April 29, 2026

ସୋରଡ଼ା ନିର୍ବାଚନ ମଣ୍ଡଳୀ ତଥା ସୋରଡ଼ା ଅଞ୍ଚଳର ପ୍ରାଚୀନ ପରମ୍ପରା

IMG-20250914-WA0006
Share

      ସୋରଡ଼ା ନିର୍ବାଚନ ମଣ୍ଡଳୀ ତଥା ସୋରଡ଼ା ଅଞ୍ଚଳର ପ୍ରାଚୀନ ପରମ୍ପରା ଅନୁଯାୟୀ ଦୀର୍ଘ ୫୫୦ ବର୍ଷ ପାଳନ ହୋଇ ଆସୁଥିବା ସୋରଡ଼ା ର ଆରାଧ୍ୟା ଦେବୀ ଶ୍ରୀ ଶ୍ରୀ ମା’ କନ୍ଧୁଣୀ ଦେବୀଙ୍କ କଣ୍ଟା ପିଢା ମହୋତ୍ସବ ୨୦୨୫ ର ୪ର୍ଥ ଦିବସରେ କନ୍ଧୁଣୀ ଦେବୀ ସେବା ପରିଷଦର ସଭାପତି ଆମ ପ୍ରିୟ ମାନ୍ୟବର ସୋରଡ଼ା ବିଧାୟକ ଶ୍ରୀ ନୀଳମଣି ବିଷୋୟୀଙ୍କ ସହ ରାଜ୍ୟ ସରକାରଙ୍କର ମାନ୍ୟବର ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଓ ବିଜ୍ଞାନ ଏବଂ ପ୍ରଯୁକ୍ତି ବିଦ୍ୟା ବିଭାଗର ମନ୍ତ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର,ରାଜ୍ୟ ସରକାରଙ୍କର ମାନ୍ୟବର ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ଏବଂ ଅଣକ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ର ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ,ଆସିକା ସାଂସଦ ଶ୍ରୀମତୀ ଅନିତା ଶୁଭଦର୍ଶିନୀ,ଘୁମୁସର (ଆସିକା )ସାଂଗଠନିକ ଜିଲ୍ଲା କାଯ୍ୟକାରୀ ସଭାପତି ଶ୍ରୀ ବିଜୟ ସ୍ୱାଇଁ,ଆସିକା ସାଂସଦ ପ୍ରତିନିଧି ଶ୍ରୀ ଯଜ୍ଞ ନାରାୟଣ ଦାସ,ସୋରଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦର ମଣ୍ଡଳୀ ସଭାପତି ଶ୍ରୀ ଶ୍ରୀତମ ପାତ୍ର ଙ୍କ ସହ ଯୋଗଦେଇ ମା’ଙ୍କ କୃପା ଲାଭ କରିବା ସହ ଅଞ୍ଚଳ ବାସୀଙ୍କ ପାଇଁ ମଙ୍ଗଳ କାମନା କଲେ |

 

ମା କନ୍ଧୁଣୀ ଦେବୀଙ୍କ କଣ୍ଟା ପିଢା ଯାତ୍ରା ଆମ ସ୍ଥାନୀୟ ଅଞ୍ଚଳର କଳା,ସଂସ୍କୃତି ଓ ପରମ୍ପରାକୁ ପ୍ରଚାର ପ୍ରସାର କରିବା ଦିଗରେ ଏକ ବଡ ଅବସର ଦେଇଛି | ଦର୍ଶକ ଏବଂ ଗଣ୍ୟମାନ୍ୟ ଅତିଥି ସାଂସ୍କୃତିକ କାର୍ଯ୍ୟକ୍ରମରେ ବିଭୋର ହୋଇ ମହୋତ୍ସବର ଆନନ୍ଦ ଅନୁଭବ କରିଥିଲେ | ଗଞ୍ଜାମ ଜିଲ୍ଲାର ସାଂସ୍କୃତିକ ଐତିହ୍ୟକୁ ଉତ୍ସାହିତ କରିବାରେ ‘କଣ୍ଟା ପିଢା ମହୋତ୍ସବ’ ସହାୟକ ହେବ ବୋଲି ଆଶା |ସୋରଡ଼ା ruସଞ୍ଜୟ କୁମାର ସେଠୀଙ୍କ ରିପୋର୍ଟ

You may have missed