June 18, 2026

ଗୋଲିଆ ଦଣ୍ଡଯାତ୍ରା ଉପଲକ୍ଷେ ନାଟ୍ଯ ପୁସ୍ତକ ପୂଜନ କାର୍ଯ୍ୟକ୍ରମ 

IMG-20260128-WA0066
Share

 

ବୁଗୁଡ଼ା :ତା ୨୮/୦୧/୨୬ : ବୁଗୁଡ଼ା ବ୍ଲକ ଗୋଲିଆ ଗ୍ରାମର ଶଙ୍କର ଉପାସକ ନାଟ୍ୟ ସଂସଦ ପକ୍ଷରୁ ଆସନ୍ତା ମାର୍ଚ୍ଚ ୩୧ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ୧୫ ଦିନିଆ ଦଣ୍ଡଯାତ୍ରା ଉପଲକ୍ଷେ ସାମାଜିକ ନାଟକ “ତୁ ମୋ ବଜରଙ୍ଗି “ର ପୁସ୍ତକ ପୂଜନ କାର୍ଯ୍ୟକ୍ରମ କାଳୀ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ପୁରୋହିତ ଭାବେ ଗୋଦାବରୀଶ ହୋତା ଯୋଗ ଦେଇ ଯଥା ରୀତିନୀତି ପ୍ରକାରେ ପୁସ୍ତକ ପୂଜନ କାର୍ଯ୍ୟ ସମ୍ପାଦନ କରିଥିବା ବେଳେ ନାଟ୍ଯ ପରିଚାଳକ ମାନସ ରଞ୍ଜନ ପ୍ରଧାନ, ସହନିର୍ଦ୍ଦେଶକ ଶିବ ଶଙ୍କର ମହାପାତ୍ର, ତାପସ ରଞ୍ଜନ ପ୍ରଧାନ, ପବିତ୍ର ପ୍ରଧାନ, ଗୁନାକାନ୍ତ ପ୍ରଧାନ, ମନୋଜ ସାହୁ, ଅର୍ଜୁନ ଦୋରା , ରଞ୍ଜନ ରାଉତ, ଶଙ୍କର ଗୌଡଙ୍କ ସମେତ ନାଟ୍ଯ କଳାକାରବୃନ୍ଦ ଏବଂ ଲଙ୍ଗଳେଶ୍ୱର ପାଠାଗାର ସଦସ୍ୟଗଣ ଉପସ୍ଥିତ ରହିଥିଲେ ।

You may have missed