ସୁଭଦ୍ରା ଯୋଜନା ଅଧୀନରେ ୪ ଲକ୍ଷ ୫୭ ହଜାରରୁ ଊର୍ଦ୍ଧ୍ଵ ମହିଳାଙ୍କୁ ୩୧୫ କୋଟିରୁ ଊର୍ଦ୍ଧ୍ଵ ଟଙ୍କା ମିଳିଛି.
ଭୁବନେଶ୍ୱର ( ଦେବାଶିଷ ଦାଶ )
ସୁଭଦ୍ରା ଯୋଜନା ଅଧୀନରେ ୪ ଲକ୍ଷ ୫୭ ହଜାରରୁ ଊର୍ଦ୍ଧ୍ଵ ମହିଳାଙ୍କୁ ୩୧୫ କୋଟିରୁ ଊର୍ଦ୍ଧ୍ଵ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଏହି ଅବସରରେ DCM ପ୍ରଭାତୀ ପରିଡା କହିଛନ୍ତି; ସୁଭଦ୍ରା ଯୋଜନା ଏକ ଆର୍ଥିକ ସହାୟତା ଯୋଜନାରେ ସୀମିତ ନରହି, ଏବେ ଲକ୍ଷ ଲକ୍ଷ ମହିଳାଙ୍କ ସ୍ବପ୍ନ ପୂରଣ ଦିଗରେ ସଶକ୍ତ ପୃଷ୍ଠପୋଷକ ସାଜିଛି, ମା ଓ ଭଉଣୀମାନଙ୍କୁ ଦକ୍ଷତା ବିକାଶ ତାଲିମ ଏବଂ ଉଦ୍ୟୋଗୀ କରିବା ପାଇଁ ତାଲିମ ମଧ୍ୟ ପ୍ରଦାନ କରାଯାଉଛି, ଭୁବନେଶ୍ୱରର ଓୟୁଏଟି ସ୍ଥିତ କୃଷି ଶିକ୍ଷା ସଦନଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଏକାମ୍ର (ଭୁବନେଶ୍ୱର)ର ବିଧାୟକ ଶ୍ରୀ ବାବୁ ସିଂ, ମହିଳା ଓ ଶିଶୁ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ଶୁଭା ଶର୍ମା, ନିର୍ଦ୍ଦେଶିକା ମୋନିଷା ବାନାର୍ଜୀ, ଅନ୍ୟ ବରିଷ୍ଠ ଅଧିକାରୀଗଣ ଏବଂ ସୁଭଦ୍ରାଭଉଣୀମାନେ ଯୋଗଦେଇଥିଲେ ।
