March 12, 2026

ଆଇନସେବା ପ୍ରାଧିକରଣ ରୟଗଡା ଦ୍ବାରା ଷ୍ଟଲ ଉଦଘାଟନ

IMG-20230120-WA0018
Share

 

 

ରାୟଗଡା-(ସୁରେନ୍ଦ୍ର ମହାନ୍ତି )ଚୈତି ମହୋତ୍ସବ ରେ ଜିଲ୍ଲା ଆଇନସେବା ପ୍ରାଧିକରଣ ରାୟଗଡା ଦ୍ବାରା ତା ୧୮.୦୧.୨୦୨୩ ତରଫରୁ ଜି.ସି.ଡି ହାଇସ୍କୁଲ ପଡିଆ ପରିସରରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ତଥା ଜିଲ୍ଲା ଦୌରା ଜଜ୍ ଶ୍ରୀ ବିକ୍ରମ କେଶରୀ ପଟ୍ଟନାୟକ ଙ୍କ ଦ୍ବାରା ଏକ ଷ୍ଟଲ ଉଦଘାଟନ କରାଯାଇଛି I ଏହି ଉଦଘାଟନି ଉତ୍ସବରେ ପରିବାର ଅଦାଲତ ର ବିଚାରପତି ଶ୍ରୀ ଅମୃତ ରଞ୍ଜନ ନନ୍ଦ, ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ତଥା ପୋକ୍ସ କୋଟ ର ବିଚାରପତି ଶ୍ରୀମତି ସୋନାଲି ପଟ୍ଟନାୟକ ,ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ଶ୍ରୀମତି ରୀନା ଚୌଧୁରୀ,ବରିଷ୍ଠ ଦଣ୍ଡାଧିକାରୀ ଶ୍ରୀମତି ମିନାକ୍ଷୀ ପ୍ରିୟଦର୍ଶୀନି, ରେଜିଷ୍ଟ୍ରାର ଶ୍ରୀ ଦେବିଜ୍ୟୋତି ମହାପାତ୍ର, ଜିଲ୍ଲା ଆଇନ ସେବା ପ୍ରାଧିକରଣର ସମ୍ପାଦିକା ଶ୍ରୀମତି ନିବେଦିତା ପଣ୍ଡା, ମହିଳା କୋଟ ର ବିଚାରପତି ଶ୍ରୀମତି ସୋନାଲ ଶର୍ମା, ବରିଷ୍ଠ ଦେୱାନୀ ବିଚାରପତି ଶ୍ରୀ ସୋମ୍ୟରୂପ ସାହୁ, ଉପଖଣ୍ଡୀୟ ବିଚାର ବିଭାଗୀୟ ଅଧିକାରୀ ଶ୍ରୀ ଗୁରୁଚରଣ ଜେନାମଣୀ, ଗ୍ରାମ୍ୟ ନ୍ୟାୟଧିକାରୀ ଶ୍ରୀମତି ଶୁ୍ଭାସିନୀ ବେହେରା, ପ୍ରଥମ ଶ୍ରେଣୀ ବିଚାରପତି ଶ୍ରୀ ଚନ୍ଦନ ଦେହୁରୀ, ରାୟଗଡା ବାର୍ ଆସୋସିଏସନ୍ ର ସଂପାଦକ ଙ୍କ ସମେତ ବହୁ ଓକିଲ, ଜିଲ୍ଲା ଆଇନସେବା ପ୍ରାଧିକରଣ ର କର୍ମଚାରୀ ଓ ପାରା ଲିଗାଲ ଭଲ୍ୟୁଣ୍ଟର ପ୍ରମୁଖ ଉପସ୍ଥିତ ଥିଲେ I ଏହି ଉତ୍ସବରେ ଜିଲ୍ଲା ଜଜ୍ ଶ୍ରୀ ବିକ୍ରମ କେଶରୀ ପଟ୍ଟନାୟକ ଆଇନସେବା ପ୍ରାଧିକରଣ ଆଭିମୁଖ୍ୟ, ଦାୟିତ୍ବ , କର୍ତବ୍ୟ, କେଉ ବର୍ଗ ର ବ୍ୟକ୍ତି ଆଇନ ସେବା ପାଇ ଯୋଗ୍ୟ, ନ୍ୟାୟ ସଯୋଗ, ମାଗଣା ଆଇନ ସେବା, ଲୋକ ଅଦାଲତ, ଆଇନ ସେବା ସମ୍ମଖ କାର୍ଯ୍ୟାଳୟ ର ଭୂମିକା, ପୀଡିତା କ୍ଷତିପୂରଣ , ମଧ୍ୟସ୍ଥତା କେନ୍ଦ୍ର ଇତ୍ୟାଦି ବିଷୟରେ ଉପସ୍ଥିତ ଥିବା ଜନସାଧାରଣ ଙ୍କୁ ଅବଗତ କରାଇଥିଲେ I ସେହିପରି ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଶ୍ରୀମତି ନିବେଦିତା ପଣ୍ଡା ଘରୋଇ ହିଂସା ନିରୋଧ ଆଇନ, ପାରା ଲିଗାଲ ଭଲ୍ୟୁଣ୍ଟର ଙ୍କ ଦାୟିତ୍ବ ଓ କର୍ତବ୍ୟ ବିଷୟରେ ଆଲୋକପାତ କରିଥିଲେ I ଜିଲ୍ଳା ଆଇନ୍ ସେବା ପ୍ରାଧିକରଣର ସମ୍ପାଦିକା ଶ୍ରୀମତି ନିବେଦିତା ପଣ୍ଡା ଏହି ଉଦଘାଟନି କାର୍ଯ୍ୟକ୍ରମଟିକୁ ସୁଚାରୁ ରୂପରେ ପରିଚାଳିତ କରିଥିଲେ I