ବିଦ୍ୟୁତ ଆଘାତରେ ୪ ହାତୀଙ୍କ ମୃତ୍ୟୁ ଓଡ଼ିଶାରେ ଥିଲେ ସୁରକ୍ଷିତ ଆନ୍ଧ୍ର ରେ ଚାଲିଗଲା ଜୀବନ
ଗୁଣୁପୁର-(ସୁରେନ୍ଦ୍ର ମହାନ୍ତି )ଗତ ଦେଢବର୍ଷ ଧରି ରାୟଗଡା ଜିଲ୍ଲା ଗୁଣୁପୁର, ପଦ୍ମପୁର,ଗୁଡାରି ବନାଞ୍ଚଳରେ ୬ ଟିକିଆ ହାତୀପଲ ସୁରକ୍ଷିତ ଚଳପ୍ରଚଳ କରୁଥିବା ବେଳେ ଆଜି ଆନ୍ଧ୍ରପ୍ରଦେଶ ବାତ୍ତୀଲି-କାଟ୍ରଗଡ଼ ଅଞ୍ଚଳରେ ବିଦ୍ୟୁତ ଆଘାତରେ ୪ ଟି ହାତୀଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ଓଡ଼ିଶାରେ ଜଙ୍ଗଲ ବିଭାଗ ସହାୟତାରେ ହାତୀପଲ ସୁରକ୍ଷିତ ଚଳପ୍ରଚଳ କରୁଥିଲେ । ଗ୍ରାମବାସୀ ଓ ଜଙ୍ଗଲ ବିଭାଗ ମଧ୍ୟରେ ଉତ୍ତମ ସମନ୍ୱୟ ରକ୍ଷା କରି ଦିନ ରାତି ଏକ କରି ହାତୀପଲ ଙ୍କ ଗତିବିଧି ଉପରେ ତୀକ୍ଷ୍ଣ ନଜର ରଖାଯାଇଥିଲା । ତେବେ ଗତ ଦୁଇ ମାସ ଧରି ଏହି ହାତୀପଲ ଆନ୍ଧ୍ରପ୍ରଦେଶ ଅଞ୍ଚଳ କୁ ଚାଲି ଯାଇଥିଲେ । ସେଠାରେ ଆଜି ସକାଳେ ଏଭଳି ଅଘଟଣ ଘଟିଥିବା ଜଣାପଡିଛି । ତେବେ ଆନ୍ଧ୍ର ସରକାର ଓ ସ୍ଥାନୀୟ ପ୍ରଶାସନ,ବିଦ୍ୟୁତ ବିଭାଗ ର ଖାମଖିଆଲ ନୀତି ଯୋଗୁଁ ଏଭଳି ଅଘଟଣ ଘଟିଥିବା ଆଲୋଚନା ହେଉଛି । ତେଣୁ ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ କରି ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ଦାବୀ ହେଉଛି ।