September 20, 2026

ମୋହନା ସାମ୍ବାଦିକ ସଂଘ ର କର୍ମକର୍ତ୍ତା ଚୟନ..

IMG-20260108-WA0067
Share

 

 

ମୋହନା–ଗଜପତି ଜିଲ୍ଲା ଅନ୍ତର୍ଗତ ମୋହନା ବ୍ଲକ ର ସାମ୍ବାଦିକ ସଂଘ ର ଆଜି ନିଜ କାର୍ଯ୍ୟାଳୟ ମଧ୍ୟରେ କର୍ମକର୍ତ୍ତା ସର୍ବସମ୍ମତି କ୍ରମେ ଚୟନ ହୋଇଥିବା ସୂଚନା ମିଳିଛି। ସୂଚନା ପ୍ରକାରେ ଜଣାପଡିଛି ଯେ ସଂଘର ସଭାପତି ଭାବେ ସକାଳ ଖବର କାଗଜର ମୋହନା ବ୍ଲକ ପ୍ରତିନିଧି ସୁମନ ପଟ୍ଟନାୟକ ଚଳିତ ବର୍ଷ ନିମନ୍ତେ ମନୋନୀତ ହୋଇଥିବା ବେଳେ, ଉପ ସଭାପତି ଅଂଶୁମାନ ପଣ୍ଡା, ସମ୍ପାଦକ ଭାବେ ବାବୁଲା ସେଠି, ସହ ସମ୍ପାଦକ ନୃସିଂହ ନାଥ ପୂଜାରୀ,କୋଷାଧ୍ୟକ୍ଷ ଭାବେ ପ୍ରମୋଦ ଦୋରା ମନୋନୀତ ହୋଇଥିବା ସହ କାର୍ଯ୍ୟକାରୀ ସଦସ୍ୟ ରୂପେ ସୁକାନ୍ତ ରଥ, ଧିରେନ ନାୟକକାର୍ଯ୍ୟ କରିବେ ବୋଲି ସୂଚନା ମିଳିଛି। ଏହା ସଙ୍ଗେ ଉପଦେଷ୍ଟା କମିଟିକୁ ଲକ୍ଷଣ ଚୌଧୁରୀ, ପଞ୍ଚାନନ ଦାସ, ବାଦଲ ବେହେରା ଙ୍କ ସମେତ ୟୁ.ରାଜେନ୍ଦ୍ର ଦୋରା ସର୍ବସମ୍ମତି କ୍ରମେ ମନୋନୀତ ହୋଇଥିବା ପ୍ରକାଶ।