ପିପୁଲ୍ସ କଲେଜର ଆତ୍ମ ସୁରକ୍ଷା ତାଲିମ ଶିବିର ଉଦଘାଟିତ

ବୁଗୁଡା : ତା ୨୪/୦୧/୨୬ : ସ୍ଥାନୀୟ ପିପୁଲ୍ସ କଲେଜରେ +୩ ଛାତ୍ରୀଙ୍କ ପାଇଁ ଆୟୋଜିତ ଅଷ୍ଟଦିବସୀୟ ଆତ୍ମ ସୁରକ୍ଷା ତାଲିମ ଶିବିର ଆଜି ଉଦଘାଟିତ ହୋଇଯାଇଛି। ପ୍ରୋଗ୍ରାମ କୋଅର୍ଡିନେଟର ଅଧ୍ଯାପିକା ଅନୀତା ଦେବୀଙ୍କ ତତ୍ତ୍ବାବଧାନରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କଲେଜ ଅଧ୍ଯକ୍ଷ ଡ.ପୁରୁଷୋତ୍ତମ ମିଶ୍ର ଯୋଗ ଦେଇ ଏହାକୁ ଉଦଘାଟନ କରିଥିଲା ବେଳେ ଏଥିରେ ସମ୍ମାନିତ ଅତିଥି ଭାବେ ଅଧ୍ୟାପକ ଡ.ପ୍ରଦୀପ କୁମାର ଦାଶ ଓ ଆତ୍ମ ପ୍ରକାଶ ନାୟକ, କ୍ରୀଡା ଶିକ୍ଷକ କ୍ରିଷ୍ଣା ରାଓ ପାତ୍ର ଯୋଗ ଦେଇ ଅଂଶ ଗ୍ରହଣକାରୀ +୩ ଛାତ୍ରୀଙ୍କୁ ମାର୍ଗ ଦର୍ଶନ କରିବା ସହ ଆତ୍ମ କୌଶଳ ତାଲିମ୍ ଗ୍ରହଣର ଉପାଦେୟତା ଓ ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ। ଏହି ଶିବିରରେ ମାଷ୍ଟର ଟ୍ରେନର ପୂଜାରାଣୀ ସ୍ବାଇଁ ପ୍ରଶିକ୍ଷିକା ଭାବେ ଯୋଗ ଦେଇ ଛାତ୍ରୀଙ୍କୁ ପ୍ରଶିକ୍ଷଣ ପ୍ରଦାନର ଆରମ୍ଭ କରିଥିବା ବେଳେ ଏହା ଆସନ୍ତା ୪ ଫେବୃଆରୀ ପର୍ଯ୍ୟନ୍ତ ଚାଲୁ ରହିବା ନେଇ ଜଣାଯାଇଛି।
