April 25, 2026

ବନ୍ଥପଲ୍ଲୀ ବିଦ୍ୟାଳୟରେ ବାର୍ଷିକ ଉତ୍ସବ

IMG-20230121-WA0023
Share

 

 

 

କୁକୁଡ଼ାଖଣ୍ତି ବ୍ଲକ୍ ଅନ୍ତର୍ଗତ ବନ୍ଥପଲ୍ଲୀ ଗ୍ରାମ ପଞ୍ଚାୟତ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟିତ୍ରୀ ଶୋତ୍ତନା ମିଶ୍ରଙ୍କ ସଭାପତିତ୍ବରେ ଗୁରୁବାର ଦିନ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ନୃସିଂହ ଚରଣ ମିଶ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରି ପ୍ରଦୀପ ପ୍ରଜ୍ଵଳନ କରିଥିଲେ। ସ୍ଥାନୀୟ ସରପଞ୍ଚ କାମିନୀ ନାୟକ ମୁଖ୍ୟବକ୍ତା ଭାବେ ଯୋଗଦେଇ ସରକାରୀ ବିଦ୍ୟାଳୟରେ ବର୍ତ୍ତମାନ ଗୁଣାତ୍ମକ ଶିକ୍ଷା ବ୍ୟବସ୍ଥା ଦ୍ୱାରା ବହୁ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଉଜ୍ବଳ ଘଟୁଛି କହିବା ସହ ଶିକ୍ଷା ବ୍ୟବସ୍ଥାରେସୁଧାର ଆଣିବା ପାଇଁ ସରକାର ଯତ୍ନବାନ ରହିଥିବା ନିଜ ବକ୍ତବ୍ୟରେ କହିଥିଲେ। ଏଥିରେ ଅବସର ପ୍ରାପ୍ତ କୃଷ୍ଣ ମୂର୍ତ୍ତି, ବିଦ୍ୟାଳୟର ପରିଚାଳନା କମିଟିର ସଭାପତି ଜିତେନ୍ଦ୍ର କୁମାର ଭୂୟାଁ, ଅନ୍ତେନାଇ ସମିତି ସଭ୍ୟା ନିରୁପମା ପାତ୍ର, ବନ୍ଥପଲ୍ଲୀ ସମିତି ସଭ୍ୟା ସୁନୀତା ଦାସ, ସିଆରସିସି ରବିନ୍ଦ୍ର କୁମାର ପାଢ଼ୀ, ପୂର୍ବତନ ସରପଞ୍ଚ ପ୍ରଶାନ୍ତ କୁମାର ସ୍ୱାଇଁ, ଏବିଇଓ ତ୍ରିନାଥ ମଲ୍ଲିକ, ପୂର୍ବତନ ସମିତି ସଭ୍ୟ ରମେଶ ଚନ୍ଦ୍ର ସ୍ୱାଇଁ, ସମାଜ ସେବୀ ରବିନାରାୟଣ ପାଢ଼ୀ, କିଶୋର ଚନ୍ଦ୍ର ପାତ୍ର, ଯୁବ ସମାଜ ସେବକ ଟୁନା ନାୟକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦାନ କରିଥିଲେ l ଶନିବାର ପୂର୍ବାହ୍ନ ସମୟରେ ଜନମଙ୍ଗଳ ଯୁବକ ସଂଘ ତରଫରୁ ସ୍ୱଚ୍ଛ ଭାରତ ଅଭିଯାନରେ ଗ୍ରାମ ସଫାକରିବା ପରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମକୁ କାଜୁ ନିଗମ ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ମହାରଣା, କୁକୁଡ଼ାଖଣ୍ତି ବ୍ଲକ ଉପାଧ୍ୟକ୍ଷା ବିଷ୍ଣୁପ୍ରିୟା ପାତ୍ର, ବିଧାୟକ ପ୍ରତିନିଧି ଉଦୟ କୁମାର ବେହେରା, ଲାଠି ସରପଞ୍ଚ ରାଧାମୋହନ ସେଠୀ , ପିଣ୍ଟୁ ଭୂୟାଁ, ସୂର୍ଯ୍ୟ ଭୂୟାଁ, ବିନୋଦ ଗୌଡ଼ ପ୍ରମୁଖ ଅତିଥିମାନଙ୍କ ଦ୍ବାରା ପ୍ରଦୀପ ପ୍ରଜ୍ବଳନ କରାଯାଇ ଶାନ୍ତି ପାଠ ଓ ସ୍ଵାଗତ ସଙ୍ଗୀତ ଦ୍ୱାରା ଅତିଥି ମାନଙ୍କୁ ସ୍ଵାଗତ କରାଯାଇଥିଲା l ତା’ ପରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀଙ୍କ ଦ୍ୱାରା ବାର୍ଷିକ ବିବରଣୀ ପାଠ କରାଯାଇଥିଲା l ଅତିଥିମାନଙ୍କ ଦ୍ବାରା ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ଵ ହାସଲ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରଯାଇଥିଲା l ସୁବାସିନୀ ପାଢ଼ୀ, ଅଶୋକ କୁମାର ଗୌଡ଼, ନରହରି ସେଠୀ, ଅର୍ଚ୍ଚନା ସାବତ, ସନ୍ତୋଷ କୁମାର ସାମନ୍ତରାୟ, ସୁହାସିନୀ ଖଣ୍ଡୁଆଳ, ହରେକୃଷ୍ଣ ସ୍ୱାଇଁ, ଗୁରୁବାରିଆ ପାଲଟା ସିଂ, ସୁନନ୍ଦା କୁମାରୀ ପାଢ଼ୀ, ଇପ୍ସିତା ଖଟେଇ, ବନିତା ଘଡେଇ, ଶିଶିର ପାଢ଼ୀ, ସ୍ନିଗ୍ଧା ରାଣୀ ରଣସିଂ ଶିକ୍ଷୟିତ୍ରୀ ଓ ଶିକ୍ଷକ ମାନଙ୍କୁ ମାର୍ଗଦର୍ଶନ କ୍ରମେ ବିଭିନ୍ନ ନୃତ୍ୟ ପରିବେଷଣ କରାଯାଇଥିଲା l ଏହି ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ଶେଷରେ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ରଙ୍ଗାରଙ୍ଗ ସାସ୍କୃତିକ ନୃତ୍ୟ ପରିବେଷଣ ହୋଇଥିଲା। କୁକୁଡ଼ାଖଣ୍ତି ରୁ ପି.କୃଷ୍ଣମୂର୍ତ୍ତିଙ୍କ ରିପୋର୍ଟ

You may have missed