ବୁଗୁଡ଼ା ମିଡିଆ କ୍ଲବ୍ ପକ୍ଷରୁ ଜାତୀୟ ପ୍ରେସ୍ ଦିବସ ପାଳିତ

ବୁଗୁଡ଼ା : ତା ୧୬/୧୧/୨୨୫ : ସ୍ଥାନୀୟ ସାମ୍ବାଦିକ ଭବନ ପରିସରରେ ମିଡିଆ କ୍ଲବ ପକ୍ଷରୁ ଜାତୀୟ ପ୍ରେସ୍ ଦିବସ ପାଳିତ ହୋଇଯାଇଛି । ମିଡିଆ କ୍ଲବ ସଭାପତି ଅନିଲ ପଟ୍ଟନାୟକଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମ ଅବସରରେ ଉପଦେଷ୍ଟା କାଳୀ ଚରଣ ଦାଶ ଓ ସମ୍ପାଦକ ପ୍ରଫୁଲ୍ଲ କୁମାର ପଟ୍ଟନାୟକ ପ୍ରମୁଖ ସ୍ବ ସ୍ବ ବକ୍ତବ୍ୟରେ ଉକ୍ତ ଦିବସ ପାଳନର ତାତ୍ପର୍ଯ୍ୟ , ଗଣମାଧ୍ୟମର ସାମ୍ପ୍ରତିକ ସ୍ଥିତି ଓ ଗତି , ଗଣତନ୍ତ୍ରରେ ଗଣମାଧ୍ୟମର ଭୂମିକା ଆଦି ବିଷୟ ସମ୍ପର୍କେ ଆଲୋକପାତ କରିଥିଲେ । ଏ ଅବସରରେ ବୁଗୁଡା ଅଞ୍ଚଳର ସାମାଜିକ ସମସ୍ୟା ଉପସ୍ଥାପନ ଏବଂ ନିରପେକ୍ଷ ଖବର ପରିବେଷଣ ଦିଗରେ ସ୍ଥାନୀୟ ସାମ୍ବାଦିକଙ୍କ ଭୂମିକା ଏବଂ ମିଡିଆ କ୍ଲବର ସାଂଗଠନିକ ଅଭିବୃଦ୍ଧିକୁ ଦୃଷ୍ଟିରେ ରଖି ଇଚ୍ଛୁକ କାର୍ଯ୍ୟରତ ସାମ୍ବାଦିକଙ୍କୁ କ୍ଲବର ସଦସ୍ୟତା ପ୍ରଦାନ ସମ୍ପର୍କରେ ଆଲୋଚନା କରାଯାଇଥିଲା ବେଳେ ଉପସଭାପତି ମନୋରଞ୍ଜନ ଦାଶ, ସହସମ୍ପାଦକ ହର ପ୍ରସାଦ ପାଢ଼ୀ, ସଦସ୍ୟ ଏସ୍.ଶିବ ପ୍ରସାଦ ଦୋରା ଓ ସଞ୍ଜିବ କୁମାର ତ୍ରିପାଠୀ ପ୍ରମୁଖ ଆଲୋଚନାରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ। ପରିଶେଷରେ ଅଭୟ ପ୍ରସାଦ ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ।
