ଆଜିର ଖବର…
- ୧-ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଉଚ୍ଚ ସ୍ତରୀୟ ମଞ୍ଜୁରୀ କର୍ତ୍ତୃପକ୍ଷ ବୈଠକ ଅନୁଷ୍ଠିତ,୫୫,୭୮୩ କୋଟି ଟଙ୍କାର ୭ଟି ଶିଳ୍ପ ପ୍ରସ୍ତାବକୁ ମଞ୍ଜୁରୀ,୧୪,୫୦୦ ନିଯୁକ୍ତି ସୃଷ୍ଟି ହେବ।
୨-ଉତ୍ତର-ପଶ୍ଚିମା ପାକିସ୍ତାନ ହିମାଳୟ ବାୟୁ ଆଭ୍ୟନ୍ତରୀଣ ଭାରତକୁ ପ୍ରବେଶ କରୁଛି,ତେଣୁଆଗାମୀ ଦୁଇ ସପ୍ତାହ ପର୍ଯ୍ୟନ୍ତ ଶୀତରୁ ମିଳିବ ନାହିଁ ନିସ୍ତାର।
୩-କୋର୍ଟକୁ ଆସିଥିବା ମେଲ୍ ମିଥ୍ୟା ବୋଲି କହିଲେ ଆଇନ ମନ୍ତ୍ରୀ; ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କଲା ହାଇକୋର୍ଟ ବାର୍ ଆସୋସିଏସନ।
୪-ଶୀତରେ ଥରୁଛି ରାଜ୍ୟ ରାଜଧାନୀ, ପାରଦ ୯ ଡିଗ୍ରୀ, ୧୯୫୨ ମସିହାର ରେକର୍ଡ ଭାଙ୍ଗିଲା ଶୀତ।
୫-ଅମଳ ବେଳକୁ ଟମାଟୋ ଦର ୬୦, ଚିନ୍ତାରେ ଖାଉଟି । ବାଇଗଣ, ଜହ୍ନି, କଲରାକୁ ବିପଦ କୁହୁଡି।
୬-ସୁଭଦ୍ରା ଯୋଜନାରେ ୪ଲକ୍ଷ ୫୭ହଜାର ୬୮୧ଜଣଙ୍କୁ ଏହି ସପ୍ତାହରେ ଟଙ୍କା ମିଳିବ।
୭-କୋଲକାତା : ଶିକ୍ଷାବିତ, ସମାଜସେବୀ ତଥା କିଟ୍ ଓ କିସ୍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କୁ ସମ୍ମାନଜନକ CRS ଲିଡରସିପ୍ ପୁରସ୍କାର ପ୍ରଦାନ।
୮-ଓମସା ସହ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଜରୁରୀ ବୈଠକ,ଆନ୍ଦୋଳନରୁ ଓହରିଲେ ଡାକ୍ତର ସଂଘ।
୯-ଜୟପୁର:ପରିବହନ ବିଭାଗର ୩ ଅଧିକାରୀଙ୍କ ଦରମା ବନ୍ଦ, କାର୍ଯ୍ୟରେ ଅବହେଳା ଅଭିଯୋଗ ପରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ।
୧୦-କଟକକୁ ଲମ୍ବିଲାଣି ନିଶା କାରବାରର ଚେର, ବାଂଲାଦେଶରୁ ଭାୟା କୋଲକାତା ଏବଂ ବାଲେଶ୍ୱର ଦେଇ କଟକ ଆସୁଛି ବ୍ରାଉନ ସୁଗାର
୧୧-ଗାଡ଼ି ଚାଳକଙ୍କ ପାଇଁ ବଡ଼ ଖବର; ପ୍ରଦୂଷଣ ଯାଞ୍ଚ ପାଇଁ ଏପ୍ରିଲ ଯାଏଁ ଫାଇନ ନାହିଁ।ପ୍ରଦୂଷଣ ଜରିମାନା ରାଶିର ତଜର୍ମା ପାଇଁ ମନ୍ତ୍ରୀଙ୍କ ନିର୍ଦ୍ଦେଶ ।
୧୨-କନ୍ୟା ବିବାହ ଯୋଜନା ପାଇଁ ଆଉ ପାଦେ ଆଗେଇଲେ ସରକାର; ଉପହାର ସାମଗ୍ରୀ ପାଇଁ ଉତ୍କଳିକା ସହ କଲେ ଚୁକ୍ତି । କନ୍ୟାଙ୍କୁ ମିଳିବ ପାଉଁଜି, ଶାଢ଼ୀ ଓ ଚୁଡ଼ି।
୧୩-ଭୁବନେଶ୍ୱର:ପଲିଟେକନିକ୍ ରାଙ୍କିଂରେ ବୋସ୍ ୧ ନମ୍ବର, ଟପ୍ ୧୦ରେ ଅଛନ୍ତି ମାତ୍ର ୩ ସରକାରୀ ପଲିଟେକନିକ୍।
୧୪-ଶ୍ରୀକ୍ଷେତ୍ରକୁ ଆସୁଥିବା ଶ୍ରଦ୍ଧାଳୁଙ୍କ ପାଇଁ ବଡ଼ ଖବର;ଏଣିକି ଭକ୍ତନିବାସରେ ରହିବା ହେଲା ମହଙ୍ଗା, ବଢ଼ିଲା ପାର୍କିଂ ଫି।
୧୫-ମହିଳାଙ୍କ ନିମନ୍ତେ ସବୁଠୁ ଭଲ ସହର ହେଲା ବେଙ୍ଗାଲୁରୁ, Avatar ରିପୋର୍ଟରେ ମିଳିଲା ୧ ନମ୍ବର ସ୍ଥାନ।
୧୬-ଜଷ୍ଟିସ୍ ଯଶୱନ୍ତ ବର୍ମାଙ୍କୁ ସୁପ୍ରିମକୋର୍ଟରୁ ବଡ଼ ଝଟକା; ଲୋକସଭା କମିଟି ସମ୍ମୁଖରେ ହାଜର ହେବାକୁ ପଡିବ।
୧୭-ପୂର୍ବରେ ବାଂଲାଦେଶ ପଶ୍ଚିମରେ ପାକିସ୍ତାନ, ଶତ୍ରୁ ଘେରରେ ହିନ୍ଦୁସ୍ତାନ: ଦକ୍ଷିଣରୁ ଉଠିଲା ସମର୍ଥନର ସ୍ୱର, ଶ୍ରୀଲଙ୍କା କହିଲା- ଭାରତ ବେଷ୍ଟ।
୧୮-ଟ୍ରମ୍ପଙ୍କ ଟାରିଫ୍ ଧମକ ଯୋଗୁଁ ସେୟାର ବଜାରରେ ବଡ଼ ପ୍ରଭାବ, ସେନସେକ୍ସ ୭୦୦ ପଏଣ୍ଟ ହ୍ରାସ, ଚାରି ଦିନରେ ୭ ଲକ୍ଷ କୋଟି ନଷ୍ଟ।
୧୯-ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ୩ଟି ଟି-୨୦ ମ୍ୟାଚରୁ ବାଦ୍ ପଡ଼ିଲେ ତିଳକ ବର୍ମା।
୨୦-ଆମେରିକା ଜବତ କରିଥିବା ଋଷ ତେଲ ଟ୍ୟାଙ୍କରରେ ଫସିଛନ୍ତି ୩ ଭାରତୀୟ
