April 30, 2026

ଜିଲ୍ଲାସ୍ତରୀୟ ନିଯୁକ୍ତି ମେଳା ନିମନ୍ତେ ପ୍ରସ୍ତୁତି ବୈଠକ

IMG-20260122-WA0081
Share

 

 

ପାରଳାଖେମୁଣ୍ଡି(ଲମ୍ବୋଦର ସାହୁ)

ଗଜପତି ଜିଲ୍ଲା ସ୍ତରୀୟ ନିଯୁକ୍ତି ମେଳା ପାଇଁ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ କାର୍ଯ୍ୟାଳୟ ଆନୁକୁଲ୍ୟରେ ଅନୁଷ୍ଠିତ ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ମୁନୀଦ୍ର ହୋନଗାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ପ୍ରକଳ୍ପ ପ୍ରଶାସକ ସମନ୍ୱିତ ଅଧିବାସୀ ଉନ୍ନୟନ ସଂସ୍ଥା ପାରଳାଖେମୁଣ୍ଡି ଶ୍ରୀ ଅଂଶୁମାନ ମହାପାତ୍ର,ଉପଖଣ୍ଡ ପୋଲିସ ଅଧିକାରୀ ପାରଳାଖେମୁଣ୍ଡି ଶ୍ରୀ ମାଧବ ନନ୍ଦ ନାୟକ,ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ମହମ୍ମଦ ମୁବାରକ ଅଲ୍ଲୀ ଓ ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ ଅଧିକାରୀ ଶ୍ରୀ ସୋଭାଗ୍ୟ ସ୍ମୃତି ରଞ୍ଜନ ତ୍ରିପାଠୀ ଯୋଗଦେଇ ଚଳିତ ନିଯୁକ୍ତି ମେଳାର ରୂପରେଖ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ।ଚଳିତ ଫେବୃଆରୀ ମାସ ୨୧ ତାରିଖ ଦିନ ରାୟଗଡ ବ୍ଲକ ସ୍ଥିତ ମିନି ଷ୍ଟାଡିୟମ ଠାରେ ଜିଲ୍ଲାର ସମସ୍ତ ବ୍ଲକର ଯୁବକ ଯୁବତୀଙ୍କ ପାଇଁ ନିଯୁକ୍ତି ମେଳା ଅନୁଷ୍ଠିତ ହେବ। ଏହି ମେଳାରେ ଜିଲ୍ଲାର ୭ଟି ବ୍ଲକର ଏକ ହଜାରରୁ ଊର୍ଦ୍ଧ୍ବ ଯୁବକ ଯୁବତୀ ମାନଙ୍କୁ ବିଭିନ୍ନ ବେସରକାରୀ ସଂସ୍ଥାରେ ନିଯୁକ୍ତି ଭିତ୍ତିକ ପ୍ରଶିକ୍ଷଣ ତଥା ନିଯୁକ୍ତି ଦେବା ନିମନ୍ତେ ଚୟନ କରାଯିବ।ନିଯୁକ୍ତି ମେଳାରେ ବିଭିନ୍ନ ବେସରକାରୀ ନିଯୁକ୍ତିଦାତା ସଂସ୍ଥା ଏବଂ ନିଯୁକ୍ତି ଭିତ୍ତିକ ପ୍ରଶିକ୍ଷଣ ସଂସ୍ଥା ଯୋଗଦେବେ।ନିଯୁକ୍ତି ମେଳାରେ ସପ୍ତମ ଶ୍ରେଣୀ ଠାରୁ ସ୍ନାତକ ଡିଗ୍ରୀଧାରୀ ପର୍ଯ୍ୟନ୍ତ ଏବଂ ଡିପ୍ଲୋମା ଧାରୀ ଯୁବକ ଯୁବତୀ ମାନେ ବହୁଳ ଭାବରେ ନିଯୁକ୍ତି ମେଳାରେ ଯୋଗଦେବେ।

ପ୍ରତ୍ୟେକ ବ୍ଲକରେ ଯେପରି ଦୁର୍ଗମ ଅଞ୍ଚଳର ଯୁବକ ଯୁବତୀ ମାନେ ଯେପରି ନିଯୁକ୍ତି ମେଳାରେ ଯୋଗ ଦେବେ ସେଥିପାଇଁ ଗ୍ରାମ ପଞ୍ଚାୟତ ସରପଞ୍ଚ,ୱାର୍ଡମେମ୍ବର ମାନଙ୍କ ଜରିଆରେ ତଥା ପଞ୍ଚାୟତ ସ୍ତରରେ ସଚେତନତା କରାଯିବ।ପ୍ରତ୍ୟେକ ବ୍ଲକର ସଦର ମହକୁମାରେ ବ୍ୟାନର ପୋଷ୍ଟର ମରାଯାଇ ପ୍ରଚାର ଓ ପ୍ରସାର କରାଯିବ।ଜିଲ୍ଳାର ସମସ୍ତ ଯୁବକ ଯୁବତୀ ମାନଙ୍କୁ କର୍ମ ସଂସ୍ଥାନ ପାଇଁ ନିଯୁକ୍ତି ମେଳାରେ ଯୋଗଦେବା ନିମନ୍ତେ ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି।ଉକ୍ତ ନିଯୁକ୍ତି ମେଳାରେ ୨୦ ରୁ ଅଧିକ ନିଯୁକ୍ତି ଭିତ୍ତିକ ତାଲିମ ପ୍ରଦାନକାରୀ ଅଂଶଗ୍ରହଣ କରିବାର କାର୍ଯକ୍ରମ ରହିଛି।ଏଣୁ ସମସ୍ତ ନିଯୁକ୍ତି ଆଶାୟୀ ଯୁବକ ଯୁବତୀମାନେ ଯୋଗଦନ କରିବାପାଇଁ ଜିଲ୍ଲା ପ୍ରଶାସନ ତରଫରୁ ଅନୁରୋଧ କରାଯାଉଅଛି। ନିଯୁକ୍ତି ମେଳାରେ ସୂଚାରୁ ରୂପେ ପାନୀୟ ଜଳ ଯୋଗାଣ,ଅଗ୍ନି ନିର୍ବାପକ ବ୍ୟବସ୍ଥା, ସ୍ୱାସ୍ଥ୍ୟସେବା, ନିଯୁକ୍ତି ମେଳା ପଡିଆ ସଫେଇ ଆଦି କାର୍ଯ୍ୟ ସମ୍ପାଦନ ପାଇଁ ଅତିରିକ୍ତ ଜିଲ୍ଲାପାଳ ବିଭାଗୀୟ ଅଧିକାରୀଙ୍କୁ ନିର୍ଦେଶ ଦେଇଥିଲେ।ଏହି ପ୍ରସ୍ତୁତି ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲାର ସମସ୍ତ ଲାଇନ୍ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।