November 22, 2024

କେନ୍ଦ୍ରୀୟ ମଧୁରଜଳ ଗବେଷଣା ପ୍ରତିଷ୍ଠାନ ର ପ୍ରଶିକ୍ଷଣ ଶିବିର

Share

ଅସ୍ତରଂଗ,,କେନ୍ଦ୍ରୀୟ ମଧୁରଜଳ ଗବେଷଣା ପ୍ରତିଷ୍ଠାନ,କୌଶଲ୍ୟା ଗଙ୍ଗ ଆନୁକୁଲ୍ୟରେ ପୁରୀ ଜିଲ୍ଲା ର ଅସ୍ତରଙ୍ଗ ବ୍ଲକ ଅଧୀନ, କଣମଣ ଗ୍ରାମ ଠାରେ ଶୁକ୍ରବାର ଦିନ, ମଧୁରଜଳ ମତ୍ସ୍ୟ ଚାଷୀ ମାନଙ୍କୁ ନେଇ ଏକ ଦିନିକିଆ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇ ଯାଇ ଅଛି । ଏହି ,ପ୍ରଶିକ୍ଷଣ ଶିବିରକୁ ସିଫା ର ବରିଷ୍ଟ ବୈଜ୍ଞାନିକ ଡକ୍ଟର ସୁବାସ ସରକାର ପ୍ରଦୀପ ପ୍ରଜୋଳନ୍ କରି ଉଦ୍ଘାଟନ କରିଥିଲେ ଓ ମୁଖ୍ୟ ଅତିଥି ଭାବେ ଯୋଗ ଦାନ କରିଥିଲେ, ବରିଷ୍ଠ ସାମ୍ବାଦିକ ଶ୍ରୀ ଦୁଃଶାସନ ନାୟକ । ପ୍ରଶିକ୍ଷଣ ଶିବିରରେ,ଅସ୍ତରଙ୍ଗ ବ୍ଲକ ଅଞ୍ଚ ଳର ପଚାଶ ରୁ ଉର୍ଦ୍ଧ ମତ୍ସ୍ୟ ଚାଷୀ ଯୋଗ ଦେଇଥିବା ବେଳେ,ପ୍ରଶିକ୍ଷକ ଭାବେ , ଶିଫା ର ବୈଜ୍ଞାନିକ ପଙ୍କଜ ତ୍ୱୀୟାରି,ବୈଷୟିକ ଅଧିକାରୀ ଭାସ୍କର ରାଓ, ଅସ୍ତରଙ୍ଗ ବ୍ଲକ ମତ୍ସ୍ୟ ଅଧିକାରୀ ମିତାଲି ମଧୁସ୍ମିତା ସାହୁ , ସୀଫା ର ବ୍ୟବସାୟୀ କ ପ୍ରବନ୍ଧକ ଅଂଶୁ ମାନ ମହାପାତ୍ର,ପ୍ରମୁଖ,ପାଣିରେ ମାଛ ଛାଡ଼ିବା ପୂର୍ବରୁ,ପାଣି ଓ ମାଟିର ପରୀକ୍ଷା, ଗୋଟେ ପୋଖରୀ ରୁ ବର୍ଷକୁ କିପରି ଦୁଇଥର ମାଛ ଅମଳ,ପୋଖରୀ ର ପ୍ଲାଣ୍ଟନ,ପୋଖରୀରେ ବର୍ଜ୍ୟ ବସ୍ତୁ ନ ପକାଇବା,ବୈଜ୍ଞାନିକ ଙ୍କ ଦ୍ଵାରା ମାଛ ର ସ୍ୱାସ୍ଥ୍ୟ ପରୀକ୍ଷା କରାଇବା,ଆଦି ବିଷୟରେ ପ୍ରଶିକ୍ଷଣ ଦେବା ସହ,ରାଜ୍ୟ ସରକାର ଙ୍କ ଦ୍ଵାରା ଚାଲୁ ଥିବା ମତ୍ସ୍ୟ ପୋଖରୀ ଯୋଜନାରେ ସାମିଲ ହୋଇ,ମତ୍ସ ଉପ୍ତାଦନ ରେ ଆମେ କିପରି ସ୍ୱାବଲମ୍ବୀ ହେବା ସେ ବିଷୟରେ ପରାମର୍ଶ ଦେଇଥିଲେ । ବହୁ ମତ୍ସ୍ୟ ଚାଷୀ ମଧୁର ଜଳ ଓ ଖାରି ଜଳ ମାଛ ଚାଷ ଉପରେ ବିଭିନ୍ନ ପ୍ରଶ୍ନ ପଚାରି ଅଧିକାରୀ ମାନଙ୍କ ଠାରୁ ଉତ୍ତର ଚାହିଁଥିଲେ ଓ ବୈଜ୍ଞାନିକ ମାନେ ସଠିକ୍ ଉତ୍ତର ଦେଇଥିଲେ । ଚାଷୀ ଉଲ୍ଲାସ ନାୟକ ଙ୍କ ଆବାହକ ତୋର ଆୟୋଜିତ ଏହି ଶିବିର ରେ,ଅସ୍ତରଙ୍ଗ ବ୍ଲକ ର ଜୁନିଅର ମତ୍ସ୍ୟ ଅଧିକାରୀ,ଜଗନ୍ନାଥ ବେହେରା,ଚାଷୀ ରମେଶ ସାହୁ,ବଇଁଶୀ ଧର ନାୟକ ,ପପୁ ବିଶ୍ଵାଳ,ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ ।

ଦୁଃଶାସନ ନାୟକ,ଅସ୍ତରଙ୍ଗ