April 28, 2026

ବ୍ଲକ ସ୍ତରୀୟ ଲୋକ ମହୋତ୍ସବ ଚଇତି ୨୦୨୫ ଅନୁଷ୍ଠିତ

IMG-20251213-WA0033
Share

 

କୋଲନରା 🙁 ସଞ୍ଜୀବ କଣ୍ଡାଗରୀ) ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକ ସଦର ମିନି ଷ୍ଟାଡିୟମ ଠାରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀମତୀ ରୀନା ପ୍ରଧାନ ଙ୍କ ଅଧକ୍ଷତା ରେ ବ୍ଲକ ସ୍ତରୀୟ ଲୋକ ମହୋତ୍ସବ ଚଇତି ଅନୁଷ୍ଠିତ ହୋଇ ଯାଇଅଛି | ଏହି ସାଂସ୍କୃତିକ କାର୍ଯ୍ୟକ୍ରମରେ ବିଷମକଟକ ନିର୍ବାଚନ ମଣ୍ଡଳୀର ବିଧାୟକ ନୀଳମାଧବ ହିକକା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଜିଲ୍ଲା ପରିଷଦ ଅଧ୍ୟକ୍ଷା ସରସ୍ଵତୀ ମାଝୀ,କୋଲନରା ବ୍ଲକ ଅଧ୍ୟକ୍ଷା ସଂଯୁକ୍ତା କୁଲେସିକା, ଉପାଧ୍ୟକ୍ଷ ହଳଧର ହିମିରିକା, କେ ସି ସି ବ୍ୟାଙ୍କ ନିର୍ଦେଶକ ବି ତିରୁପତି ରାଓ,ସମାଜସେବୀ କାଳିରାମ ମାଝୀ, ସ୍ଥାନୀୟ ବୁଦ୍ଧିଜୀବୀ ଜଗନ୍ନାଥ ପଣ୍ଡା, ଜୟରାମ ସ୍ୱାଇଁ, ଜି ବିରେୟା,ଜିଲ୍ଲା କଳାସଂକୃତି ଉପସଭାପତି ସନ୍ତୋଷ ବଚ୍ଚା, ଗୋଷ୍ଟି ଶିକ୍ଷା ଅଧିକାରୀ ମଞ୍ଜୁଲତା ଜେନା,ଯୋଗଦେଇଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ କୋଲନରା ସ୍ଥିତ ଚିରସ୍ରୋତା ନାଳରୁ ପୂଜାର୍ଚ୍ଚନା କରି ଗଙ୍ଗା ଜଳ ସଂଗ୍ରହ କରି ଏକ କଳସ ଶୋଭା ଯାତ୍ରା ବାହାରି ଚଇତି ମଣ୍ଡପରେ ସ୍ଥାପନ କରା ଯାଇଥିଲା |କସ୍ତୁରୀବା ଗାନ୍ଧୀ ବିଦ୍ୟାଳୟ ର ଛାତ୍ରୀ ଙ୍କ ଦ୍ୱାରା ପ୍ରାରମ୍ଭିକ ସଂଗୀତ ଏବଂ ବଡଖିଲା ପଦର ବିଦ୍ୟାଳୟ ର ସ୍ବାଗତଂ ନୃତ୍ୟ, ଏବଂ ଓ ଆଦର୍ଶ ବିଦ୍ୟାଳୟର ଓଡିଶୀ ନୃତ୍ୟ ପରେ ଅତିଥିଗଣ ଏଠାରେ ବିଭିନ୍ନ ବିଭାଗର ଷ୍ଟଲ୍ ଉଦଘାଟନ କରିବା ସହ ଷ୍ଟଲ୍ ବୁଲି ଦେଖିଥିଲେ | ଏଥିରେ ବ୍ଲକର ବିଭିନ୍ନ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ, ସଭ୍ୟା ଉପସ୍ଥିତ ରହିଥିଲେ | ପରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ବିଭିନ୍ନ ଗ୍ରାମରୁ ଆସିଥିବା କଳାକାର ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରା ଯାଇଥିଲା | ଏହି କାର୍ଯ୍ୟକ୍ରମ ରେ ଅଂଶଗ୍ରହଣ କରିଥିବା ସମସ୍ତ ପାରମ୍ପରିକ ନୃତ୍ୟ ବେଶ ମନୋଲଭା ହୋଇଥିଲା | ଶେଷରେ କୃତି କଳାକାର ମାନଙ୍କୁ ଅତିଥିଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା ଏବଂ ତିନୋଟି ଷ୍ଟଲ ତଥା ଉର୍ଣ୍ଣୟନ ବିଭାଗ ପ୍ରଥମ, ଶିଶୁଵିକାଶ ବିଭାଗ ଦ୍ୱତୀୟ, ଉଦ୍ୟାନ ବିଭାଗ ତୃତୀୟ ଭାବେ ପୁରସ୍କୃତ ହୋଇଥିଲେ।ଉକ୍ତ କାର୍ଯ୍ୟକ୍ରମ କୁ ଶିକ୍ଷକ ପ୍ରଫୁଲ୍ଲ ପାଢ଼ୀ ଓ ପ୍ରଦୀପ କୁମାର ନାୟକ ମଞ୍ଚ ପରିଚାଳନା କରିଥିଲେ |

You may have missed