March 10, 2026

ମା’ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ୩୦ ତମ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ

IMG-20251222-WA0141
Share

 

ଚିକିଟି ଶୁଭଶ୍ରୀ ପ୍ରଧାନ

ତାରିଖ:୨୨/୧୨/୨୫

ପାତ୍ରପୁର ଠାରେ ଅବସ୍ଥାପିତ ମା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ୩୦ ତମ ବାର୍ଷିକ କ୍ରୀଡ଼ା ଉତ୍ସବ ସୋମବାର ଅନୁଷ୍ଠିତ ହୋଇଯାଇଛି।କାର୍ଯ୍ୟକ୍ରମରେ ଉଦ୍ଘଟାକ ଭାବେ ସ୍ବାମୀ ଶ୍ରୀ ସାନିଷ୍ଟାନନ୍ଦ ସରସ୍ବତୀ ମହାରାଜ ( ବଦ୍ରିକାଶ୍ରମ, ହିମାଳୟ) ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ସଂସଦ ପ୍ରତିନିଧି ମୀନା ଦ୍ୟାନ ସାମନ୍ତରା, ସମ୍ମାନିତ ଅତିଥି ଭାବେ ସୀମାନ୍ତ ସାମ୍ୱାଦିକ ସଂଘ ସମ୍ପାଦକ ମାଧବ ବାଡତ୍ୟା , ଅମୀୟ କୁମାର ସାହୁ ପ୍ରବନ୍ଧକ (କାନାରା ବ୍ୟାଙ୍କ ପାତ୍ରପୁର), ହରିଶ ଆଚାରୀ (କର୍ଡିନେଟର୍, ପାତ୍ରପୁର ବ୍ଲକ ଶିକ୍ଷା କାର୍ଯ୍ୟାଳୟ), ସଦାନନ୍ଦ ନାୟକ (ସରପଞ୍ଚ,ପାତ୍ରପୁର), ଅନାଦି ଚରଣ ପଣ୍ଡିତ, ଉପାଧ୍ୟକ୍ଷ ପାତ୍ରପୁର ପଞ୍ଚାୟତ ସମିତି), ଉମା ଚରଣ କର (ବରିଷ୍ଟ ସାମ୍ବାଦିକ,) କେଦାର ନାଥ ଅଧିକାରୀ ( କ୍ରୀଡ଼ା ଶିକ୍ଷକ କରୁଣା କର ହାଇସ୍କୁଲ୍,ପାତ୍ରପୁର) ଗିରିଜା ଶଙ୍କର ନାୟକ (ସି ଆର୍ ସି ସି ପାତ୍ରପୁର କ୍ଲଷ୍ଠର), ଶ୍ରୀମାନ ବିଜୟ କୁମାର ପଟ୍ଟନାୟକ (ସଭାପତି ମା.ସ.ଶି.ବି.ମ, ପାତ୍ରପୁର) ପ୍ରମୁଖ ମଞ୍ଚାସିନ ରହି ଅଭିଭାଷଣ ଦେଇଥିବା ବେଳେ ଛାତ୍ର ଛାତ୍ରୀ ମାନେ ସ୍ଵାଗତ ସଂଗୀତ ଗାନ କରିଥିଲେ। ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ଯୋଗ ପ୍ରାଣାୟମ ଓ କ୍ରୀଡ଼ା ପ୍ରଦର୍ଶନ କରାଯାଇଥିଲା। ଅର୍ଚ୍ଚନା ମହାନ୍ତି(ପ୍ରଧାନାଚାର୍ଯ୍ୟା, ଙ୍କ ସମେତ ଅନୁଷ୍ଠାନର ଗୁରୁଜୀ ଗୁରୁମା ,ବିଜୟ କୁମାର ଗୌଡ଼ ଓ ଅଭିଭାବକମାନେ ଉପସ୍ଥିତ ରହି ସହଯୋଗ କରିଥିବା ବେଳେ ସି ଏଚ୍ ଲକ୍ଷ୍ମଣ ରାଓ ଆଚାରି ପରିଚାଳନା କରିଥିଲେ।