ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ଶିଶୁ ଶିବିର

ବୁଗୁଡ଼ା : ତା.୨୧/୧୨/୨୫ : ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଶିଶୁ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଶିଶୁ ବାଟିକା ପ୍ରମୁଖ ଗୁରୁମା ମମତା କୁମାରୀ ସାହୁଙ୍କ ପୌରହିତ୍ଯରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିଥି ଭାବେ ଅବସରପ୍ରାପ୍ତା ପ୍ରଧାନ ଶିକ୍ଷୟିତ୍ରୀ ଗୋମତି ଦାଶ ଯୋଗ ଦେଇ ଅରୁଣ, ଉଦୟ ଓ ପ୍ରଭାତ ଶ୍ରେଣୀର ଶିଶୁମାନଙ୍କୁ ମାର୍ଗ ଦର୍ଶନ କରିଥିଲେ। ବରିଷ୍ଠା ଗୁରୁମା ହରପ୍ରିୟା ମିଶ୍ରଙ୍କ ସଂଯୋଜନାରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମ ଅବସରରେ ଛାତ୍ରୀ ସାଇଶ୍ରୀ ନାୟକ, ତାନସୀ ସ୍ବାଇଁ ଓ ଭୂମିକା ସେଠୀ ସ୍ବାଗତ ସଂଗୀତ ଗାନ କରିଥିଲେ । ଏଥି ସହ ଶିଶୁମାନଙ୍କ ମନ୍ଦିର ଭ୍ରମଣ କାର୍ଯ୍ୟକ୍ରମ ସାଙ୍ଗକୁ ଶାରୀରିକ, ବୌଦ୍ଧିକ, ବିଭିନ୍ନ କୌଳିକ ବୃତ୍ତି ସମ୍ପର୍କେ ଶିକ୍ଷାଦାନ, ସାଂସ୍କୃତିକ କାର୍ଯ୍ୟକ୍ରମ ଆଦି ଅନୁଷ୍ଠିତ ହୋଇ ଶେଷରେ ଶିଶୁମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା। ଶିଶୁ ବାଟିକା ପକ୍ଷରୁ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମକୁ ଗୁରୁମା ସୁଜାତା ମହାପାତ୍ର, ଅର୍ଚ୍ଚନାମୟୀ ପାତ୍ର, ପାପା ବିଷୋୟୀ, ରାକ୍ଷୀ ସ୍ବାଇଁ, ୟୁ.ଜୟଶ୍ରୀ ପାତ୍ର ପ୍ରମୁଖ ପରିଚାଳନା କରିଥିବା ବେଳେ ଅନ୍ୟ ସେବାବ୍ରତୀମାନେ ଏଥିରେ ସକ୍ରିୟ ସହଯୋଗ କରିଥିଲେ। ପରିଶେଷରେ ଗୁରୁମା ରଶ୍ମିତା ଜେନା ଧନ୍ୟବାଦ ଅର୍ପଣ କରିଥିଲେ।
