March 8, 2026

ଛତ୍ରମଠ ସରସ୍ବତୀ ଶିଶୁମନ୍ଦିର ର ବାର୍ଷିକ କ୍ରୀଡାଉତ୍ସବ ଉଦଯାପିତ     

IMG-20251222-WA0162
Share

ତିର୍ତ୍ତୋଲ ତା 22/12/2025 ବାଣୀକ୍ଷେତ୍ର ଝଙ୍କଡ଼ ସାରଳା ପୀଠ, କନକପୁର ଗ୍ରାମପଞ୍ଚାୟତ ଅଧିନ ଛତ୍ରମଠ, ତରାପୁର ସ୍ଥିତ ସରସ୍ବତୀ ଶିଶୁମନ୍ଦିର ର ବାର୍ଷିକ କ୍ରୀଡାଉତ୍ସବ ଗତ ଗୁରୁବାର ଠାରୁ ଆରମ୍ଭ ହୋଇ ଶନିବାର ଦିନ ଉଦଯାପିତ ହୋଇଯାଇଛି l ଦୀର୍ଘ ତିନିଦିନ ବ୍ୟାପି ଏହି କ୍ରୀଡାଉତ୍ସବ ରେ ବିଦ୍ୟାର୍ଥୀ ମାନଙ୍କ ମଧ୍ୟରେ ଦୌଡ଼, ହାଇଜମ୍ପ, ଲଙ୍ଗଜମ୍ପ, ଦୌଡ଼ିଡ଼ିଅଁl, ପୁଞ୍ଚିଖେଳ, ମି୍ୟୁଜିକଚେୟାର ଆଦି ବିଭିନ୍ନ ଖେଳ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା l ଏହି କ୍ରୀଡାଉତ୍ସବ କୁ ଗୁରୁଜୀ ଶିବପ୍ରସାଦ ନନ୍ଦ ଓ ଅଶୋକ କୁମାର ସିଂହ ପରିଚାଳନା କରିଥିବାବେଳେ, ଗୁରୁମା ସୁପ୍ରଭା ନାୟକ ଓ ସରୋଜିନୀ ରାଉତ କ୍ରୀଡା ଫଳାଫଳ ସଂଗ୍ରହ କରିଥିଲେ l ଉଦଯାପନୀ ଉତ୍ସବ ରେ ବିଦ୍ୟାଳୟ ର ପ୍ରତିଷ୍ଠାତା ସଭାପତି ଧୁନଚନ୍ଦ୍ର ସେନାପତି ଏହି ଉପଲକ୍ଷେ ଆୟୋଜିତ ସଭାରେ ଅଧ୍ୟକ୍ଷତା କରିଥିଲେ l ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେଇ ସ୍ଥାନୀୟ ଅଞ୍ଚଳର ବିଶିଷ୍ଟ ସମାଜସେବୀ ଓ ପରିବେଶବିତ ଅଶୋକ କୁମାର ମହାନ୍ତି କ୍ରୀଡାପତାକା ଉତ୍ତୋଳନ କରିବାସହିତ, କ୍ରୀଡା ମାଧ୍ୟମରେ ଉତ୍ତମ ସ୍ୱାସ୍ଥ୍ୟରକ୍ଷା, ଶାରୀରିକ ଓ ମାନସିକ ବିକାଶ ହୋଇଥିବାସହିତ ଏହି କ୍ଷେତ୍ରରେ ସଫଳ କ୍ରୀଡାବିତ ମାନେ ବିଭିନ୍ନକ୍ଷେତ୍ରରେ ନିଯୁକ୍ତି ଓ ସ୍ୱତନ୍ତ୍ର ସୁନାମ ସୁଖ୍ୟାତି ଲାଭକରି ଦେଶ ଓ ଜାତିକୁ ମଧ୍ୟ ଗୌରବl ନିୟୁତ କରିଥାନ୍ତି ବୋଲି କହିଥିଲେ l ପ୍ରଧାନଆଚାର୍ଯ୍ୟ ଉମାକାନ୍ତ ସାହୁ ସ୍ୱାଗତଭାଷଣ ଓ ଅତିଥିପରିଚୟ ପ୍ରଦାନ କରିଥିବା ବେଳେ, ଅନ୍ୟତମ ସମ୍ମାନିତଅତିଥି କବି ଦିଗାମ୍ବର ରାଉତ କ୍ରୀଡାର ଆବଶ୍ୟକତା ଓ ବୈଶିଷ୍ଟ୍ୟତା ଉପରେ ବକ୍ତବ୍ୟ ରଖିଥିଲେ l ପ୍ରତିଯୋଗିତା ରେ କୃତ୍ତିତ୍ୱ ଅର୍ଜ୍ଜନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପ୍ରମାଣପତ୍ର, ପୁଷ୍ପଗୁଚ୍ଛ ଓ ଶୀଲ କପ ଆଦି ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିଲା l ତେବେ ଏହି ସମସ୍ତ କାର୍ଯ୍ୟକ୍ରମ କୁ ସମସ୍ତ ଗୁରୁଜୀ ଗୁରୁମା ମାନେ ପରିଚାଳନା କରିବା କ୍ଷେତ୍ରରେ ସକ୍ରିୟ ସହଯୋଗ କରିଥିବାର ଦେଖିବାକୁ ମିଳିଥିଲା lଜଗତ୍ସିଂହପୁର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ୍ ନ୍ୟୁଜ ଉପାନ୍ତ ଖବର