April 27, 2026

ମାନ୍ୟବର ଗଣଶିକ୍ଷା ମନ୍ତ୍ରୀ ଙ୍କ ବିଭିନ୍ନ ସ୍ଥାନରେ ଶିଳାନ୍ୟାସ କାର୍ଯ୍ୟକ୍ରମ 

IMG-20260103-WA0009
Share

 

 

ଉମରକୋଟ:-(ଏମ୍.ଦୀନା°ଶୁ ଆଚାରୀ) ଶୁକ୍ରବାର ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଅନ୍ତର୍ଗତ କର୍ମରି ଠାରେ କସ୍ତୁରିବା ଗାନ୍ଧୀ ବାଳିକା ବିଦ୍ୟାଳୟ ରେ ଏକ ନୂତନ ଛାତ୍ରୀ ନିବାସ ଗୃହ ର ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଛି ଏହି ଅବସରରେ ମାନ୍ୟବର ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ଯୁକ୍ତ ନିତ୍ୟାନନ୍ଦ ଗଣ୍ଡ ମୁଖ୍ୟ ଅତିଥି ରୁପେ ଯୋଗଦିଇ ନିଜ କରକମଳ ରେ ଏହି ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି ଅନ୍ୟାନ୍ୟ ମୁଖ୍ୟ ଓ ସମ୍ମାନିତ ଅତିଥି ଭାବେ ନବରଙ୍ଗପୁର ସାଂସଦ ଶ୍ରୀ ବଳଭଦ୍ର ମାଝୀ, ଝରିଗାଁ ବିଧାୟକ ଶ୍ରୀ ନରସିଂଗ୍ ଭତ୍ରା, ଭାଜପା ରାଜ୍ୟ ଉପସଭାପତି ଶ୍ରୀ ଯୁକ୍ତ ରମେଶ ଚନ୍ଦ୍ର ସାହୁ ସହ ଅନ୍ୟାନ୍ୟ ଗଣ୍ୟ ମାନ୍ୟ ବ୍ୟକ୍ତି ଯୋଗ ଦେଇଥିଲେ । ବିଦ୍ୟାଳୟ ଅଧ୍ୟୟନରତ ଛାତ୍ରୀ ମାନଙ୍କ ଆବଶ୍ୟକତା କୁ ଗୁରୁତ୍ୱ ଦେଇ ସେମାନଙ୍କ ସୁବିଧା ଓ ସୁରକ୍ଷା ପାଇଁ ସରକାରଙ୍କ ପକ୍ଷରୁ ଏହି ଛାତ୍ରୀ ନିବାସ ନିର୍ମାଣ ର ବ୍ୟବସ୍ଥା କରାଯାଇଛି । ସେହିପରି ଉମରକୋଟ ବ୍ଲକ ଅଧିନସ୍ଥ ବୁର୍ଜା ଠାରେ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟର ଏକ ଅତିରିକ୍ତ ଶ୍ରେଣୀ ଗୃହ ର ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଛି ମାନ୍ୟବର ମନ୍ତ୍ରୀ ଙ୍କ ଦ୍ବାରା ଏହି କାର୍ଯ୍ୟକ୍ରମରେ ସନ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ ଭାଜପା ରାଜ୍ୟ ଉପସଭାପତି ଶ୍ରୀ ଯୁକ୍ତ ରମେଶ ଚନ୍ଦ୍ର ସାହୁ ଙ୍କ ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ଈଶ୍ବର ଚନ୍ଦ୍ର ମାଝୀ, ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ (ବୁର୍ଜା)ଆର ଧନେଶ୍ବର ରାଓ, ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସୁଭଦ୍ରା ଭତ୍ରା, ଏସ ଏମ ସି ସଭ୍ୟ ପ୍ରକାଶ ହରିଜନ, ଶ୍ବେତାମ୍ବର ମାଝୀ, ମଧୁସ୍ମିତା ଦାସ ମଞ୍ଚ ପରିଚାଳନା କରିଥିଲେ ।