April 24, 2026

ଜିଲ୍ଲା ଉନ୍ନୟନ ସମନ୍ବୟ ଓ ତଦାରଖ(ଦିଶା)କମିଟି ବୈଠକ

IMG-20260116-WA0007
Share

 

କୋରାପୁଟ,ସ୍ଥାନୀୟ ସଦଭାବନା ସଭାଗୃହ ଠାରେ ଜିଲ୍ଲା ଉନ୍ନୟନ ସମନ୍ବୟ ଓ ତଦାରଖ କମିଟି (ଦିଶା) ବୈଠକ ଅନୁଷ୍ଠିତ ହୋଇଯାଇଛି। କୋରାପୁଟ ସାଂସଦ ସପ୍ତଗିରି ଉଲାକାଙ୍କ ଅଧ୍ୟକ୍ଷତାରେ ବୈଠକ ଆୟୋଜିତ ହୋଇଯାଇଛି। ଜାତୀୟ ରାଜପଥ ୨୬ ଓ ୩୨୬, ସାମାଜିକ ସୁରକ୍ଷା,ସାମାଜିକ ମଙ୍ଗଳ, ପାନୀୟ ଜଳ ଓ ପରିମଳ, ଗ୍ରାମ୍ୟ ଉନ୍ନୟନ,ଜଳସେଚନ, ସ୍ବାସ୍ଥ୍ୟ, ଭାରତମାଳା ଏକ୍ସପ୍ରେସ ହାଇୱେ,ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା, ପ୍ରଧାନମନ୍ତ୍ରୀ ସହରୀ ଓ ଗ୍ରାମୀଣ ଆବାସ ଯୋଜନା ,ଏକଲବ୍ୟ ମଡେଲ ଆଦର୍ଶ ଆବାସିକ ବିଦ୍ୟାଳୟ କାର୍ଯ୍ୟକାରୀତା ସମ୍ପର୍କରେ ଆଲୋଚନା କରାଯାଇଥିଲା। ପ୍ରାରମ୍ଭରେ ସାମାଜିକ ସୁରକ୍ଷା ବିଭାଗ ତରଫରୁ ଅଧିକାରୀ ତରୁଣ ତପନ ପ୍ରହରାଜ ଜିଲ୍ଲାରେ କେତେ ଜଣ ଯୋଗ୍ୟ ହିତାଧିକାରୀ ଭତ୍ତା ପାଉଛନ୍ତି ତାହା ବିସ୍ତୃତ ଭାବେ ସୂଚନା ଦେଇଥିଲେ। ଭତ୍ତା ପାଇବାକୁ ଥିବା ଯୋଗ୍ୟ ହିତାଧିକାରୀ ମାନେ କିପରି ଅତି ଶୀଘ୍ର ଚୟନ ସେଥିପ୍ରତି ଦୃଷ୍ଟି ଦେବାକୁ ସାଂସଦ ଶ୍ରୀ ଉଲାକା ନିର୍ଦ୍ଦେଶ ଦେଇଛନ୍ତି।କୋରାପୁଟ ଜିଲ୍ଲାରେ ଥିବା ଅଙ୍ଗନୱାଡି ନିଜସ୍ଵ ଗୃହରେ ବିଦ୍ୟୁତକରଣ ଏବଂ ପାନୀୟ ଜଳର ସୁବନ୍ଦୋବସ୍ତ କରିବାକୁ ବିଭାଗୀୟ ଅଧିକାରୀଙ୍କ ସହ ସମନ୍ବୟ ରକ୍ଷା କରି କାର୍ଯ୍ୟ କରିବାକୁ ସେ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କୋରାପୁଟ ସହରର ଆରଟିଓ ଅଫିସ ଛକରୁ ଟ୍ରାଫିକ ଛକ ପର୍ଯ୍ୟନ୍ତ ଯାଇଥିବା ଜାତୀୟ ରାଜପଥକୁ ଓସାରିଆ କରିବାକୁ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ଏବଂ କୋରାପୁଟ ପୌର ପରିଷଦ ଅଧ୍ୟକ୍ଷ ଲଲାଟ ରଞ୍ଜନ ସେଠୀ ଦାବି ଉପସ୍ଥାପନା କରିଥିଲେ। କୋରାପୁଟ ସହରବାସୀଙ୍କ ବହୁଦିନର ସ୍ବପ୍ନ କୋରାପୁଟ ବାଇପାସ ରାସ୍ତା ନିର୍ମାଣରେ କାହିଁକି ବିଳମ୍ବ ହେଉଛି ବୋଲି ସଭ୍ୟ ମାନେ ପ୍ରଶ୍ନ କରିଥିଲେ। ସବିଶେଷ ପ୍ରକଳ୍ପ ରିପୋର୍ଟରେ ସାମାନ୍ୟ ପାଇଁ ପରିବର୍ତ୍ତନ ହେବ ଏବଂ ଏହା ହୋଇଗଲା ପରେ ସବିଶେଷ ପ୍ରକଳ୍ପ ରିପୋର୍ଟ ବିଭାଗକୁ ପଠାଯିବ।ଏହାପରେ ଟେଣ୍ଡର ପ୍ରକ୍ରିୟା ଆରମ୍ଭ କରାଯିବ ବୋଲି ସୁନାବେଡ଼ା ଜାତୀୟ ରାଜପଥ ନିର୍ବାହୀ ଯନ୍ତ୍ରୀ ସୌମର୍ଜିନି ସେଠୀ ପ୍ରକାଶ କରିଥିଲେ। ପ୍ରତ୍ୟେକ ବ୍ଲକରେ ସହକାରୀ ଶ୍ରମ ଅଧିକାରୀ ନିୟମିତ ଅବସ୍ଥାନ କରି ଶ୍ରମିକ ମାନଙ୍କୁ ପଞ୍ଜିକରଣ ସହ ସରକାରଙ୍କ ଯୋଜନା ସଂପର୍କରେ ସଚେତନ କରିବାକୁ ସାଂସଦ ଶ୍ରୀ ଉଲାକା ବିଭାଗୀୟ ଜିଲ୍ଲା ଶ୍ରମ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟ ମାନଙ୍କ ମଧ୍ୟରେ ପଟ୍ଟାଙ୍ଗୀ ବିଧାୟକ ରାମଚନ୍ଦ୍ର କାଡ଼ାମ, କୋରାପୁଟ ବିଧାୟକ ରଘୁରାମ ମାଛ, କୋଟପାଡ଼ ବିଧାୟକ ରୁପୁ ଭତ୍ରା, ଲକ୍ଷ୍ମୀପୁର ବିଧାୟକ ପବିତ୍ର ସାଉନ୍ତା,ଜିଲ୍ଲାପାଳ ମନୋଜ ସତ୍ୟୱାନ ମହାଜନ ତଥା ସମସ୍ତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ। ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ବେଣୁଧର ଶବର ଯୋଗଦେଇ ପରିଚାଳନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ.କୋରାପୁଟ ଜ଼ିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଉପାନ୍ତ ଖବର ସମାଚାର