November 16, 2024

ସର୍ବ ଭାରତୀୟ ସ୍ତରରେ ଗଜପତି ଜିଲ୍ଲାର ଜିଲ୍ଲାପାଳଙ୍କ ଦ୍ଵାର ବିକାଶର ଉପସ୍ଥାପନାକୁ ନେଇ ଜିଲ୍ଲା କଂଗ୍ରେସ ପକ୍ଷରୁ ପୁଷ୍ପଗୁଚ୍ଛ ଦେଇ ଶୁଭେଚ୍ଛା ଜଣାଇଛନ୍ତି 

Share

 

 

ପାରଳାଖେମୁଣ୍ଡି:୨୪୪(ଗରୁଡ଼ ଧ୍ଵଜ ଚୌଧୁରୀ)ନୂଆ ଦିଲ୍ଲୀ ସ୍ଥିତ ବିଜ୍ଞାନ ଭବନ ଠାରେ ୧୬ ତମ ନାଗରିକ ସେବା ଦିବସ ଉପଲକ୍ଷେ ପ୍ରଶାସନିକ ସୁଧାର ଓ ଲୋକ ଶିକାୟତ ବିଭାଗ ଭାରତ ସରକାରଙ୍କର ଦ୍ଵାରା ଆୟୋଜିତ ପ୍ୟାନେଲ ଉପସ୍ଥାପନାରେ ବକ୍ତା ଭାବରେ ଉପସ୍ଥିତ ଥିବା ଅଧିକାରୀ ଭାବରେ ବି.ଭି.ଅର୍ସୁବ୍ରମଣ୍ୟମ,ସିଇଓ ନୀତି ଆୟୋଗ, ସୁଶ୍ରୀ ଭି. ରାଧା,ଅତିରିକ୍ତ ସଚିବ ନୀତି ଆୟାଗ,, ସୁଶ୍ରୀ ଲାଜିମା ଭଟ୍ଟା, ଡେପୁଟି ରେସିଡେଣ୍ଟ୍ ପ୍ରତିନିଧି, ୟୁଏନଡିପି ଓ ଦେଶରୁ ଦୁଇ ଜିଲ୍ଲାପାଳ ଭାବରେ ଶ୍ରୀ ରବି ଶଙ୍କର ଶୁକ୍ଳା, ଡୁମକା, ଝାଡଖଣ୍ଡ ଓ ଗଜପତି ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡା ଆକାଂକ୍ଷା ବ୍ଲକ କାର୍ଯ୍ୟକ୍ରମ ମାଧ୍ୟମରେ ଶେଷ ସ୍ତରରେ ପହଞ୍ଚିବା ବିଷୟବସ୍ତୁ କୁ ନେଇ ଉପସ୍ଥାପନା କରିବା ସମୟରେ ଭୌଗଳିକ କ୍ଷେତ୍ରରେ ଓ ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ଭାବେ ବିଭିନ୍ନ ବାଧାବିଘ୍ନ ସ୍ଵତ୍ତେ ନିଜ କାର୍ଯ୍ଯକାଳରେ ରାଜ୍ୟ ସରକାର ଓ ଭାରତ ସରକାରଙ୍କର ବିଭିନ୍ନ ଯୋଜନା ଓ କାର୍ଯ୍ଯକ୍ରମକୁ ସମ୍ମିଶ୍ରଣ ମାଧ୍ୟମରେ ଜନସାଧାରଣଙ୍କ ଜୀବିକା ନିର୍ବାହ, ଜଳ ସେଚନ, କୃଷି,ସ୍ଵାସ୍ଥ୍ୟ ଓ ଶିକ୍ଷା କ୍ଷେତ୍ରରେ ଜିଲ୍ଲାର ବିକାଶର ପଦଯାତ୍ରାକୁ ପଞ୍ଚାୟତ ସ୍ତରରୁ ଲୋକ ପ୍ରତିନିଧି , ଜନସାଧାରଣ ଓ ବ୍ଲକ୍ ସ୍ତରରେ କାର୍ଯ୍ୟ କରୁଥିବା ପଦାଧିକାରୀଙ୍କ ସୁଦୃଢ ମନବଳ ଓ ଗୌରିକ ତଥା ସାମାଜିକ ସଂଗଠନ ସହଯୋଗରେ ଓ ରାଜ୍ୟ ସରକାରଙ୍କର 5T ଅନ୍ତର୍ଗତ ପଦକ୍ଷେପ, ନୀତି ଆୟୋଗ ଆକାଂକ୍ଷା ଜିଲ୍ଲା କାର୍ଯ୍ୟକ୍ରମମାଧ୍ୟମରେ ଜନସାଧରଣଙ୍କ ବିକାଶ ହେତୁ ଜିଲ୍ଲାର ବିଭିନ୍ନ ବ୍ଲକ୍ ର ଶେଷ ସ୍ତରରେ ପହଞ୍ଚି ଥିବା ଓ ଆହୁରି ଅଧିକରୁ ଅଧିକ ଜନସାଧାରଣ ନିକଟକୁ ପହଞ୍ଚିବା ନେଇ ଗଜପତି ଜିଲ୍ଲାର ବିକାଶକୁ ଉପସ୍ଥାପିତ କରିବା ସହ କୃତଜ୍ଞତା ଗ୍ରହଣ କରିଥିଲେ ଏହି ଅବସରରେ ଆଜି ଗଜପତି ଜିଲ୍ଲାପାଳ ଙ୍କ ବାସଭବନ ନିକଟରେ ପହଞ୍ଚି ଗଜପତି ଜିଲ୍ଲା କଂଗ୍ରେସ କମିଟି ର ଉପ ସଭାପତି ବସନ୍ତ କୁମାର ପଣ୍ଡା ଓ ଜିଲା ସାଧାରଣ ସମ୍ପାଦକ ତଥା ପୂର୍ବତନ ଉପାଧ୍ୟକ୍ଷ ପୌର ପରିଷଦ ର ଅଭିମନ୍ୟୁ ପଣ୍ଡା ପୁଷ୍ପଗୁଚ୍ଛ ଦେଇ ଶୁଭେଚ୍ଛା ଜଣାଇଥିଲେ।