍ରାକ୍ତନ ପ୍ରଧାନ ଶିକ୍ଷକ ଶ୍ରୀ ବିପିନ ବିହାରୀ ସାହୁ l ସମ୍ମାନିତ ଅତିଥିଭାବେ ଥିଲେ ,ହାଜି ଶେଖ ସମ୍ମିରୁଦ୍ଦିନ ସରକାରୀ ବିଦ୍ୟାଳୟ ର ପ୍ରଧାନଶିକ୍ଷକ ପ୍ରତାପ କୁମାର ସେଠୀ,ସି.ଆର.ସି.ସି ମୋହନ ଟୁଡୁ, ଯତୀନ୍ଦ୍ର ନାଥ ଆଚାର୍ଯ୍ୟ, ପ୍ରଭାକର ବେହେରା, ଆଲୋକ କୁମାର ମହାପାତ୍ର, କ୍ଷୀରୋଦ କୁମାର ଖଟୁଆ, ପ୍ରଶାନ୍ତ କୁମାର ସ୍ୱାଇଁ, ପ୍ରଶାନ୍ତ ସେଠୀ, ଅନସୂୟା ସାହୁ, ବିରୁପାକ୍ଷ ସେଠୀ, ସେକ ମୋକ୍ରମ୍ ଅଲ୍ଲୀ l ଏହି କାର୍ଯ୍ୟକ୍ରମ ରେ ସହକାରୀ ଶିକ୍ଷୟିତ୍ରୀ କନକଲତା ସାହୁ, ସୁଶ୍ରୀ ସଂଗୀତା ପ୍ରଧାନ, ଶିକ୍ଷକ ବିକାଶ ଚନ୍ଦ୍ର ଭୋଇ ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ l ଆଖପାଖ ଅଞ୍ଚଳର ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ, ଅବିଭାବକ, ଓ ମାନ୍ୟଗଣ୍ୟ ଅତିଥିମାନଙ୍କ ସହିତ ପ୍ରାୟ ଏକ ହଜାରରୁ ଉର୍ଦ୍ଧ ଲୋକମାନେ ଯୋଗଦେଇ ଥିବାରୁ,ବ୍ଲକ ର ସର୍ବାଧିକ ସମାଗମ ଉକ୍ତ ବିଦ୍ୟାଳୟ ରେ ଦେଖିବାକୁ ମିଳିଥିଲା l

ଅତିଥିମାନଙ୍କୁ ମଞ୍ଚକୁ ଆମନ୍ତ୍ରଣ କରିଵା ସହିତ ଅତିଥି ପରିଚୟ ପ୍ରଦାନ କରିଥିଲେ ବିପିନି ବିହାରୀ ସାହୁ l ବିଦ୍ୟାଳୟ ର ଛାତ୍ରୀ ମାନଙ୍କ ଦ୍ୱାରା ସ୍ୱାଗତ ନୃତ୍ୟ ପରିବେଷଣ କରା ଯାଇଥିବା ବେଳେ,ପ୍ରତାପ ଚନ୍ଦ୍ର ସେଠୀ ସ୍ୱାଗତ ଭାଷଣ ଦେଇଥିଲେ l କୁନିକୁନି ଛାତ୍ରୀ ମାନେ ବିଭିନ୍ନ ନୃତ୍ୟ ମାଧ୍ୟମରେ ମନୋରଞ୍ଜନ କାର୍ଯ୍ୟକ୍ରମ କୁ ରଙ୍ଗାରଙ୍ଗ କରିଦେଇ ଥିଲେ l ପ୍ରଧାନଶିକ୍ଷକ ମହୋଦୟ ଛାତ୍ରଛାତ୍ରୀ ମାନଙ୍କ ସହିତ ଉପସ୍ଥିତି ପ୍ରତ୍ୟେକ ବ୍ୟକ୍ତିଙ୍କ ନିମନ୍ତେ ସ୍ୱାଦିଷ୍ଟ ଖାଦ୍ୟ ପେୟର ବ୍ୟବସ୍ଥା କରି ସାରିବା ପରେ କାର୍ଯ୍ୟକ୍ରମ ଆରମ୍ଭ କରାଜାଇ କୃତି ଛାତ୍ର ଛାତ୍ରୀ ମାନଙ୍କୁ ଟ୍ରଫି ପ୍ରଦାନ କରାଯାଇଥିଲା l